Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମରିସସ୍ ରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମିତି କାହିଁକି କହିଲେ
ଅନ୍ତରାଷ୍ଟ୍ରୀୟ

ମରିସସ୍ ରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମିତି କାହିଁକି କହିଲେ

March 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
modi
ମରିସସ୍ ରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମିତି କାହିଁକି କହିଲେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ରାମଗୁଲାମ ଘୋଷଣା କରିଥିଲେ ଯେ ମରିସସ୍ ଜାତୀୟ ଦିବସ ପାଳନ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଆଣ୍ଡ୍ କି ଅଫ୍ ଦି ଇଣ୍ଡିଆନ୍ ଓସେନ୍ (ଜିସିଏସକେ)’ ପ୍ରଦାନ କରିବ। ଏହି ଅସାଧାରଣ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବନ୍ଧୁତା ଏବଂ ଦୁଇ ଦେଶ ମଧ୍ୟରେ ଜୀବନ୍ତ ତଥା ସ୍ୱତନ୍ତ୍ର ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ପାଇଁ ଧନ୍ୟବାଦ ଜଣାଇଥିଲେ । ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ସେ ପ୍ରଧାନମନ୍ତ୍ରୀ ରାମଗୁଲାମ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ବୀଣା ରାମଗୁଲାମଙ୍କୁ ଓସିଆଇ କାର୍ଡ ପ୍ରଦାନ କରିଥିଲେ। ଜାତୀୟ ଦିବସ ଅବସରରେ ମରିସସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଦୁଇ ଦେଶର ମିଳିତ ଐତିହାସିକ ଯାତ୍ରାକୁ ମନେ ପକାଇଥିଲେ ।

ମରିସସର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ସାର୍ ସିଉସାଗୁର ରାମଗୁଲାମ, ସାର୍ ଅନିରୁଦ ଯୁଗନାଥ, ମଣିଲାଲ ଡକ୍ଟର ଏବଂ ଅନ୍ୟମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି କହିଥିଲେ। ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କର ଭିତ୍ତିଭୂମି ସୃଷ୍ଟି କରୁଥିବା ମିଳିତ ଐତିହ୍ୟ ଏବଂ ପାରିବାରିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମରିସସରେ ଥିବା ଭାରତୀୟ ବଂଶୋଦ୍ଭବ ସମ୍ପ୍ରଦାୟ କିପରି ସେମାନଙ୍କର ସାଂସ୍କୃତିକ ମୂଳକୁ ସୁରକ୍ଷିତ ରଖିଛନ୍ତି ଏବଂ ପୋଷଣ କରିଛନ୍ତି ତାହାକୁ ପ୍ରଶଂସା କରିଥିଲେ ।

ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ମରିସସ୍ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ମରିସସରେ ଥିବା ଭାରତୀୟ ବଂଶୋଦ୍ଭବ ସପ୍ତମ ପିଢ଼ିର ଲୋକଙ୍କୁ ଓସିଆଇ କାର୍ଡ ଉପଲବ୍ଧ କରାଯାଇପାରିବ। ଗିରମିଟିଆ ପରମ୍ପରାକୁ ଆଗେଇ ନେବା ପାଇଁ ଭାରତ ଅନେକ ପଦକ୍ଷେପକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ମରିସସର ଘନିଷ୍ଠ ବିକାଶ ସହଯୋଗୀ ଭାବେ ଭାରତ ଗୌରବ ଅର୍ଜନ କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ଆହୁରି ବିସ୍ତୃତ ଭାବରେ କହିଥିଲେ ଯେ ଭାରତ-ମରିସସ୍ ସ୍ୱତନ୍ତ୍ର ସମ୍ପର୍କ ଭାରତର ସାଗର ଭିଜନ ଏବଂ ଗ୍ଲୋବାଲ ସାଉଥ୍ ସହିତ ଏହାର ସମ୍ପର୍କରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଜଳବାୟୁ ପରିବର୍ତ୍ତନର ମିଳିତ ଆହ୍ୱାନର ମୁକାବିଲା ବିଷୟରେ ସେ ଆନ୍ତର୍ଜାତିକ ସୋଲାର ଆଲାଏନ୍ସ ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ପଦକ୍ଷେପରେ ମରିସସର ଭାଗିଦାରୀକୁ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏକ ପେଡ଼ ମା କେ ନାମ (ପ୍ଲାଣ୍ଟ4ମଦର) ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହା ଅଧୀନରେ ସେ ଐତିହାସିକ ସାର୍ ସିଉସାଗୁର ରାମଗୁଲାମ୍ ଉଦ୍ଭିଦ ଉଦ୍ୟାନରେ ଏକ ଚାରା ରୋପଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଅଭିଭାଷଣ ଏଠାରେ ଦେଖାଯାଇ ପାରିବ।

ଇନ୍ଦିରା ଗାନ୍ଧୀ ସେଣ୍ଟର ଫର୍ ଇଣ୍ଡିଆନ କଲ୍‌ଚର (ଆଇଜିସିଆଇସି), ମହାତ୍ମା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ (ଏମଜିଆଇ) ଓ ଆନ୍ନା ମେଡିକାଲ କଲେଜର କଳାକାରମାନେ ଏହି କାର୍ଯ୍ୟକ୍ରମରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026

ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ଶ୍ରୀଲଙ୍କାଠାରୁ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର କାଢ଼ିନେଲା ICC!

August 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ

August 30, 2026

ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେଉ ନଥିବା କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

August 30, 2026
Latest News

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026

ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ: ସମନ୍ୱୟ ସମିତି

August 30, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ବୈଠକ

August 30, 2026

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.