ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

Published: May 6, 2022, 11:52 pm IST

ଭୁବନେଶ୍ବର: ଆଜି ଅପରାହ୍ନରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂର ଏଚ କ୍ରିଷ୍ଣାମୂର୍ତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସେ ଓଡିଶା ଗସ୍ତରେ ଆସିଥିବା ବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ବେଳେ କ୍ରିଷ୍ଣାମୂର୍ତ୍ତି ଓଡିଶା ଏବଂ ଇଣ୍ଡୋନେସିଆର ପୁରୁଣା ସଂପର୍କରେ ଆଲୋଚନା କରିଥିଲେ। ଏଥିସହିତ ଓଡିଶାର ବିଭିନ୍ନ ପ୍ରସଂଗରେ ମଧ୍ୟ ସେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ 5ଟି ସଚିବ ଭି. କେ ପାଣ୍ଡିୟାନ ଉପସ୍ଥିତ ଥିଲେ।

Related posts