Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ରିଲାଏନ୍ସ କଂପାନୀରୁ ସେ ବର୍ଷକୁ 75 କୋଟି ଟଙ୍କା ଦରମା ପାଉଥିଲେ, ହେଲେ ସନ୍ୟାସୀ ହେବା ପାଇଁ ସବୁ ଛାଡିଲେ…
ଜୀବନ ଶୈଳୀ

ରିଲାଏନ୍ସ କଂପାନୀରୁ ସେ ବର୍ଷକୁ 75 କୋଟି ଟଙ୍କା ଦରମା ପାଉଥିଲେ, ହେଲେ ସନ୍ୟାସୀ ହେବା ପାଇଁ ସବୁ ଛାଡିଲେ…

June 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance
ରିଲାଏନ୍ସ କଂପାନୀରୁ ସେ ବର୍ଷକୁ 75 କୋଟି ଟଙ୍କା ଦରମା ପାଉଥିଲେ, ହେଲେ ସନ୍ୟାସୀ ହେବା ପାଇଁ ସବୁ ଛାଡିଲେ...

The Samikhsya Desk: ଦୁନିଆରେ ଏମିତି ଲୋକ ଥାଆନ୍ତି ଯେଉଁମାନେ ସନ୍ୟାସୀ ହେବା ପାଇଁ କୋଟିକୋଟି ଟଙ୍କାକୁ ତୁଚ୍ଛ କରିଦିଆନ୍ତି। ସେମାନଙ୍କୁ ନା ବାନ୍ଧିପାରେ ଟଙ୍କା ନା ପରିବାର। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ପ୍ରକାଶ ଶାହ। ତାଙ୍କ କଥା ଯେ କେହି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। କାରଣ ସେ ଏମିତି କିଛି କରିଛନ୍ତି ଯାହା ତାଙ୍କୁ ଏ ଦୁନିଆ ସବୁଦିନ ମନେ ରଖିଛି।

ଆମେ କହୁଛି ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଜଣେ ଉଚ୍ଚ ପଦସ୍ଥ ଅଫିସର ତଥା ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଅତି ଘନିଷ୍ଠ ପ୍ରକାଶ ଶାହଙ୍କ କଥା। ସେ ରିଲାଏନ୍ସ କଂପାନୀରେ ସାଧାରଣ ଅଫିସରଠାରୁ ଉତିଣ୍ଣ ହୋଇ ଶେଷରେ ଭାଇସ ପ୍ରେସିଡେଣ୍ଟ ଥିଲେ। ସେ ସିଧା ମୁକେଶ ଆମ୍ବାନୀଙ୍କ ସହିତ କଥା ହେଉଥିଲେ। ତାଙ୍କର ଦରମା ଥିଲା ବର୍ଷକୁ 75 କୋଟି ଟଙ୍କା। କଥାରେ କହନ୍ତି ଗାଡି ଘୋଡା ବଙ୍ଗଳା ପ୍ରାଚ୍ୟୁର୍ଯ୍ୟ ସବୁକିଛି ଥିଲା। ହେଲେ ହଠାତ ସେ ସନ୍ୟାସୀ ହେବାକୁ ନିଷ୍ପତି କଲେ ଆଉ ସନ୍ୟାସୀ ହେଲେ ମଧ୍ୟ।

ପ୍ରକାଶ ଶାହ ହେଉଛନ୍ତି ଜଣେ କେମିକାଲ ଇଂଜିନିୟର। ସେ ମୁକେଶ ଆମ୍ବାନୀଙ୍କ ପୁରା ପାଖ ଲୋକ ଥିଲେ। ସେ ଆଇଆଇଟି ମୁମ୍ବାଇରୁ ପୋଷ୍ଟ ଗ୍ରାଜୁଏଟ ମଧ୍ୟ କରିଛନ୍ତି। ତାଙ୍କର ସ୍ତ୍ରୀ ମଧ୍ୟ ଜଣେ କମର୍ସ ଗ୍ରାଜୁଏଟ। ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଆଶ୍ଚର୍ଯ୍ୟର କଥା ବଡ ପୁଅ ବାପାଙ୍କ ବହୁ ପୂର୍ବରୁ ସନ୍ୟାସୀ ହୋଇସାରିଛନ୍ତି। ସେ ଦୀକ୍ଷା ଗ୍ରହଣ କରି ଘର ପରିତ୍ୟାଗ କରିଛନ୍ତି। ଆଉ ଜଣେ ପୁଅ ବିବାହ କରି ଘରେ ରହୁଛନ୍ତି।

ଯିଏ ଏସି ଗାଡିରେ ବୁଲୁଥିଲା, ତାରକା ହୋଟେଲରେ ରହୁଥିଲେ ତାଙ୍କର ହଠାତ ପରିବର୍ତ୍ତନ ଘଟିଲା। ସେ ଦୀକ୍ଷା ଗ୍ରହଣ କରି ସନ୍ୟାସୀ ବେଶ ଧାରଣ କରିଛନ୍ତି। ଏପରିକି ହାତରେ ଠେଙ୍ଗା ଏବଂ ଖାଲିପାଦରେ ସେ ବୁଲୁଛନ୍ତି। ତାଙ୍କୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି। ବର୍ତ୍ତମାନ ତାଙ୍କର ବୟସ 64 ବର୍ଷ। ଏହି ବୟସରେ ସେ ସନ୍ୟାସୀ ହୋଇ ଖାଲିପାଦରେ ଭ୍ରମଣ କରୁଛନ୍ତି।

ପ୍ରକାଶ ଶାହଙ୍କ କହିବା କଥା ଯେ, ପିଲାଦିନରୁ ତାଙ୍କର ସନ୍ୟାସୀ ହେବାର ବହୁ ଇଚ୍ଛା ଥିଲା। ହେଲେ ପରିସ୍ଥିତି ଅନୁସାରେ ତାହା କାର୍ଯ୍ୟକାରୀ ହେବାର ସମ୍ଭାବନା ନ ଥିଲେ। ସାଂସରିକ ଜଞ୍ଜାଳ ଭିତରେ ବୁଡିଯିବା ପରେ ସେଥିରୁ ବାହାରି ପାରି ନ ଥିଲି। ହେଲେ ସମୟ ଆସିଲା ଭଗବାନଙ୍କ ଆର୍ଶିବାଦ ମିଳିଲା ଏବେ ସେହି ଇଚ୍ଛା ପୁରଣ ହୋଇଛି। ପ୍ରକାଶ ଶାହ ସନ୍ୟାସୀ ହେବା ପରେ ବର୍ତ୍ତମାନ ଭୁବନଜିତ ମହାରାଜା ଭାବେ ପରିଚିତ।

reliance industry ମୁକେଶ ଆମ୍ବାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.