Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମୃତ୍ୟୁର ଛଅ ମାସ ପରେ ବିଦେଶରୁ ଶବ ଆଣି ହେଲା ଦାହ, ତଥାପି ସହାୟତା ଦେଲାନି କଂପାନୀ
ଅନ୍ତରାଷ୍ଟ୍ରୀୟ

ମୃତ୍ୟୁର ଛଅ ମାସ ପରେ ବିଦେଶରୁ ଶବ ଆଣି ହେଲା ଦାହ, ତଥାପି ସହାୟତା ଦେଲାନି କଂପାନୀ

May 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୃତ୍ୟୁର ଛଅ ମାସ ପରେ ବିଦେଶରୁ ଶବ ଆଣି ହେଲା ଦାହ, ତଥାପି ସହାୟତା ଦେଲାନି କଂପାନୀ

ସୀତାରାମ ଅଗ୍ରୱାଲ

ବାଣପୁର:-ଦୈନନ୍ଦିନ ଓଡ଼ିଆ ଶ୍ରମିକ ପରିବାର ପ୍ରତିପୋଷଣ ନିମନ୍ତେ ବାହାର ଦେଶକୁ ଯାଉଥିବା ବେଳେ ବିଦେଶରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି।ମାତ୍ର ଦୁର୍ଦିନରେ ସେମାନଙ୍କ ଗୁହାରୀ ଶୁଣିବାକୁ ନା ଅଛନ୍ତି ସରକାର ନା ପ୍ରଶାସନିକ ଅଧିକାରୀ। ଯାହାକି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିରକେଶପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଦୀର୍ଘ ଛଅମାସ ପରେ ସୁଦୂର ଓମାନରୁ ଫେରିଛି ଶବ। ସ୍ତ୍ରୀ ସ୍ୱାମୀଙ୍କୁ ସାବିତ୍ରୀରେ ପାଇଛି ସତ କିନ୍ତୁ ଶବ ରୂପରେ। ପରିବାର ଲୋକ ପୁରୀ ସ୍ବର୍ଗଦ୍ୱାରରେ ଶବକୁ ଦାହ କରିଛନ୍ତି। ଖବର ମୁତାବକ ବିରକେଶପୁର ଗ୍ରାମର ବାବୁଲି ବିଶ୍ୱାଳ(୪୭) ଦୀର୍ଘ ୧୦ବର୍ଷ ଧରି ସୁଦୂର ଓମାନ ଦେଶରେ ଆଲଦ୍ରାକ ଟ୍ରେଣ୍ଡିଙ୍ଗ ଆଣ୍ଡ ଏଲଏଲସି କମ୍ପାନୀରେ କାର୍ଯ୍ୟକରି ଆସୁଥିଲେ।

ଗତ ୨୦୧୯ ମସିହା କରୋନା ସମୟରୁ ଉକ୍ତ କମ୍ପାନୀକୁ କାମ କରିବାକୁ ଯାଇ ବାବୁଲି ଆଉ ଘରକୁ ଫେରି ନଥିଲେ l ମାତ୍ର ଗତ ୧୦/୧୧/୨୦୨୨ରିଖରେ କମ୍ପାନୀର ମ୍ୟାନେଜର ଫୋନ ମାଧ୍ୟମରେ ବାବୁଲି ବିଶ୍ୱାଳଙ୍କର ମୃତ୍ୟୁ ଖବର ପରିବାରଙ୍କୁ ଜଣାଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ସ୍ତ୍ରୀ ସଂପୂଣ୍ଣ ଭାଙ୍ଗି ପଡିଥିବା ବେଳେ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା।

ବାବୁଲିଙ୍କ ପରିବାର ଏକ ଗରିବ ଶ୍ରେଣୀର ହୋଇଥିବା ବେଳେ ବାବୁଲିଙ୍କ ରୋଜଗାରରେ ବୁଢା ବାପାଙ୍କ ସମେତ ସ୍ତ୍ରୀ, ତିନିଝିଅ ଓ ଗୋଟିଏ ପୁଅ ସଂପୂଣ୍ଣ ନିର୍ଭର କରି ଚଳନ୍ତି। ଶବ ଫେରାଇ ଆଣିବକୁ ପରିବାର ତରଫରୁ ସେତେବେଳେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ,ରାଜ୍ୟ ଶ୍ରମ ଅଧିକାରୀଙ୍କୁ ଇମେଲ ଜରିଆରେ ଜଣାଇଥିଲେ ମଧ୍ୟ ଦୀର୍ଘ ଛଅମାସ ପରେ ଉକ୍ତ କମ୍ପାନୀ ଶବ ଫେରାଇଛି।

ସେତେବେଳେ କମ୍ପାନୀ ତରଫରୁ ମ୍ୟାନେଜର ବାରମ୍ବାର ଫୋନ ମାଧ୍ୟମରେ ପରିବାରକୁ ଧମକ ଦେଇ ଅଭିଯୋଗ ନଥିବା ଚିଠିରେ ଦସ୍ତଖତ କରି ଆମକୁ ପ୍ରେରଣ କଲେ କମ୍ପାନୀ ତରଫରୁ ଶବ ହସ୍ତାନ୍ତର କରାଯିବ ବୋଲି କହିଥିଲେ। କିନ୍ତୁ ପରିବାର ତରଫରୁ ସ୍ତାନୀୟ ଥାନା ଏବଂ ଶ୍ରମ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇ ବାପାଙ୍କ ମୃତ ଶରୀର ଏବଂ କ୍ଷତିପୂରଣ ଦେବାକୁ ବାବୁଲିଙ୍କ ପୁଅ ଦାବି ଜଣାଇଥିଲେ।

କିନ୍ତୁ କୌଣସି ସୁଫଳ ମିଳିନଥିଲା। ସମାଜସେବୀ ବାବୁଲି ସାହୁଙ୍କ ସହାୟତା ନେବାରୁ ବାବୁଲି ଓମାନ ଦୂତବାସ ସହ ଯୋଗାଯୋଗ କରି ଶବକୁ ଫେରାଇ ଆଣି ସ୍ବର୍ଗଦ୍ୱାରରେ ଦାହ କରିଛନ୍ତି ସତ କିନ୍ତୁ କମ୍ପାନୀ ଦ୍ୱାରା କୌଣସି କ୍ଷତିପୂରଣ ମିଳିନଥିବାରୁ ବାବୁଲିଙ୍କ ପରିବାର ବହୁ ଦୂର୍ଦ୍ଧନରେ କାଳତିପାତ କରୁଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026
Latest News

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.