ବିଶ୍ବରେ କରୋନା ସ୍ଥିତି ବେକାବୁ : ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଲା ଆମେରିକା

Published: Apr 12, 2020, 7:09 am IST

ନୂଆଦିଲ୍ଲୀ : ଚୀନ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀରେ ପରିଣତ ହୋଇଛି । ବିଶ୍ବର 210ଟି ଦେଶରେ ନିଜର କାୟା ବିସ୍ତାର କରିଛି କୋଭିଡ୍‌-19 । ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲକ୍ଷେ 8 ହଜାର 770 ଛୁଇଁଛି। କରୋନା ଯୋଗୁଁ ସବୁଠୁ ବେଶି ପ୍ରଭାବିତ ହୋଇଛି ଆମେରିକା, ଇଟାଲୀ, ସ୍ପେନ୍‌ ଓ ଫ୍ରାନ୍ସ । କରେନା ଜନିତ ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଛି ଆମେରିକା । ଆମେରିକାରେ ମୃତ୍ୟୁସଂଖ୍ୟା 20 ହଜାର 577କୁ ବୃଦ୍ଧି ହୋଇଛି । ସେହିପରି ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 532,879ରେ ପହଞ୍ଚିଛି । ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 16,606କୁ ବୃଦ୍ଧି ହୋଇଛି । ସେହିପରି ଇଟାଲୀରେ ମୃତ୍ୟୁ ସଂଖ୍ୟା 19,468ରେ ପହଞ୍ଚିଥିବାବେଳେ  ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 13,832ରେ ପହଞ୍ଚିଛି ।

କେଉଁ ରାଷ୍ଟ୍ରରେ କିପରି ରହିଛି କରୋନା ସ୍ଥିତି :

Related posts