ମାସ୍କ ନ ପିନ୍ଧିଲେ ମିଳିବ ଏପରି ଦଣ୍ଡ : କରୋନାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଖୋଳିବାକୁ ପଡିବ କବର

Published: Sep 15, 2020, 4:47 pm IST

ଇଣ୍ଡୋନେସିଆ : କରୋନାକୁ ନେଇ ସାରା ବିଶ୍ବରେ ଏବେ କୋକୁଆ ଭୟ । ଏହାକୁ ରୋକିବାକୁ ମାସ୍କ ସହିତ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି । ହୁର ଏହି ପରାମର୍ଶକୁ ସବୁ ଦେଶରେ କଡାକଡି ପାଳନ କରାଯାଉଛି । ବିଶେଷକରି କୋଭିଡ୍‌ ଗାଇଡଲାଇନ୍‌ ଜାରି କରାଯାଇଛି । ଗାଇଡଲାଇନର ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ ମଧ୍ୟ କରାଯାଉଛି। କରୋନାକୁ ନେଇ ସଚେତନତା ମଧ୍ୟ କରାଯାଉଛି । ଆମ ଦେଶରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯିବା ସହ ଏହାର ଉଲ୍ଳଂଘନରେ ଦଣ୍ଡ ଦିଆଯିବାର ପ୍ରାବଧାନ ମଧ୍ୟ ରହିଛି ।

ଇଣ୍ଡୋନେସିଆରେ ଏବେ ଏହି ମାସ୍କ ପିନ୍ଧିବାକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଇଣ୍ଡୋନେସିଆର ଇଷ୍ଟ ଜାଭା ଅଞ୍ଚଳରେ ପ୍ରଶାସନ ଘୋଷଣା କରିଛି ଯେ ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଦଣ୍ଡ ଭାବେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂସ୍କାର ପାଇଁ କବର ଖୋଳିବାକୁ ପଡିବ ।ଯେଉଁମାନେ ମାସ୍କ ପିନ୍ଧିବା ନିୟମ ଉଂଲଘନ କରିବେ ସେମାନଙ୍କୁ କବର ଖୋଳିବାକୁ ପଡ଼ିବ । ନିୟମ ଉଂଲଘନକାରୀଙ୍କୁ ଦଣ୍ଡ ମିଳିବା ସହ ଦେଶରେ କବରର ମଧ୍ୟ ଅଭାବ ରହିବ ନାହିଁ  ପ୍ରଶାସନ ସୂଚନା ଦେଇଛି ।  ତେଣୁ ଯେଉଁମାନେ ମାସ୍କ ପିନ୍ଧିବା ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଏହି ଦଣ୍ଡ ଦିଆଯାଉଛି । ନିକଟରେ ଆଠ ଜଣ ମାସ୍କ ନ ପିନ୍ଧି ଏହି ଦଣ୍ଡରେ ଦଣ୍ଡିତ ହୋଇ ସାରିଛନ୍ତି । (ଏଜେନ୍ସି)

Related posts