Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଲାଗି ଦ୍ବିତୀୟ ଥର ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି କଲା ଏହି ଦେଶ
ଅନ୍ତରାଷ୍ଟ୍ରୀୟ

କରୋନା ଲାଗି ଦ୍ବିତୀୟ ଥର ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି କଲା ଏହି ଦେଶ

September 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଇସ୍ରାଏଲ୍‌ : ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଦ୍ବିତୀୟଥର ପାଇଁ ଦେଶରେ ଦେଶବ୍ୟାପୀ ଲକ୍‌ଡାଉନ୍‌ର ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ଏହି  ଲକ୍‌ଡାଉନ୍‌ ଏବେ ଦେଶରେ ତିନି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଅକ୍ଟୋବର 9 ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି ରହିବା ନେଇ ଘୋଷଣା କରାଯାଇଛି । ତେବେ ଇସ୍ରାଏଲ୍‌ ପ୍ରଥମ ରାଷ୍ଟ୍ର ଭାବେ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି କରିଛି ।

ଇସ୍ରାଏଲ୍‌ର ରାଷ୍ଟ୍ରତି ବେଞ୍ଜାମିନ୍‌ ନେତନ୍ୟାହୁ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌କୁ ନେଇ କହିଛନ୍ତି ଯେ, ଏଥିପାଇଁ ସାଧାରଣ ଜନତାଙ୍କୁ ବହୁତ ଅସୁବିଧା ହେବ । ଇସ୍ରାଏଲ୍‌ରେ ଏବେ ସାମୂହିକ ପର୍ବ ପାଳିବା ସମୟରେ ଲକ୍‌ଡାଉନ୍‌କୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଘରେ ରହି ସୀମିତ ସଦସ୍ୟଙ୍କ ମଧ୍ୟରେ ପର୍ବ ପାଳିବାକୁ ନେତନ୍ୟାହୁ ପରାମର୍ଶ ଦେଇ କହିଛନ୍ତି ଯେ, ଆମେ ଯଦି ସମେସ୍ତ ପ୍ରତିବଦ୍ଧପୂର୍ଣ୍ଣ ଭାବେ ନିୟମକୁ ପାଳନ କରିବା ତେବେ କରୋନାକୁ ମାତ୍‌ ଦେଇପାରିବା । ସେହିପରି ଭ୍ୟାକ୍‌ସିନ୍‌ ଓ ଦ୍ରୁତ ଟେଷ୍ଟିଂକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି ନେତନ୍ୟାହୁ ।

ତେବେ ସରକାରଙ୍କ ଏହି ନିୟମକୁ ବିରୋଧ କରି ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ତେବେ ରାଷ୍ଟ୍ରରେ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି ପ୍ରସଙ୍ଗକୁ ନେଇ ରବିବାର ଦିନ ବହୁ ଲୋକେ ପ୍ରଦର୍ଶନ କରିବା ସହିତ ନେତନ୍ୟାହୁଙ୍କ ଇସ୍ତଫା ଦାବି କରିଥିଲେ।  ଏପରିକି ଏୟାରପୋର୍ଟ ଯିବା ରାସ୍ତାରେ ନେତନ୍ୟାହକୁ ଘେରିଥିଲେ । ନେତନ୍ୟାହୁ ଆମେରିକା, ବାହାରିନ୍‌ ଓ ୟୁଏଇ ସହିତ ଏକ ଚୁକ୍ତି କରିବାକୁ ଯିବା ସମୟରେ ବିରୋଧ ପ୍ରଦର୍ଶନର ସମ୍ମୁଖୀନ ହୋଇଥିଲେ । ଏଠାରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି ।  ତେବେ କରୋନାକୁ ରୋକିବା ଲାଗି ଦେଶରେ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି କାରଣରୁ ୟେହୁଦୀଙ୍କ ପର୍ବ ମଧ୍ୟ ପାଳିତ ହୋଇପାରିବ ନାହିଁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । (ଏଜେନ୍ସି)

israel Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026
Latest News

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.