Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆମେରିକା ବିଷୟରେ “ଏକ୍ସ” ରେ ଏପରି କ’ଣ ଦାବି କଲେ ରାଜୀବ ଶୁକ୍ଲା?: ଟ୍ରମ୍ଫ ନେଲେ ଏହି ପଦକ୍ଷେପ
ଅନ୍ତରାଷ୍ଟ୍ରୀୟ

ଆମେରିକା ବିଷୟରେ “ଏକ୍ସ” ରେ ଏପରି କ’ଣ ଦାବି କଲେ ରାଜୀବ ଶୁକ୍ଲା?: ଟ୍ରମ୍ଫ ନେଲେ ଏହି ପଦକ୍ଷେପ

October 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜୀବ ଶୁକ୍ଲା
'T20 ବିଶ୍ୱକପ ଉପରେ ବାଂଲାଦେଶକୁ ଭ୍ରମିତ କରାଯାଉଛି': ପାକିସ୍ତାନକୁ ଟାର୍ଗେଟ କଲା ବିସିସିଆଇ

ନୂଆଦିଲ୍ଲୀ: ପ୍ରତିବର୍ଷ ହ୍ୱାଇଟ୍ ହାଉସ୍ ରେ ଭାରତୀୟ ପର୍ବ ଦୀପାବଳି ପାଳନ କରାଯାଏ। ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୨୦୨୪ ରେ ଦୀପାବଳି ପାଳନ କରିଥିଲେ। ଏହି ବର୍ଷ ହ୍ୱାଇଟ୍ ହାଉସ୍ ରେ ଦୀପାବଳି ପାଳନ ହେବ ବୋଲି କଳ୍ପନାଜଳ୍ପନା ମଧ୍ୟରେ, BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ମଙ୍ଗଳବାର ଦିନ କିଛି ଟ୍ୱିଟ୍ କରିଥିଲେ ଯାହା କିଛି ସମୟ ପାଇଁ ହଇଚଇ ସୃଷ୍ଟି କରିଥିଲା।

ଚଳିତ ବର୍ଷ ହ୍ୱାଇଟ୍ ହାଉସ୍ ରେ ଦୀପାବଳି ପାଳନ ନକରିବା ସମ୍ପର୍କରେ ରାଜୀବ ଶୁକ୍ଲା X ରେ ଏକ ପୋଷ୍ଟରେ ଲେଖିଥିଲେ ଯେ, “ଏହି ବର୍ଷ ହ୍ୱାଇଟ୍ ହାଉସ୍ ରେ କୌଣସି ଦୀପାବଳି କାର୍ଯ୍ୟକ୍ରମ ହୋଇନଥିଲା। ଅଧିକାଂଶ ରାଷ୍ଟ୍ରପତି ଏହା ପାଳନ କରିଆସୁଥିଲେ। ଟ୍ରମ୍ପ କ’ଣ ଭାରତ ଉପରେ ଏତେ ରାଗିଛନ୍ତି?”

ଟ୍ୱିଟ୍ ଡିଲିଟ୍ କରିଦେଲେ ରାଜୀବ ଶୁକ୍ଲା

ସୋସିଆଲ୍ ମିଡିଆରେ ଏହି ପ୍ରସଙ୍ଗ ଘୁରିବୁଲିବା ମାତ୍ରେ ଟ୍ରମ୍ପ ଓଭାଲ୍ ଅଫିସ୍ ରେ ଏକ ଛୋଟ ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ସଦସ୍ୟମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ରାଷ୍ଟ୍ରପତି ଟ୍ରମ୍ପ ସେମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।

ହ୍ୱାଇଟ୍ ହାଉସରେ ଦୀପାବଳି କାର୍ଯ୍ୟକ୍ରମ ପରେ ରାଜୀବ ଶୁକ୍ଳା ଟ୍ୱିଟରରେ ତାଙ୍କର ଟ୍ୱିଟ୍ ଡ଼ିଲିଟ କରି ଏକ ନୂତନ ପୋଷ୍ଟରେ କହିଥିଲେ ଯେ, “ମୁଁ ଶୁଣିଲି ଯେ ସେ ଓଭାଲ୍ ଅଫିସରେ ଦୀପାବଳି ପାଳନ କରିଛନ୍ତି। ଭଲ, ମୋର ଟ୍ୱିଟ୍ ଫେରାଇନେଉଛି।”

ଆମେରିକା ଭାରତ ସହିତ ଭଲ ସମ୍ପର୍କ ଚାହୁଁଛି

ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ ନ ହେବା ବିଷୟରେ ପ୍ରଶ୍ନ ଉଠିବା ସତ୍ତ୍ୱେ ଏହି କାର୍ଯ୍ୟକ୍ରମ ସ୍ପଷ୍ଟ କରିଛି ଯେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କର ଭାରତ ସହିତ ସମ୍ପର୍କ ପ୍ରତି ଏକ ସକାରାତ୍ମକ ଦୃଷ୍ଟିକୋଣ ଅଛି ଏବଂ ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହାଁନ୍ତି।

ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଛି, କିନ୍ତୁ କିଛି ସମୟ ଧରି ବାଣିଜ୍ୟ ନୀତି ଯୋଗୁଁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଏହି ଉତ୍ତେଜନାର ମୁଖ୍ୟ କାରଣ ହେଉଛି ଟିକସ ଶୁଳ୍କ ଏବଂ ବାଣିଜ୍ୟ ବିବାଦ।

america Diwali donald trump Rajiv Shukla
Share. Facebook Twitter LinkedIn Email WhatsApp Copy Link

Related Posts

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ଇନ୍ଧନ ଉପରେ ଭାଟ୍ ୧୮% ରୁ ୭% କୁ ହ୍ରାସ, ଜାଣନ୍ତୁ କେଉଁଠି

May 15, 2026
Latest News

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.