ଚୀନ୍‌ରେ କୋରୋନା ଭାଇରସ୍‌ ଆତଙ୍କ : ମୃତ୍ୟୁ ସଂଖ୍ୟା 490କୁ ବୃଦ୍ଧି

Published: Feb 5, 2020, 10:55 am IST

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ଏହାର ଆତଙ୍କ ମଚାଇଛି । ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 490କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 24324ରେ ପହଞ୍ଚିଛି । ମଙ୍ଗଳବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 65 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଚୀନ୍‌ର ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରୁ 262 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 1.85 ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ନେଇ ସୂଚନା ଦେଇଛି । ଚଳିତ ବର୍ଷର ମୃତ୍ୟୁ ସଂଖ୍ୟକା 2003-04 ବର୍ଷର ମୃତ୍ୟୁ ସଂଖ୍ୟାଠାରୁ ଅଧିକ ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ୍ ବର୍ତ୍ତମାନ 20ଟି ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଛି । ଏହା ମଧ୍ୟରେ ମଙ୍ଗଳବାର ହଂକଂରେ ପ୍ରଥମ କୋରୋନା ଭାଇରସ୍‌ ମୃତ୍ୟୁ ଘଟିଛି । (ଏଜେନ୍ସି)

Related posts