Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମାସ୍କ ନ ପିନ୍ଧିଲେ ମିଳିବ ଏପରି ଦଣ୍ଡ : କରୋନାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଖୋଳିବାକୁ ପଡିବ କବର
ଅନ୍ତରାଷ୍ଟ୍ରୀୟ

ମାସ୍କ ନ ପିନ୍ଧିଲେ ମିଳିବ ଏପରି ଦଣ୍ଡ : କରୋନାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଖୋଳିବାକୁ ପଡିବ କବର

September 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇଣ୍ଡୋନେସିଆ : କରୋନାକୁ ନେଇ ସାରା ବିଶ୍ବରେ ଏବେ କୋକୁଆ ଭୟ । ଏହାକୁ ରୋକିବାକୁ ମାସ୍କ ସହିତ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି । ହୁର ଏହି ପରାମର୍ଶକୁ ସବୁ ଦେଶରେ କଡାକଡି ପାଳନ କରାଯାଉଛି । ବିଶେଷକରି କୋଭିଡ୍‌ ଗାଇଡଲାଇନ୍‌ ଜାରି କରାଯାଇଛି । ଗାଇଡଲାଇନର ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ ମଧ୍ୟ କରାଯାଉଛି। କରୋନାକୁ ନେଇ ସଚେତନତା ମଧ୍ୟ କରାଯାଉଛି । ଆମ ଦେଶରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯିବା ସହ ଏହାର ଉଲ୍ଳଂଘନରେ ଦଣ୍ଡ ଦିଆଯିବାର ପ୍ରାବଧାନ ମଧ୍ୟ ରହିଛି ।

ଇଣ୍ଡୋନେସିଆରେ ଏବେ ଏହି ମାସ୍କ ପିନ୍ଧିବାକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଇଣ୍ଡୋନେସିଆର ଇଷ୍ଟ ଜାଭା ଅଞ୍ଚଳରେ ପ୍ରଶାସନ ଘୋଷଣା କରିଛି ଯେ ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଦଣ୍ଡ ଭାବେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂସ୍କାର ପାଇଁ କବର ଖୋଳିବାକୁ ପଡିବ ।ଯେଉଁମାନେ ମାସ୍କ ପିନ୍ଧିବା ନିୟମ ଉଂଲଘନ କରିବେ ସେମାନଙ୍କୁ କବର ଖୋଳିବାକୁ ପଡ଼ିବ । ନିୟମ ଉଂଲଘନକାରୀଙ୍କୁ ଦଣ୍ଡ ମିଳିବା ସହ ଦେଶରେ କବରର ମଧ୍ୟ ଅଭାବ ରହିବ ନାହିଁ  ପ୍ରଶାସନ ସୂଚନା ଦେଇଛି ।  ତେଣୁ ଯେଉଁମାନେ ମାସ୍କ ପିନ୍ଧିବା ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଏହି ଦଣ୍ଡ ଦିଆଯାଉଛି । ନିକଟରେ ଆଠ ଜଣ ମାସ୍କ ନ ପିନ୍ଧି ଏହି ଦଣ୍ଡରେ ଦଣ୍ଡିତ ହୋଇ ସାରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026
Latest News

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026

CJP Protest: ହଜାର ହଜାର ସମର୍ଥକଙ୍କ ସହିତ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କଲା ସିଜେପି

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.