Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?
ଅନ୍ତରାଷ୍ଟ୍ରୀୟ

“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

February 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
"ଉଭୟଙ୍କ ପାଇଁ ନିରାଶାଜନକ": କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?
"ଉଭୟଙ୍କ ପାଇଁ ନିରାଶାଜନକ": କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

ନୂଆଦିଲ୍ଲୀ: ଭାରତର ନୂତନ ବଜେଟରେ ଚାବାହାର ବନ୍ଦର ପାଇଁ ପାଣ୍ଠି ଅଭାବକୁ ନେଇ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଗଚି ନିରାଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ଭାରତ ଏବଂ ଇରାନ ଉଭୟ ପାଇଁ ନିରାଶାଜନକ। ତଥାପି ଅରାଗଚିଙ୍କ ମନ୍ତବ୍ୟ ସୂଚାଇ ଦେଉଛି ଯେ, ଇରାନ ଏବେ ବି ଭାରତ ସହିତ କାମ କରିବାକୁ ଚାହୁଁଛି ଏବଂ ବନ୍ଦରକୁ ଆଗକୁ ବଢାଇବାକୁ ଆଶା କରୁଛି।

ଚଳିତ ବର୍ଷର ବଜେଟରୁ ଚାବାହାରକୁ ଭାରତ ବାଦ ଦେବାରୁ ନିରାଶ ହୋଇଛନ୍ତି କି ବୋଲି ଏକ ଟିଭି ସାକ୍ଷାତକାରରେ ପଚରାଯାଇଥିବା ପ୍ରଶ୍ନରେ ଆବାସ ଅରାଗଚି ଉତ୍ତର ଦେଇଥିଲେ ଜେ, “ମୁଁ ଭାବୁଛି ଏହା ଇରାନ ଏବଂ ଭାରତ ଉଭୟ ପାଇଁ ନିରାଶାଜନକ।” ସେ ଚାବାହାର ବନ୍ଦରକୁ “ସୁବର୍ଣ୍ଣ ଦ୍ୱାର” ଭାବରେ ବର୍ଣ୍ଣନା କରିଥିଲେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ବର୍ଣ୍ଣନା କହିଥିଲେ।

ଆବାସ ଅରାଗଚିଙ୍କ ଅନୁସାରେ, ଏହି ବନ୍ଦର ଭାରତ ମହାସାଗର ଅଞ୍ଚଳକୁ ମଧ୍ୟ ଏସିଆ, କାକେସସ୍ ଏବଂ ୟୁରୋପ ସହିତ ସଂଯୋଗ କରେ। ଯଦି ସମ୍ପୂର୍ଣ୍ଣ ବିକଶିତ ହୁଏ, ତେବେ ଏହା ଇରାନ ଦେଇ ମଧ୍ୟ ଏସିଆ, କାକେସସ୍ ଏବଂ ୟୁରୋପରେ ପହଞ୍ଚିବାକୁ ଭାରତ ପାଇଁ ସର୍ବୋତ୍ତମ ପରିବହନ ମାର୍ଗ ହୋଇପାରେ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ବନ୍ଦର ଦିନେ ସମ୍ପୂର୍ଣ୍ଣ ବିକଶିତ ହେବ।

ସାଧାରଣ ବଜେଟରେ ଚାବାହାର ପାଇଁ କୌଣସି ପାଣ୍ଠି ନାହିଁ

ପ୍ରଥମ ଥର ପାଇଁ ୨୦୨୬-୨୭ ପାଇଁ କେନ୍ଦ୍ରୀୟ ବଜେଟରେ ଚାବାହାର ବନ୍ଦର ପାଇଁ କୌଣସି ପାଣ୍ଠି ଆବଣ୍ଟନ କରାଯାଇ ନାହିଁ। ଏହି ନିଷ୍ପତ୍ତି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଆସିଛି। ସେପ୍ଟେମ୍ବର ୨୦୨୫ ରେ ଆମେରିକା ଇରାନ ଉପରେ କଠୋର ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଭାରତକୁ ଛଅ ମାସର ଛାଡ ଦିଆଯାଇଥିଲା, ଯାହା ଏପ୍ରିଲ ୨୦୨୬ ରେ ଶେଷ ହେଉଛି।

ଭାରତ ବନ୍ଦରର ପ୍ରାଥମିକ ବିକାଶ ଅଂଶୀଦାର ରହିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ଗତ ମାସରେ କହିଥିଲେ ଯେ, ଭାରତ ଆମେରିକା ସହିତ ଚାବାହାର-ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରୁଛି।

ଭାରତ ଏବଂ ଇରାନ ୨୦୨୪ ରେ ଏକ ବଡ ଚୁକ୍ତି ସ୍ୱାକ୍ଷର କରିଥିଲେ, ଯାହା ଅଧୀନରେ ଭାରତ ବନ୍ଦରର ବିକାଶରେ ଅଂଶଗ୍ରହଣ କରିଥିଲା। ପୂର୍ବ ବଜେଟରେ ଭାରତ ବାର୍ଷିକ ପ୍ରାୟ ୧୦୦ କୋଟି ବ୍ୟୟବରାଦ କରିଛି।

ଚାବାହାର ବନ୍ଦର କାହିଁକି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ?

ଚାବାହାର ଭାରତର ରଣନୈତିକ ସ୍ଥିତି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକଳ୍ପ କେବଳ ବାଣିଜ୍ୟ ବୃଦ୍ଧି କରେ ନାହିଁ ବରଂ ଭାରତକୁ ମଧ୍ୟ ଏସିଆକୁ ଏକ ବିକଳ୍ପ ରାସ୍ତା ମଧ୍ୟ ପ୍ରଦାନ କରେ। ତଥାପି, ଆମେରିକାର ପ୍ରତିବନ୍ଧକ ଏବଂ ଭୂରାଜନୈତିକ ଚାପ ଯୋଗୁଁ, ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ପ୍ରଦର୍ଶନ କରି ବଜେଟ ପାଣ୍ଠି ସ୍ଥଗିତ ରଖିଛି।

ଇରାନ ରାଷ୍ଟ୍ରଦୂତ ପୂର୍ବରୁ କହିଛନ୍ତି ଯେ, ସେମାନେ ଚାବାହାର ଉପରେ ଭାରତ ସହିତ କାମ କରିବାକୁ ପ୍ରସ୍ତୁତ। ସେପଟେ ଭାରତ ପକ୍ଷରୁ କୌଣସି ସରକାରୀ ମନ୍ତବ୍ୟ ଦିଆଯାଇ ନାହିଁ, ଏହି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ଚ୍ୟାଲେଞ୍ଜ ରହିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଚାବାହାରର ଭବିଷ୍ୟତ ପ୍ରତିବନ୍ଧକର ସ୍ଥିତି ଏବଂ ଆମେରିକା ସହିତ ଆଲୋଚନା ଉପରେ ଆଧାର କରି ନିଷ୍ପତ୍ତି ନିଆଯିବ।

Abbas Araghchi Ayatullah Khamenei Budget 2026 chabahar port india iran Iran Vs America pm modi
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

ସାମୂହିକ ପଦକ୍ଷେପ ଓ ଆଚରଣ ପରିବର୍ତ୍ତନରେ ରୂପାନ୍ତରିତ ହେଉଛି ଗ୍ରାମୀଣ ପରିମଳ ବ୍ୟବସ୍ଥା

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

‘ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ୫.୦ ରେ ବ୍ୟାପକ ଜନ-ଅଂଶଗ୍ରହଣକୁ ପ୍ରଶଂସା କଲେ ଡ. ଜିତେନ୍ଦ୍ର ସିଂହ

September 21, 2026
Latest News

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

‘ଅଙ୍ଗନ ଉତ୍ସବ’ ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

September 21, 2026

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

September 21, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ସାମୂହିକ ପଦକ୍ଷେପ ଓ ଆଚରଣ ପରିବର୍ତ୍ତନରେ ରୂପାନ୍ତରିତ ହେଉଛି ଗ୍ରାମୀଣ ପରିମଳ ବ୍ୟବସ୍ଥା

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.