Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ଥାନ ଓ ଆତଙ୍କୀ ସଂଗଠନକୁ କଡା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆଉ ହାମଲା କଲେ ଦେଖିବ…….
ଅନ୍ତରାଷ୍ଟ୍ରୀୟ

ପାକିସ୍ଥାନ ଓ ଆତଙ୍କୀ ସଂଗଠନକୁ କଡା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆଉ ହାମଲା କଲେ ଦେଖିବ…….

May 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦୀ
ଭାରତ ପାଇଁ ଆଉ ଖୁସି ଖବର: ଚୀନ୍, ପାକିସ୍ତାନ ଏବଂ ଆମେରିକାକୁ ଲାଗିବ ଝଟକା

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଆଜି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ବେଳେ ସେ ଉଭୟ ଆତଙ୍କବାଦୀ ସଂଗଠନ ଆଉ ପାକିସ୍ଥାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆତଙ୍କବାଦୀମାନେ କେବେ ଭାରତରେ ହିଂସାକାଣ୍ଡ କରିବେ ତେବେ ସେତେବେଳେ ଏକ ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତଙ୍କବାଦୀ ସଂଗଠନ ଏବଂ ପାକିସ୍ଥାନ ସରକାର ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଆଜି ପ୍ରାୟ ବାଇଶି ମିନିଟ ଧରି ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ପହଲଗାମରେ ଘଟିଥିବା ଘଟଣା ସବୁଠାରୁ ବର୍ବରତା ବୋଲି ସେ କହିଥିଲେ। ଆତଙ୍କବାଦୀମାନେ ଧର୍ମ ପଚାରି, ସ୍ତ୍ରୀ ପିଲାଙ୍କ ଆଗରେ ଯେପରି ନିରିହ ଲୋକଙ୍କୁ ହତ୍ୟା କଲେ ତାହା ସବୁଠାରୁ ପିଡାଦାୟକ ବୋଲି ମୋଦି କହିଥିଲେ। ଆଉ ଏହାର ଜବାବ କଣ ଥିଲା ତାହା ଆତଙ୍କୀମାନେ ଭଲଭାବେ ବୁଝିସାରିଥିବେ ବୋଲି ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି।

ମୋଦି କହିଛନ୍ତି ଯେ, ପାକିସ୍ଥାନ ଆତଙ୍କୀମାନଙ୍କୁ ପାଳିପୋଷି ବଡ କରୁଛି। ବର୍ତ୍ତମାନ ସମୟ ଆସିଛି, ପାକିସ୍ଥାନ ସେମାନଙ୍କୁ ତାଙ୍କ ଦେଶରୁ ସଫା କରୁ, ନଚେତ ଆତଙ୍କୀମାନେ ପାକିସ୍ଥାନକୁ ସଫା କରିଦେବେ। ପାକିସ୍ଥାନ ସବୁବେଳେ ବିଶ୍ବବାସୀଙ୍କୁ ବ୍ଲାକମେଲ କରିଆସୁଛି। ଆତଙ୍କବାଦୀଙ୍କ ସହିତ ସଂପର୍କ ନାହିଁ ବୋଲି କହୁଛି। ହେଲେ ଅପରେସନ ସିନ୍ଦୁରରେ ନିହତ ହୋଇଥିବା ଆତଙ୍କବାଦୀମାନଙ୍କୁ ପାକିସ୍ଥାନ ସରକାର କିପରି ସମ୍ମାନ ଦେଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି।

ସେହିପରି ମୋଦି କହିଛନ୍ତି ଯେ, ଭାରତର ଅପରେସନ ସିନ୍ଦୁର ପରେ ପାକିସ୍ଥାନ ଭୟଭିତ ହୋଇପଡିଛି। ବିଭିନ୍ନ ଦେଶ ପାଖରେ ଯାଇ ଗୁହାରି କରିଛି। ଶେଷରେ ଭାରତର ଡିଜିଏମଓଙ୍କ ସହିତ ପାକିସ୍ଥାନ କଥା ହୋଇ ଅସ୍ତ୍ର ବିରତି ପାଇଁ ଗୁହାରି କରିଲା। ତାହାକୁ ଗ୍ରହଣ କରି ବର୍ତ୍ତମାନ ଭାରତ କେବଳ ଅପେରସନକୁ ସ୍ଥଗିତ ରଖିଛି। ଆଗକୁ ପାକିସ୍ଥାନର ଆଭିମୁଖ୍ୟ ଦେଖିବା ପରେ ପୁଣି ଥରେ ଏହା ବଡ ଆକାରରେ ଆରମ୍ଭ କରାଯିବ ବୋଲି ମୋଦି କହିଛନ୍ତି।

ମୋଦି ତାଙ୍କ ଅଭିଭାଷଣରେ ପାକିସ୍ଥାନକୁ ତିନୋଟି ଚେତାବନୀ ଦେଇଛନ୍ତି। ଯାହା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି। ତାହା ହେଲା

1-ଯଦି ଭାରତ ଉପରେ ପୁଣି ଆତଙ୍କୀ ହାମଲା ହେବ ତେବେ ତାହା ବିରୋଧର ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

2-ପାକିସ୍ଥାନ ଆଣବିକ ଶକ୍ତି କୁ ନେଇ ବ୍ଲାକ ମେଲ କରୁଛି, ଭାରତ ତାହା କେବେ ସହିପାରିବ ନାହିଁ କି ସେପରି ବ୍ଲାକ ମେଲକୁ ପ୍ରଶୟ ଦେବ ନାହିଁ।

3-ଯଦି ଭାରତ ଉପରେ ପୁଣି ଆତଙ୍କୀ ହାମଲା ହେବ ତେବେ ଆତଙ୍କୀ ସଂଗଠନ ଓ ପାକିସ୍ଥାନ ସରକାରଙ୍କୁ ଆଉ ଅଲଗା କରି ଦେଖିବୁ ନାହିଁ।

ମୋଦି କହିଛନ୍ତି ଯେ, ଆମେ Terror & Talk ଏକା ସଙ୍ଗରେ କରିପାରିବୁ ନାହିଁ, Terror and Trade ଏକା ସଙ୍ଗରେ କରିପାରିବୁ ନାହିଁ। ପାଣି ଓ ରକ୍ତ କେବେ ଏକାଠି ବହେ ନାହିଁ। ଯଦି ପାକିସ୍ଥାନ ସହିତ ଭାରତ କଥା ହେବ ତେବେ ତାହା କେବଳ ପିଓକେ ଉପରେ କଥା ହେବ। ମୋଦି ତାଙ୍କ ଅଭିଭାଷଣର ପ୍ରଥମରେ ସେ ଦେଶର ସାମରିକ ବାହିନୀକୁ ପ୍ରଶଂସା କରିବା ସହିତ ସାଲୁଟ କରିଥିଲେ। ପୁରା ଭାଷଣରେ ମୋଦି ପାକିସ୍ଥାନକୁ ଏକ ପ୍ରକାରର ଧମକ ଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

OPERATION SINDOOR ଅପରେସନ ସିନ୍ଦୁର ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.