Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମେଲବୋର୍ଣ୍ଣ ଠାରେ ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ମେଲବୋର୍ଣ୍ଣ ଠାରେ ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ

August 23, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମେଲବୋର୍ଣ୍ଣ: ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି ବୋଲି ଆଜି ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସ୍ଥିତ କାଙ୍ଗନ ଇନଷ୍ଟିଚ୍ୟୁଟ୍ ଠାରେ ଭେଟ୍ : ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ଯୁବପିଢିଙ୍କୁ ଭବିଷ୍ୟତର କୌଶଳ ସହ ପ୍ରସ୍ତୁତି କରାଇବା ସହ ରୋଜଗାରକ୍ଷମ କରିବା, ସ୍କିଲିଂ ଆଉଟକମକୁ ବିକଶିତ କରିବା, ଶିଳ୍ପନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ଼ କରିବା ଓ ଦକ୍ଷତା ଆବଶ୍ୟକତାକୁ ପୂରଣ କରିବା ଦିଗରେ ଅଷ୍ଟ୍ରେଲିଆର ସ୍କିଲିଂ ଷ୍ଟାଣ୍ଡାର୍ଡ ଏବଂ ସାର୍ଟିଫିକେସନ ଫ୍ରେମଓ୍ୱାର୍କକୁ ଭାରତରେ କିଭଳି ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଶ୍ରୀ ପ୍ରଧାନ କୁଶଳୀ ତଥା ଉଚ୍ଚ ଉତ୍ପାଦନକାରୀ ମାନବ ଶକ୍ତି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ସେ ଏହା ବି କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତର ସବୁଠୁ ବଡ଼ ଶକ୍ତି ହେଉଛି ଏହାର ଯୁବବର୍ଗ। ଏକ ଦକ୍ଷ ଏବଂ କୁଶଳୀ ଭାରତ ଦେଶ ଓ ବିଶ୍ୱ ଅର୍ଥନୀତିରେ ମଧ୍ୟ ଯୋଗଦାନ ରଖିବ। ନୀତିଗତ ସଂସ୍କାର, ନବସୃଜନ ଏବଂ ଉଦ୍ୟମିତା ଦ୍ୱାରା ଭାରତରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଦକ୍ଷତା ଅନୁଷ୍ଠାନ ଗୁଡ଼ିକ ସହ ଭାରତର ଭାଗିଦାରୀ ପାଇଁ ଥିବା ଆଗ୍ରହ ଉପରେ ମତପ୍ରକାଶ କରିଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶର ପ୍ରାଥମିକତାକୁ ଆଗକୁ ନେବା ଏବଂ ଅଷ୍ଟ୍ରେଲିଆରେ ଭାରତୀୟ ଯୁବବର୍ଗଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବା ପାଇଁ ଭାରତ ସହ ସହଯୋଗୀ ହେବା ପାଇଁ ଅଷ୍ଟ୍ରେଲିଆର ଇଚ୍ଛାବ୍ୟକ୍ତକୁ ପ୍ରଂଶସା କରିଥିଲେ ଶ୍ରୀ ପ୍ରଧାନ। ଉଭୟ ଦେଶରେ ଦକ୍ଷତା ମୂଲ୍ୟାଙ୍କନ, ଯୋଗ୍ୟତା ଏବଂ କୌଶଳ ମାନ୍ୟତା, ପାଠ୍ୟକ୍ରମ ବିକାଶ ଏବଂ ମାନବ ସମ୍ବଳର ବିକାଶରେ ମିଳିତ ଭାବରେ କାମ କରିବାର ଅପାର ସୁଯୋଗ ରହିଛି। ଆମ ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବ ସମ୍ବଳ ଆମକୁ ବିଶ୍ୱ ସ୍ତରରେ ଥିବା ସୁଯୋଗର ଲାଭ ନେବା ପାଇଁ ଅଧିକ ପ୍ରସ୍ତୁତ ରଖିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଦକ୍ଷତା ବିକାଶ ଏବଂ ତାଲିମ ମନ୍ତ୍ରୀ ବ୍ରେନଡେନ ଓ’ କୋନ୍ନୋର ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେଇଥିଲେ। ଉଭୟ ମନ୍ତ୍ରୀ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଯୋଗୀ ହେବା ଏବଂ ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ ଏକ ଫଳପ୍ରଦ ଆଲୋଚନା ହୋଇଛି। ଦକ୍ଷତା ବିକାଶରେ ସହଯୋଗକୁ ମଜବୁତ କରିବା ଦିଗରେ ଥିବା ସୁଯୋଗର ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ କନ୍ନୋରଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ବେନଡିଗୋ କାଙ୍ଗନ ଇନଷ୍ଟିଚ୍ୟୁଟରେ ଥିବା ଅଟୋମୋଟିଭ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ପରିଦର୍ଶନ କରିଥିଲେ। ଏହା ପରେ ମେଲବୋର୍ଣ୍ଣ ସ୍ଥିତ ଡିକିନ ବିଶ୍ୱବିଦ୍ୟାଳୟ ଗସ୍ତ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଶିକ୍ଷାନୁଷ୍ଠାନର ଶିଳ୍ପଭିତ୍ତିକ ଡିଜାଇନ ପାଠ୍ୟକ୍ରମ, ଗବେଷଣା ଡିଗ୍ରୀ ଉପରେ ବିସ୍ତୁତ ଭାବେ ବୁଝିଥିଲେ।

ଏହି ଅବସରରେ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିକାଶ ଅନୁଷ୍ଠାନ ଓ ଡିକିନ ବିଶ୍ୱବିଦ୍ୟାଳୟକୁ ଭାରତରେ ଥିବା ସମ୍ଭାବନାକୁ ଅନ୍ୱଷଣ କରିବା ପାଇଁ ସ୍ୱାଗତ କରିଥିଲେ। ଏହାସହ ଉଭୟ ଦେଶର ନାଗରିକଙ୍କ ମଙ୍ଗଳ ପାଇଁ ଏବଂ ଉଭୟ ଦେଶକୁ ଶିକ୍ଷା ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ମେକାନିଜିମ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ପରେ ସନ୍ଧ୍ୟାରେ ଶ୍ରୀ ପ୍ରଧାନ ମେଲବୋର୍ଣ୍ଣରେ ରହୁଥିବା ଓଡିଆ ଓ ଭାରତୀୟଙ୍କ ସହିତ ଆଲୋଚନା କରିଛନ୍ତି।

ପ୍ରକାଶ ଯେ, ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ରରେ ଭିକ୍ଟୋରିଆନ ସ୍କିଲ୍ସ ଅଥୋରିଟିର ସିଇଓ କ୍ରେଗ୍ ରୋବର୍ଟସନ, ବେନଡିଗୋ କାଙ୍ଗନ ଇନଷ୍ଟିଚ୍ୟୁଟର ସିଇଓ ସାଲ୍ଲି କରଟେନ ଏବଂ ଅଷ୍ଟ୍ରେଲୀୟ ଦକ୍ଷତା ପରିସଂସ୍ଥାନର ନେତୃମଣ୍ଡଳିମାନେ ପ୍ରମୁଖ ଉପସ୍ଥିତ ଥିଲେ।

ଜାତୀୟ ଶିକ୍ଷା ନୀତି-୨୦୨୦ ଧର୍ମେନ୍ଦ୍ର ପ୍ରଧାନ ମେଲବୋର୍ଣ୍ଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026
Latest News

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026

ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.