ନୂଆଦିଲ୍ଲୀ: ଆଜି ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (IDF) ଇରାନ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନି ଏବଂ ବାସିଜ ଫୋର୍ସ କମାଣ୍ଡର ଗୁଲାମ ରଜା ସୋଲେମାନିଙ୍କୁ ଟାର୍ଗେଟ କରିଥିବା ଦାବି କରିଛି। IDF ସୋଲେମାନୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି, କିନ୍ତୁ ଇରାନର ଜଣେ ଶୀର୍ଷ ବ୍ୟକ୍ତି ଲାରିଜାନି ଏହି ଆକ୍ରମଣରେ ମୃତ କିମ୍ବା ଆହତ ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଅୟତୁଲ୍ଲା ଅଲି ଖାମେନିଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ ଲାରିଜାନି
ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ କାଟଜ୍ ଦାବି କରିଛନ୍ତି ଯେ, IDF ଆକ୍ରମଣରେ ଲାରିଜାନିଙ୍କ ମୃତ୍ୟୁ ହୋଇଛି। ଲାରିଜାନିଙ୍କ କାର୍ଯ୍ୟାଳୟ କହିଛି ଯେ, ସେ ଖୁବ୍ ଶୀଘ୍ର ପ୍ରେସକୁ ସମ୍ବୋଧିତ କରିବେ। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ଅୟାତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ଅଲି ଲାରିଜାନି ଇରାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ଭାବରେ ଜଣାଶୁଣା ଥିଲେ। ଲାରିଜାନି ଅୟତୁଲ୍ଲା ଅଲି ଖାମେନିଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ।


