୧୦୦ କୋଟି କରୋନା ଡୋଜର ଲକ୍ଷ୍ୟ ପୂରଣ କରିଥିବାରୁ ହୁ’ ମୁଖ୍ୟ ଭାରତକୁ ଜଣାଇଲେ ଅଭିନନ୍ଦନ

Published: Oct 21, 2021, 6:25 pm IST

ନୂଆଦିଲ୍ଲୀ: ଦେଶ ଆଜି କୋଭିଡ -୧୯ ଟିକାକରଣରେ ଏକ ରେକର୍ଡ ସୃଷ୍ଟି କରିଛି। ଆଜି ଦେଶରେ ଟୀକା ଡୋଜ ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ଭାରତର ଏଭଳି ସଫଳତାକୁ ନେଇ ଭାରତୀୟଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଡାନୋମ ଗେବ୍ରେଏସସ ଅଭିନନ୍ଦନ ଜଣାଇଛନ୍ତି। ସେ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଜ୍ଞାନିକ, ସ୍ୱାସ୍ଥ୍ୟ କର୍ମୀ ଏବଂ ଭାରତୀୟ ନାଗରିକଙ୍କୁ ଅଭିନନ୍ଦନ। ବାସ୍ତବରେ ଭାରତ ଆଜି କରୋନା ଅଭିଯାନରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଆଜି ଭାରତରେ ଟୀକାକରଣ ଅଭିଯାନର ୨୭୯ ଦିନ। ଏବଂ ଏତେ କମ୍ ସମୟ ମଧ୍ୟରେ ଭାରତ ୧୦୦ କୋଟି ଟୀକାକରଣର ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି ଅବସରରେ ଦେଶକୁ ଅଭିନନ୍ଦନ ଜଣାଇ ହୁ ମୁଖ୍ୟ ଟୁଇଟ୍ କରି ଲେଖିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଜ୍ଞାନିକ, ସ୍ୱାସ୍ଥ୍ୟ କର୍ମୀ, ଭାରତର ଲୋକମାନେ କୋଭିଡ -୧୯ ରୁ ଅସୁରକ୍ଷିତ ଜନସଂଖ୍ୟାକୁ ସୁରକ୍ଷା ଦେବା ଏବଂ ସମାନତା ସହିତ ଟୀକାକରଣ କରିବା ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ଅଭିନନ୍ଦନ। ‘

ଏଥି ସହିତ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ ଖେତ୍ରପାଲ ସିଂ ମଧ୍ୟ ଭାରତକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ୧୦୦ କୋଟି କରୋନା ଟିକା ପ୍ରୟୋଗ କରିଥିବାରୁ ଭାରତକୁ ଅନେକ ଅନେକ ଅଭିନନ୍ଦନ। ଏତେ ସ୍ୱଳ୍ପ ସମୟ ମଧ୍ୟରେ ଏହି ଲକ୍ଷ୍ୟ ହାସଲ କରିବା ଦୃଢ ନେତୃତ୍ୱ, ସ୍ୱାସ୍ଥ୍ୟ କର୍ମୀ, ସାମ୍ମୁଖ୍ୟ ଯୋଦ୍ଧା ଏବଂ ଲୋକଙ୍କ ଉତ୍ସର୍ଗୀକୃତ ପ୍ରୟାସ ବିନା ସମ୍ଭବ ନୁହେଁ।

ଜାନୁଆରୀ ୧୬ ତାରିଖରେ ଦେଶରେ ପ୍ରଥମ ଥର ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ସେହି ସମୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ଟିକା ଦିଆଯାଇଥିଲା। ଏହା ପରେ ମାର୍ଚ୍ଚ ୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଥିଲା। ଏଥିରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଏବଂ କୌଣସି ଗୁରୁତର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଇଥିଲା। ଏଥି ସହିତ, ମେ ୧ ତାରିଖରେ, ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ପାଇଁ ଅନୁମତି ଦିଆଗଲା। ଆଜି ସକାଳ ୯.୪୭ ଟାରେ ଟିକା ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ଯେଉଁଥିରେ ୭୫% ଯୁବକ ଗୋଟିଏ ଡୋଜ ନେଇଛନ୍ତି ଏବଂ ୩୧% ଯୁବକ ଉଭୟ ଡୋଜ ନେଇଛନ୍ତି।

Related posts