ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଭିଡିଓ ଲିକ୍‌ କଲା ଗୁଗୁଲ୍‌

Published: Feb 5, 2020, 2:25 pm IST

ସାନଫ୍ରାନ୍‌ସିସ୍କୋ : ବିଶ୍ବର ଶ୍ରେଷ୍ଠ ଇଣ୍ଟରନେଟ୍‌ ସରବରାହ ସଂସ୍ଥା ଗୁଗୁଲ୍‌ ପକ୍ଷରୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଭିଡିଓ ଲିକ୍‌ କରାଯାଇଛି । ଏହି ତ୍ରୁଟିକୁ ଏକ ବୈଷୟିକ ତ୍ରୁଟି ବୋଲି ଅଭିହିତ କରାଯିବା ସହିତ ଏହି ସମସ୍ୟାର ସମାଧାନ ହୋଇଛି ବୋଲି ଗୁଗୁଲ୍‌ ପକ୍ଷରୁ କୁହାଯାଇଛି । 9ଟୁ5 ଗୁଗୁଲ୍‌ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । ସମସ୍ତ ଭିଡିଓର ମାତ୍ର 0.01 ପ୍ରତିଶତ ଭିଡିଓ ଲିକ ହୋଇଥିବା ନେଇ ସୂଚନା ମିଳିଛି । ତେବେ କେତେ ସଂଖ୍ୟକ ଗ୍ରାହକ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ସେ ନେଇ ଗୁଗୁଲ୍‌ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଗୁଗୁଲ୍‌ ଫଟୋକୁ ପ୍ରାୟ 1 ବିଲିୟନ୍‌ ଗ୍ରାହକ ବ୍ୟବହାର କରୁଥିବା ବେଳେ ଏହାର 0.01 ପ୍ରତିଶତ ବହୁତ ବଡ ସଂଖ୍ୟା ବୋଲି ଜଣାପଡିଛି । ଗୁଗୁଲ୍‌ ଫଟୋକୁ ଏକ ଲିଙ୍କ ଆସିଥାଏ ଯେଉଁଥିରୁ ଅନ୍ୟର ବ୍ୟକ୍ତିଗତ ତଥ୍ୟ ହାସଲ ହୋଇପାରିବ ।

Related posts