କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 2592କୁ ବୃଦ୍ଧି : 409 ନୂତନ କେସ୍‌ ପଞ୍ଜୀକୃତ

Published: Feb 24, 2020, 2:51 pm IST

ବେଜିଂ : କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 2592କୁ ବୃଦ୍ଧି ପାଇଛି । ରବିବାର 150 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 409ଟି ନୂତନ ମାମଲା ପଞ୍ଜୀକୃତ ହୋଇଛି । ଚୀନ୍‌ ଏବଂ ଜାପାନରେ ଏହି ଭାଇରସ୍‌ ତାଣ୍ଡବ ମଚାଇଥିବା ବେଳେ ଦକ୍ଷିଣ କୋରିଆରେ ଏହି ଭାଇରସ୍‌ ନିଜର ପ୍ରଭାବ ବିସ୍ତାର କରୁଛି । ରବିବାର ଦକ୍ଷିଣ କୋରିଆରେ ନୂତନ ଭାବରେ 161 ଜଣ ଆକ୍ରାନ୍ତ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 763ରେ ପହଞ୍ଚିଛି । ସୋମବାର ମିଳିଥିବା ସୂଚନା ଅନୁଯାୟୀ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା 77 ହଜାର ବ୍ୟକ୍ତି ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସେହିପରି ଇରାନ୍‌ରେ ବର୍ତ୍ତମାନ ସୁଦ୍ଧା 43 ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । (ଏଜେନ୍ସି)

Related posts