Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦୋହାଠାରେ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ
ଅନ୍ତରାଷ୍ଟ୍ରୀୟ

ଦୋହାଠାରେ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ

November 6, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦୋହାଠାରେ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ
ଦୋହାଠାରେ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କତରର ଦୋହାରେ ଅନୁଷ୍ଠିତ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ଭାରତର ଜାତୀୟ ବକ୍ତବ୍ୟ ପ୍ରଦାନ କରିଛନ୍ତି। ଏହି ମଞ୍ଚରେ ଭାରତକୁ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଗୌରବର ବିଷୟ ବୋଲି ଡକ୍ଟର ମାଣ୍ଡଭ୍ୟ କହିଛନ୍ତି। ସେ କହିଛନ୍ତି, 30 ବର୍ଷ ପୂର୍ବେ, କୋପେନହେଗେନ ଘୋଷଣାପତ୍ରରେ ବିକାଶର କେନ୍ଦ୍ରରେ ଲୋକମାନଙ୍କୁ ରଖାଯାଇଥିଲା, ଯେଉଁଥିରେ ଦାରିଦ୍ର୍ୟ ଦୂରୀକରଣ, ପୂର୍ଣ୍ଣ ନିଯୁକ୍ତି ଏବଂ ସମ୍ମାନଜନକ କାର୍ଯ୍ୟ ଓ ସାମାଜିକ ଅନ୍ତର୍ଭୁକ୍ତିକରଣ ଉପରେ ଧ୍ୟାନ ଦିଆଯାଇଥିଲା। ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତି ପ୍ରତି ଭାରତର ଆଭିମୁଖ୍ୟ ଏହି ଘୋଷଣାପତ୍ର ଅନୁରୂପ ରହିଆସିଛି।

ଡକ୍ଟର ମାଣ୍ଡଭ୍ୟ ଆହୁରି କହିଛନ୍ତି, ଭାରତର ବିକାଶ କାହାଣୀ ବ୍ୟାପକ ପରିବର୍ତ୍ତନ ଉପରେ ଆଧାରିତ। ଗତ 10 ବର୍ଷ ମଧ୍ୟରେ, ନିରନ୍ତର ସଂସ୍କାର, କଲ୍ୟାଣକାରୀ କାର୍ଯ୍ୟକ୍ରମର ସମନ୍ୱୟ ଏବଂ ଡିଜିଟାଲ ନବସୃଜନ ମାଧ୍ୟମରେ ପ୍ରାୟ 250 ନିୟୁତ ଭାରତୀୟଙ୍କୁ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଭାରତ ଅନ୍ତ୍ୟୋଦୟ ଦର୍ଶନକୁ ଆଧାର କରି ବିକାଶ ଯାତ୍ରାରେ ଆଗକୁ ବଢ଼ୁଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ଆମର ପ୍ରଗତି ଏକ ଜୀବନଚକ୍ର ଆଧାରିତ ଢାଞ୍ଚାର ପରିଣାମ । ଭାରତରେ ପିଲାମାନଙ୍କୁ ସୁସ୍ଥ ମୂଳଦୁଆ, ଯୁବବର୍ଗଙ୍କୁ ଶିକ୍ଷା ଓ ଜୀବିକା ପାଇଁ ସମର୍ଥନ, ଶ୍ରମିକଙ୍କୁ ଭଲ କାମ ଏବଂ ଜଣେ ବୃଦ୍ଧାବସ୍ଥାରେ ମର୍ଯ୍ୟାଦା ଏବଂ ଆୟ ସୁରକ୍ଷା ସୁନିଶ୍ଚିତ କରାଯାଉଛି ।

ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ଦେଶରେ ଏବେ 11 କୋଟି 80 ଲକ୍ଷରୁ ଅଧିକ ସ୍କୁଲ ପିଲାଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ, 80 କୋଟି ଲୋକଙ୍କୁ ମାଗଣା ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି। 42 କୋଟି 50 ଲକ୍ଷ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ନିମ୍ନ ଆୟବର୍ଗର ଲୋକମାନଙ୍କୁ 3କୋଟି 70 ଲକ୍ଷ ଆବାସ ଯୋଗାଇ ଦିଆଯାଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, 2017–18 ଏବଂ 2023–24 ମଧ୍ୟରେ, ଆମର ବେକାରୀ ହାର 6% ରୁ 3.2% କୁ ହ୍ରାସ ପାଇଛି ଏବଂ ମହିଳାଙ୍କ ନିଯୁକ୍ତି ହାର ପ୍ରାୟ ଦ୍ୱିଗୁଣିତ ହୋଇଛି। ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯାଇଛି। ଋଣ ବିତରଣ ଏହି ମହିଳା ନେତୃତ୍ୱାଧୀନ ସ୍ଥାନୀୟ ପ୍ରତିଷ୍ଠାନଗୁଡ଼ିକର ଶକ୍ତିକୁ ବୃଦ୍ଧି କରିଛି।

ସେ ଆହୁରି କହିଛନ୍ତି, ଭାରତର ସାମାଜିକ ସୁରକ୍ଷା କଭରେଜ୍ 2015 ରେ 19%ରୁ ବୃଦ୍ଧି ପାଇ 2025ରେ 64.3% ହୋଇଛି। ଆମର ପ୍ରୟାସକୁ ସ୍ୱୀକୃତି ଦେଇ, ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ସଂଘ ଚଳିତ ବର୍ଷ ଭାରତକୁ ‘ସାମାଜିକ ସୁରକ୍ଷାରେ ଉତ୍କୃଷ୍ଟ ସଫଳତା ପାଇଁ ଆଇଏସଏସଏ ପୁରସ୍କାର’ ପ୍ରଦାନ କରିଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଇଣ୍ଟରନେଟ୍‌ ମାଲିକାନା ଏବଂ ଏକକ ନାଗରିକ ପରିଚୟ ପତ୍ର ମାଧ୍ୟମରେ ଅତ୍ୟନ୍ତ ଦକ୍ଷତାପୂର୍ବକ ଶେଷ ମାଇଲରେ ସେବା ବିତରଣ ସୁନିଶ୍ଚିତ କରାଯାଉଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟି ଏହାକୁ ଆହୁରି ସ୍ୱଚ୍ଛ କରିଛି।

ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ମହିଳା ନେତୃତ୍ୱାଧୀନ ବିକାଶ, ପାରମ୍ପରିକ ଔଷଧ ପ୍ରଣାଳୀ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସମବାୟ କ୍ଷେତ୍ରକୁ ସମାବେଶୀ ବିକାଶର ଇଞ୍ଜିନ ରୂପେ ମାନ୍ୟତା ଦିଆଯାଇଛି। ଏହିସବୁ ବିଶ୍ୱସ୍ତରୀୟ ପ୍ରାଥମିକତା ଆଧାରରେ ଆମେ ଚଳିତ ସମ୍ମିଳନୀର ରାଜନୈତିକ ଘୋଷଣାନାମାକୁ ଗ୍ରହଣ କରିଛୁ ବୋଲି ସେ କହିଛନ୍ତି।

ଭାରତ ଜାତିସଂଘର 17ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ସମର୍ପିତ ରହିଛି ବୋଲି ଡକ୍ଟର ମାଣ୍ଡଭ୍ୟ କହିଛନ୍ତି । ସେ କହିଛନ୍ତି, ଆମ ଦେଶର ଆର୍ଥିକ ବିକାଶ ଏବଂ ସାମାଜିକ ବିକାଶ ମାର୍ଗ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁକୂଳ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତିବଦ୍ଧତା ସହ ସମର୍ଥିତ।

କେନ୍ଦ୍ର ମନ୍ତ୍ରୀ ତାଙ୍କ ଅଭିଭାଷଣରେ ପାକିସ୍ତାନ ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି । ପାକ୍‌ ରାଷ୍ଟ୍ରପତିଙ୍କ କେତେକ ସନ୍ଦର୍ଭ ଉପରେ ସେ ଦୃଢ଼ ଆପତ୍ତି ଦର୍ଶାଇଛନ୍ତି। ସେ କହିଛନ୍ତି, ଏହା ଭାରତ ବିରୁଦ୍ଧରେ ଭୁଲ ସୂଚନା ପ୍ରସାରଣ କରିବା ସହିତ ସାମାଜିକ ବିକାଶ ଉପରେ ଧ୍ୟାନ ଦେବାରୁ ବିଶ୍ୱକୁ ବିଚଳିତ କରିବା ପାଇଁ ଏକ ଅନ୍ତର୍ଜାତୀୟ ମଞ୍ଚର ଅପବ୍ୟବହାର।

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ପାକିସ୍ତାନ ନିରନ୍ତର ଶତ୍ରୁତା ଏବଂ ସୀମାପାର ଆତଙ୍କବାଦ ମାଧ୍ୟମରେ ଏହାର ଉଦ୍ଦେଶ୍ୟକୁ ଦୁର୍ବଳ କରିଛି। ଭାରତର ବୈଧ ପ୍ରକଳ୍ପଗୁଡ଼ିକୁ ବାଧା ଦେବା ପାଇଁ ପାକିସ୍ତାନ ଏହି ଚୁକ୍ତିନାମାର ବାରମ୍ବାର ଅପବ୍ୟବହାର କରିଛି। ସେ କହିଛନ୍ତି, ଭାରତୀୟ ନାଗରିକଙ୍କ ବିରୋଧରେ ସୀମାପାର ଆତଙ୍କବାଦ ଚଳାଇଥିବା ପାକିସ୍ତାନ ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ପ୍ରସଙ୍ଗ ଭଳି ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ବରଂ ଏହି ଦେଶ ନିଜ ଦେଶରେ ରହିଥିବା ସମସ୍ୟାର ସମାଧାନ ଲାଗି ଆତ୍ମସମୀକ୍ଷା କରିବା ଦରକାର। କାରଣ ଏହା ସବୁବେଳେ ଅନ୍ତର୍ଜାତୀୟ ସମୁଦାୟର ହାତଟେକାକୁ ଚାହିଁ ରହିଛି। ଏହି ଦେଶ ଅନ୍ତର୍ଜାତୀୟ ମଞ୍ଚର ଅପବ୍ୟବହାର ବନ୍ଦ କରିବା ଉଚିତ୍‌।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବକା ସାଥ୍‌ ସବକା ବିକାଶ ମନ୍ତ୍ରରେ ବିଶ୍ୱାସ କରନ୍ତି। ଲୋକମାନଙ୍କୁ ନୀତିର କେନ୍ଦ୍ରରେ ରଖାଗଲେ ସାମାଜିକ ପ୍ରଗତି ସମ୍ଭବ ହୋଇଥାଏ। ଭାରତର ବିକାଶ ପଥ ଗ୍ଲୋବାଲ ସାଉଥ ପାଇଁ ଏକ ଅନୁକରଣୀୟ ବିକାଶ ମଡେଲ ପ୍ରଦାନ କରେ। ଭାରତର ବିକାଶ ପଥରେ ଅଗ୍ରସର ହେଉଥିବା ବେଳେ ନିଜର ଶ୍ରେଷ୍ଠ ପ୍ରଥାକୁ ବାଣ୍ଟିବା ଏବଂ ବିଶ୍ୱ ସହଭାଗିତାକୁ ସୁଦୃଢ଼ କରିବା ଲାଗି ପ୍ରସ୍ତୁତ ବୋଲି ସେ କହିଛନ୍ତି।

କତର ଡକ୍ଟର ମନସୁଖ ମାଣ୍ଡଭ୍ୟ ଦୋହା ନରେନ୍ଦ୍ର ମୋଦୀ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ ସାମାଜିକ ସୁରକ୍ଷା କ୍ଷେତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.