କଠିନ ପରିଶ୍ରମ କରିବା ପରେ ମଧ୍ୟ ରହୁଛି ଧନର ଅଭାବ: ତେବେ କରନ୍ତୁ ଏହି ଉପାୟ

Published: Jan 31, 2023, 8:24 am IST

ନୂଆଦିଲ୍ଲୀ: ଯଦି କଠିନ ପରିଶ୍ରମ କରିବା ପରେ ବି ଆପଣଙ୍କ ଜୀବନରେ ସର୍ବଦା ଧନର ଅଭାବ ରହୁଛି। ତେବେ ଆପଣ ଏକ ଉପାୟ ଦ୍ଵାରା ଏଥିରେ ମୁକ୍ତି ପାଇପାରିବେ। ଆପଙ୍କ ପର୍ସରେ ଆପଣ ଏମିତି କିଛି ଜିନିଷ ରଖନ୍ତୁ ଯଦ୍ୱାରା ଆପଣଙ୍କୁ କେବେ ବି ଧନର କମି ରହିବନି।

ତେବେ ଆସନ୍ତୁ ଜାଣିବା ପର୍ସରେ ଏମିତି କଣ ରଖିଲେ ଧନ ପ୍ରାପ୍ତି ହେବ –

୧- ଧନର ଅଭାବ ଦୂର କରିବା ପାଇଁ ଶୁକ୍ରବାର ଦିନ ପାଞ୍ଚ ଗୋମତୀ ଚକ୍ର ଓ ଏକ ହଳଦୀକୁ ନେଇ ଏକ ଲାଲ କପଡାରେ ବାନ୍ଧି ଦିଅନ୍ତୁ। ଏଇ ପୁଟୁଳିକୁ ମାତା ଲକ୍ଷ୍ମୀଙ୍କ ମୃତ୍ତି ପାଖରେ ରଖିପୂଜା କରନ୍ତୁ। ଏହାପରେ ଏହାକୁ ପର୍ସରେ ରଖି ଦିଅନ୍ତୁ। ଏହାକୁ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ।

୨- ହଳଦିଆ ରଙ୍ଗର ଏକ କପଡାରେ ପାଞ୍ଚଟି ହଳଦିଆ କଉଡି ରଖି ଏହାକୁ ଗଣ୍ଠି ବାନ୍ଧି ଦିଅନ୍ତୁ। ଏହାପରେ ଏଇ ପୋଟଳିକୁ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ନୁଙ୍କ ପାଖରେ ରଖି ଏହାର ପୂଜା କରନ୍ତୁ। ଏହାପରେ ଏହାକୁ ପର୍ସରେ ରଖନ୍ତୁ। ଏହା ଦ୍ଵାରା ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ।

୩- ଧଳା ରଙ୍ଗର ପଥର ଓ କମଳା ବୀଜକୁ ନେଇ କୌଣସି ଏକ ଶୁକ୍ରବାର ଦିନ ନିଜ ପର୍ସରେ ରଖନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ରହିବ ନାହିଁ। ଶୁକ୍ରବାର ଦିନ ଏକ ଛୋଟ ଶ୍ରୀଯନ୍ତ୍ରର ପୂଜା କରିକି ଏହାକୁ ନିଜ ପର୍ସରେ ରଖନ୍ତୁ। ଏହାଦ୍ବାରା ଆପଣଙ୍କୁ କେବେ ବି ଧନ ର ଅଭାବ ପରିଲକ୍ଷିତ ହେବ ନାହିଁ।

Related posts