Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଋଷ-ଇରାନ ପ୍ରତିବନ୍ଧକ ବିଲ୍‌ରେ ସ୍ୱାକ୍ଷର କଲେ ଟ୍ରମ୍ପ, ଲାଗିପାରେ ୧୦୦% ଯାଏଁ ଶୁଳ୍କ
ଅନ୍ତରାଷ୍ଟ୍ରୀୟ

ଋଷ-ଇରାନ ପ୍ରତିବନ୍ଧକ ବିଲ୍‌ରେ ସ୍ୱାକ୍ଷର କଲେ ଟ୍ରମ୍ପ, ଲାଗିପାରେ ୧୦୦% ଯାଏଁ ଶୁଳ୍କ

September 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଋଷ-ଇରାନ ପ୍ରତିବନ୍ଧକ ବିଲ୍‌ରେ ସ୍ୱାକ୍ଷର କଲେ ଟ୍ରମ୍ପ, ଲାଗିପାରେ ୧୦୦% ଯାଏଁ ଶୁଳ୍କ

ନୂଆଦିଲ୍ଲୀ: ଋଷ ଏବଂ ଇରାନ ବିରୋଧରେ ଏକ କଠୋର ପ୍ରତିବନ୍ଧକ ଆଇନ ‘ଲିଣ୍ଡସେ ଓ. ଗ୍ରାହାମ ସାଙ୍କସନିଙ୍ଗ ଋଷ ଆଣ୍ଡ ଇରାନ ଆକ୍ଟ ଅଫ୍ ୨୦୨୬’ରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ନୂତନ ଆଇନ ବଳରେ ଋଷଠାରୁ ଅଶୋଧିତ ତେଲ ଓ ପ୍ରାକୃତିକ ଗ୍ୟାସ କିଣୁଥିବା ପ୍ରମୁଖ ଦେଶଗୁଡ଼ିକ (ବିଶେଷ କରି ଭାରତ ଓ ଚୀନ୍) ଉପରେ ଆମେରିକା ୧୦୦ ପ୍ରତିଶତ ପର୍ଯ୍ୟନ୍ତ କଠୋର ଆମଦାନୀ ଶୁଳ୍କ (ଟାରିଫ୍‌) ଲଗାଇବାର କ୍ଷମତା ହାସଲ କରିଛି। ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ବୁଧବାର ଦିନ ଏହି ବିଲ୍‌ଟି ୨୬୨-୧୫୯ ଭୋଟରେ ପାରିତ ହୋଇଥିଲା। ଆମେରିକା ସିନେଟରେ ଗତ ମାସରେ ଏହା ୮୬-୧୧ ଭୋଟର ବିପୁଳ ବହୁମତରେ ଅନୁମୋଦିତ ହୋଇଥିଲା। ଋଷର ମୋଟ ଅଶୋଧିତ ତେଲ ରପ୍ତାନିର ୫୦ ପ୍ରତିଶତ ଚୀନ୍ ଏବଂ ୩୭ ପ୍ରତିଶତ ଭାରତ କ୍ରୟ କରିଥାଏ। ଋଷର ଶକ୍ତି ସମ୍ପଦ କିଣୁଥିବା ଶୀର୍ଷ ୫ଟି ଆମଦାନୀକାରୀ ଦେଶ ଉପରେ ଏହି ନୂଆ ନିୟମ ଅନୁସାରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହୋଇପାରେ। ୟୁକ୍ରେନ ଯୁଦ୍ଧ ପାଇଁ ଋଷ ଯେପରି ଆର୍ଥିକ ପାଣ୍ଠି ଯୋଗାଡ଼ ନ କରିପାରିବ, ସେଥିପାଇଁ ଏହି ଆଇନ ଜରିଆରେ ଋଷର ଶକ୍ତି ଓ ସମର କ୍ଷେତ୍ରକୁ ଟାର୍ଗେଟ କରାଯାଇଛି। ତେଲ ପରିବହନ କଟକଣାରୁ ବର୍ତ୍ତିବା ପାଇଁ ମସ୍କୋ ବ୍ୟବହାର କରୁଥିବା ‘ଛାୟା ଜାହାଜ ବାହିନୀ’  ଉପରେ ମଧ୍ୟ କଡ଼ା ପ୍ରତିବନ୍ଧକ ଲଗାଯାଇଛି। ଯେଉଁ ଦେଶଗୁଡ଼ିକ ଋଷଠାରୁ ୧୫ ପ୍ରତିଶତରୁ କମ୍ ପ୍ରାକୃତିକ ଗ୍ୟାସ ଆମଦାନୀ କରୁଛନ୍ତି କିମ୍ବା ଆମଦାନୀ ହ୍ରାସ କରିବାକୁ ସକ୍ରିୟ ପଦକ୍ଷେପ ନେଉଛନ୍ତି, ସେମାନଙ୍କୁ ଏହି ଶୁଳ୍କରୁ କିଛିଟା ଛାଡ଼ ମିଳିବାର ପ୍ରାବଧାନ ରହିଛି।

ଆମେରିକା ଶୁଳ୍କ ଋଷ ଇରାନ ପ୍ରତିବନ୍ଧକ ଡୋନାଲ୍ଡ ଟ୍ରମ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

କୁନୋରେ ଭାରତ-ଜନ୍ମିତ ‘KGP12’ ଦେଲା ୪ ଶାବକ, ମୋଟ ସଂଖ୍ୟା ୫୬କୁ ବୃଦ୍ଧି

September 19, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ନନ୍ଦିଗ୍ରାମ ପରେ ନାମାଙ୍କନ ପ୍ରତ୍ୟାହାର କଲେ ରେଜିନଗର ପ୍ରାର୍ଥୀ

September 19, 2026

ମା’ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା: ନୌବିହାରରୁ ଫେରି ଶୟନ କଲେ ମା’

September 19, 2026

ଗଛକଟା ଅଭିଯୋଗରେ ଫରେଷ୍ଟର ସସପେଣ୍ଡ, କାରଣ ଦର୍ଶାଅ ନୋଟିସ ପରେ ଆକ୍ସନ

September 19, 2026
Latest News

ଋଷ-ଇରାନ ପ୍ରତିବନ୍ଧକ ବିଲ୍‌ରେ ସ୍ୱାକ୍ଷର କଲେ ଟ୍ରମ୍ପ, ଲାଗିପାରେ ୧୦୦% ଯାଏଁ ଶୁଳ୍କ

September 19, 2026

କୁନୋରେ ଭାରତ-ଜନ୍ମିତ ‘KGP12’ ଦେଲା ୪ ଶାବକ, ମୋଟ ସଂଖ୍ୟା ୫୬କୁ ବୃଦ୍ଧି

September 19, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ନନ୍ଦିଗ୍ରାମ ପରେ ନାମାଙ୍କନ ପ୍ରତ୍ୟାହାର କଲେ ରେଜିନଗର ପ୍ରାର୍ଥୀ

September 19, 2026

ମା’ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା: ନୌବିହାରରୁ ଫେରି ଶୟନ କଲେ ମା’

September 19, 2026

ଗଛକଟା ଅଭିଯୋଗରେ ଫରେଷ୍ଟର ସସପେଣ୍ଡ, କାରଣ ଦର୍ଶାଅ ନୋଟିସ ପରେ ଆକ୍ସନ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.