Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କାବୁଲ୍‌ରେ ଗୁଳିମାଡ : 32 ମୃତ, 50ରୁ ଉର୍ଦ୍ଧ୍ବ ଆହତ
ଅନ୍ତରାଷ୍ଟ୍ରୀୟ

କାବୁଲ୍‌ରେ ଗୁଳିମାଡ : 32 ମୃତ, 50ରୁ ଉର୍ଦ୍ଧ୍ବ ଆହତ

March 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କାବୁଲ୍‌ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଗୁଳିମାଡ଼ ହେବାରୁ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୋଲିସ୍‌ ଦୁଇ ବନ୍ଧୁକଧାରୀଙ୍କୁ ନିହତ କରିଛି । ଇସଲାମିକ ଷ୍ଟେଟ ସହ ଜଡ଼ିତ ଏକ ଗ୍ରୁପ ନିଜର ୱେବସାଇଟରେ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି।

ଆଫଗାନିସ୍ଥାନରେ ଶିୟା ହାଜ୍‌ରା ନେତା ଅବ୍ଦୁଲ୍‌ ଅଲୀ ମଜାରୀଙ୍କ ପୁଣ୍ୟତିଥି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 1995 ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ସାମିଲ୍‌ ହୋଇଥିବା ବହୁତ ଲୋକେ ସିୟା ସମୁଦାୟର ରହିଥିଲେ। ନିକଟରେ ଆମେରିକା ଓ ତାଲିବାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୁଝାମଣା ହୋଇଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି ।

ଆଫାଗାନିସ୍ଥାନ ଗୃହମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ ଏହି ଆକ୍ରମଣ ଘଟଣାରେ 32ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 81 ଜଣ ଆହତ ହୋଇଛନ୍ତି । ତେବେ ଆଫଗାନିସ୍ଥାନର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ଆକ୍ରମଣରେ 32ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 58ଜଣଙ୍କର ଆହତ ହୋଇଥିବାର ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ଜଣେ ସାମ୍ବାଦିକ ଓ ଫଟୋଗ୍ରାଫର୍‌ ସାମିଲ୍‌ ରହିଛନ୍ତି । ଆଫଗାନିସ୍ତାନର ହାଇ ପିସ୍‌ କାଉନ୍‌ସିଲ୍‌ର ମୁଖ୍ୟ କରୀମ ଖଲୀଲୀ ଭାଷଣ ଦେବା ସମୟରେ ଗୁଳି ମାଡ ଆରମ୍ଭ ହୋଇଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026
Latest News

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.