
ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଲିଜ୍ ଟ୍ରସ୍ ଜିତିଛନ୍ତି। ସେ ଏକ ଘନିଷ୍ଠ ପ୍ରତିଯୋଗିତାରେ ଭାରତୀୟ ମୂଳ ସାଂସଦ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ ଟ୍ରସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଲିଜ୍ ଟ୍ରସ୍ ୮୧,୩୨୬ ଭୋଟ୍ ପାଇଥିବା ବେଳେ ଋଷି ସୁନକ୍ ୬୦.୩୯୯ ଭୋଟ୍ ପାଇଛନ୍ତି। ଥେରେସା ମେ ଏବଂ ମାର୍ଗରେଟ୍ ଥେଚରଙ୍କ ପରେ ଲିଜ୍ ଟ୍ରସ୍ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଶୁକ୍ରବାର ଶେଷ ହୋଇଥିଲା। ପ୍ରି-ସର୍ଭେରେ ଲିଜ ଟ୍ରସଙ୍କ ଠାରୁ ଋଷି ସୁନକ ପଛୁଆ ଥିବା କୁହାଯାଉଥିଲା।
ନିର୍ବାଚନରେ ଜିତିବା ପରେ ଲିଜ ଟ୍ରସ କହିଛନ୍ତି ଯେ, ମୁଁ ଏକ ବୋଲ୍ଡ ଯୋଜନା ଉପସ୍ଥାପନ କରିବି। କରୋନା ମହାମାରୀ ପରେ ଟିକସ ହ୍ରାସ କରିବା ଏବଂ ବ୍ରିଟିଶ ଅର୍ଥନୀତିକୁ ମଜବୁତ କରିବା ପାଇଁ ସେ ଏକ ଉତ୍ତମ ଯୋଜନା ଦେବେ ବୋଲି ଲିଜ ଟ୍ରସ ଦାବି କରିଛନ୍ତି। ଶକ୍ତି ସଙ୍କଟ ଏବଂ NHS ଉପରେ ସେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।