Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ୍ ଓ ବିଡେନ୍‌ଙ୍କ ମଧ୍ୟରେ ଚାଲିଛି କଡ୍ଡା ଟକ୍କର
ଅନ୍ତରାଷ୍ଟ୍ରୀୟ

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ୍ ଓ ବିଡେନ୍‌ଙ୍କ ମଧ୍ୟରେ ଚାଲିଛି କଡ୍ଡା ଟକ୍କର

November 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଡେନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରୁ  କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି, ତାହା ଆଜି ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ 223ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି 148 ଇଲେକ୍ଟୋରାଲ୍ ଭୋଟ୍ ।ପ୍ରାଥମିକ ପର୍ଯ୍ୟାୟରେ ଗଣତିରୁ ଜଣାପଡ଼ିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପ୍ରତିନ୍ଦ୍ୱନ୍ଦୀ ଜୋ ବିଡେନଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।ତେବେ ଆସନ୍ତୁ ଜାଣିବା ଟ୍ରମ୍ପ୍‌ ଓ ବିଡେନ୍‌ କେଉଁ କେଉଁ ରାଜ୍ୟ ଜିତିଛନ୍ତି । ତେବେ ଏବେସୁଦ୍ଧା 41ଟି ରାଜ୍ୟର ଫଳାଫଳ ଆସିଥିବାବେଳେ ମାତ୍ର 9ଟି ରାଜ୍ୟର ଫଳାଫଳ ଆସିବାକୁ ବାକି ରହିଛି । ପେନ୍‌ସ୍ଲେଭିଆ ଓ ଜର୍ଜିଆରେ ଟ୍ରମ୍ପ୍‌ ଆଗୁଆ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଟ୍ରମ୍ପ୍‌ ଫ୍ଲୋରିଡା, ସାଉଥ୍‌ ଡାକଟୋ, ମିସୌରୀ, ଲୁହସନିଆ, ନେବ୍ରାସ୍କା, ନର୍ଥ ଡାକ୍ଟୋ, ଅରକାନ୍ସ, ଅଲବାମା, ମିସିସିପି, ଓକ୍ଲାହୋମା, ଟେନେସି, କେଣ୍ଟକୀ, ଓ୍ବେଷ୍ଟ ଭର୍ଜିନିଆ, ଓ୍ବୋମିଙ୍ଗ, ଇଣ୍ଡିଆନା, ଟେକ୍ସାସ, ସାଉଥ୍‌ କ୍ୟାରେଲିନା ଓ ଆକ୍ଲାହୋମା ପ୍ରମୁଖ ରାଜ୍ୟ ଜିତିଥିବାର ସୂଚନା ରହିଛି । ସେହିପରି ଭର୍ଜିନିଆ, କାଲିଫର୍ଣ୍ଣିଆ, କାଲୋରାଡା, ନ୍ୟୁ ହେମ୍ପସାୟର୍‌ଏ ଡିଷ୍ଟିକ୍ଟ ଅଫ୍‌ କଲମ୍ବିଆ, ନ୍ୟୁୟର୍କ, ଓ୍ବମୋର୍ଟ, କନୋକିଟ୍ଟ, ଡେଲାଓ୍ବେୟର, ଇଲିନୋଇସ୍‌, ମେରୀଲାଣ୍ଡ, ମୈସାଚୁସେଟସ୍‌, ନ୍ୟୁଜର୍ସି ଓ ରୋଡ୍‌ ଆଇଲାଣ୍ଡ ପ୍ରମୁଖ ରାଜ୍ୟ ବାଇଡେନ୍‌ଙ୍କଭାଗରେ ପଡିଛି ।

ବର୍ତ୍ତମାନ ସୁଦ୍ଧା ଡେମୋକ୍ରାଟିକ୍ ପାର୍ଟି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ବହୁମତ ହାସଲ ଦିଗରେ ଅଗ୍ରସର ହେଉଛି । ସିନେଟ ପାଇଁ ରିପବ୍ଲିକାନ୍ ପାର୍ଟି ଓ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ କଡ଼ା ମୁକାବିଲ ହେଉଛି ।

ମତଗଣନା ପୂର୍ବରୁ ହ୍ୱାଇଟ ହାଉସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ୟୁଏସ ସୁରକ୍ଷାକର୍ମୀ ଓ ଗୁଇନ୍ଦା ସଂସ୍ଥା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଆଖପାଖ ଅଂଚଳରେ ଯାଉଥିବା ଲୋକଙ୍କୁ ଉପରେ ମଧ୍ୟ ନଜର ରଖାଯାଉଛି । (ଏଜେନ୍ସି)

joebiden trump
Share. Facebook Twitter LinkedIn Email WhatsApp Copy Link

Related Posts

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

September 28, 2026
Latest News

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.