ଇସ୍ତାନବୁଲରେ ତିନିଖଣ୍ଡ ହେଲା ବିମାନ : 3 ମୃତ,179 ଆହତ

Published: Feb 6, 2020, 11:09 am IST

ଅଙ୍କାରା : ଇସ୍ତାନବୁଲରେ ଏକ ଭୟାବହ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶତାଧିକ ଯାତ୍ରୀ । ବୁଧବାର ରାତିରେ ରନ୍‌ଓ୍ବେରେ ବିମାନଟି ଖସିଯିବାରୁ ବିମାନଟି 3 ଖଣ୍ଡ ହୋଇଯାଇଥିଲା । ବିମାନଟି 3 ଖଣ୍ଡ ହୋଇଯାଇଥିବା ବେଳେ 179 ଜଣ ପ୍ରାର୍ଥୀ ଆହତ ହୋଇଛନ୍ତି । ପେଗାସସ୍‌ ଏୟାର ଲାଇନ୍ସର ଏହି ବିମାନଟିରେ 183 ଜଣ ଯାତ୍ରୀ ବସିଥିଲେ । ଖରାପ ପାଗ କାରଣରୁ ଲ୍ୟାଣ୍ଡ କରୁଥିବା ସମୟରେ ବିମାନଟି ଖସିଯାଇ ଦୁର୍ଘଟଣା ଘଟିଥିଲା । ବିମାନଟି ପ୍ରାୟ 50ରୁ 60 ମିଟର ପର୍ଯ୍ୟନ୍ତ ଖସି ଯାଇଥିଲା । ବିମାନଟି ଇଜମିର ଅଦନାନ ମେଣ୍ଡରିସ୍‌ ବିମାନ ବନ୍ଦରରୁ ଇସ୍ତାନବୁଲ ଆସୁଥିଲା । (ଏଜେନ୍ସି)

Related posts