Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ରୁଷ-ୟୁକ୍ରେନ ଯୁଦ୍ଧ: ପୁତିନଙ୍କ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା
ଅନ୍ତରାଷ୍ଟ୍ରୀୟ

ରୁଷ-ୟୁକ୍ରେନ ଯୁଦ୍ଧ: ପୁତିନଙ୍କ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା

September 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆମେରିକା ଯାହା କରିପାରିନାହିଁ, ଭାରତ ଦ୍ଵାରା ହେଲା ସମ୍ଭବ!: ରୁଷ ଏବଂ ୟୁକ୍ରେନର ସବୁଜ ସଙ୍କେତ
ଆମେରିକା ଯାହା କରିପାରିନାହିଁ, ଭାରତ ଦ୍ଵାରା ହେଲା ସମ୍ଭବ!: ରୁଷ ଏବଂ ୟୁକ୍ରେନର ସବୁଜ ସଙ୍କେତ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଘଟଣାକ୍ରମ ସାମ୍ନାକୁ ଆସିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଆଶ୍ଚର୍ଯ୍ୟଜନକ ଭାବେ ୟୁକ୍ରେନ ଉପରେ ଆଗାମୀ ୭୨ ଘଣ୍ଟା ପାଇଁ ଆକାଶପଥରୁ ଆକ୍ରମଣ ବନ୍ଦ ରଖିବାକୁ ନିଜ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରେମଲିନ୍ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ଏବଂ ଏହି ଅସ୍ତ୍ରବିରତି ଶନିବାର ମଧ୍ୟରାତ୍ରିରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି। ଆମେରିକାର ବିଶେଷ ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ନୂଆ ଶାନ୍ତି ଆଲୋଚନା ଆରମ୍ଭ କରିବା ଉଦ୍ଦେଶ୍ୟରେ ମସ୍କୋରେ ପହଞ୍ଚିଥିବା ସମୟରେ ହିଁ ପୁତିନ୍‌ଙ୍କର ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି। ଆମେରିକୀୟ ପ୍ରତିନିଧିମାନେ ରୁଷ ଅଧିକାରୀଙ୍କ ସହ ଆଲୋଚନା ସାରିବା ପରେ କିଭ୍ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଆମେରିକାର ଏହି ମଧ୍ୟସ୍ଥତା ପ୍ରୟାସର ମୁଖ୍ୟ ଲକ୍ଷ୍ୟ ହେଉଛି ଗତ କିଛି ମାସ ଧରି ଅଟକି ରହିଥିବା ରୁଷ-ୟୁକ୍ରେନ ଶାନ୍ତି ଆଲୋଚନାକୁ ପୁନର୍ବାର ସକ୍ରିୟ କରିବା। ଏକ ନୂତନ ଶାନ୍ତି ପ୍ରସ୍ତାବକୁ ନେଇ ଏହି ଆଲୋଚନା ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସି ମଧ୍ୟ ଆମେରିକୀୟ ପ୍ରତିନିଧିଙ୍କ ଗସ୍ତ ସମୟରେ ଅସ୍ଥାୟୀ ଭାବେ ଆକାଶପଥରୁ ରୁଷ ଉପରେ ଆକ୍ରମଣ ବନ୍ଦ ରଖିବାକୁ ସଙ୍କେତ ଦେଇଛନ୍ତି। ତାଙ୍କ ମତରେ, ଶାନ୍ତି ଆଲୋଚନା ପାଇଁ ଆସୁଥିବା ଆମେରିକୀୟ ଦୂତମାନଙ୍କ ସୁରକ୍ଷିତ ଯାତାୟାତ ପାଇଁ ଉଭୟ ପକ୍ଷରୁ ଆକ୍ରମଣ ବନ୍ଦ ରହିବା ଅତ୍ୟନ୍ତ ଆବଶ୍ୟକ।

ତେବେ ଏହି ୭୨ ଘଣ୍ଟିଆ ଆକାଶମାର୍ଗ ଅସ୍ତ୍ରବିରତିକୁ ଦୀର୍ଘକାଳୀନ ଯୁଦ୍ଧବିରତି ବୋଲି ଗ୍ରହଣ କରିବା ଏବେ ଠିକ୍ ହେବ ନାହିଁ, କାରଣ ସ୍ଥଳଭାଗରେ ରୁଷିଆ ଓ ୟୁକ୍ରେନର ଅନ୍ୟାନ୍ୟ ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ଜାରି ରହିଛି। ପ୍ରାପ୍ତ ରିପୋର୍ଟ ଅନୁସାରେ, ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରୁଷିଆର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ବ୍ୟାପକ କ୍ଷତି ସୃଷ୍ଟି କରିଛି। ବିଶେଷ କରି କିଭ୍‌ରେ ଗତ କିଛି ସପ୍ତାହ ଧରି ରୁଷିଆର ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଇବା ଫଳରେ ବିଦ୍ୟୁତ୍ ଯୋଗାଣ, ଯାତାୟାତ ଏବଂ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ବ୍ୟାହତ ହୋଇଛି।

ଅସ୍ତ୍ରବିରତି ଘୋଷଣା ରୁଷ-ୟୁକ୍ରେନ ଯୁଦ୍ଧ
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିରଙ୍ଗା ଉଡ଼ାଇବା ଅପରାଧ ନୁହେଁ, ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ବିଜେଡିର ଦୃଢ଼ ସମର୍ଥନ

October 17, 2026

ସତ୍ତା ପରିବର୍ତ୍ତନ କଥାକୁ ନେଇ ତୀବ୍ର ରାଜନୀତି : ମହୁଆ-ସିବଲଙ୍କ ଆକ୍ରମଣ, ବିଜେପିର ପଲଟା ଜବାବ

October 17, 2026

ଦେଶବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୁବ ଶକ୍ତି: ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026
Latest News

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା

October 17, 2026

BREAKING: ବର୍ଷା ପାଇଁ ଟସ୍ ବିଳମ୍ବ, ବେଙ୍ଗାଲୁରୁରେ ଅନିଶ୍ଚିତ ନିର୍ଣ୍ଣାୟକ ମ୍ୟାଚ୍

October 17, 2026

ଅଭିଜିତ ଦୀପକେ ମୁକ୍ତ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ SEM କୋର୍ଟ

October 17, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ବିସ୍କୁଟରେ ପଶୁ ଚାରା, କ୍ଷୀରରେ ଡିଟର୍ଜେଣ୍ଟ!: ୩ କମ୍ପାନୀ ବିରୋଧରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.