Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଗାଡ଼ିର ରଙ୍ଗ ପଛରେ ଲୁଚିଛି ବୈଜ୍ଞାନିକ କାରଣ: ଜାଣନ୍ତୁ ଦମକଳ, ସ୍କୁଲ ବସ୍ ଓ ଆମ୍ବୁଲାନ୍ସର ବିଶେଷତ୍ୱ
ଜୀବନ ଶୈଳୀ

ଗାଡ଼ିର ରଙ୍ଗ ପଛରେ ଲୁଚିଛି ବୈଜ୍ଞାନିକ କାରଣ: ଜାଣନ୍ତୁ ଦମକଳ, ସ୍କୁଲ ବସ୍ ଓ ଆମ୍ବୁଲାନ୍ସର ବିଶେଷତ୍ୱ

September 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗାଡ଼ିର ରଙ୍ଗ ପଛରେ ଲୁଚିଛି ବୈଜ୍ଞାନିକ କାରଣ: ଜାଣନ୍ତୁ ଦମକଳ, ସ୍କୁଲ ବସ୍ ଓ ଆମ୍ବୁଲାନ୍ସର ବିଶେଷତ୍ୱ

ରାସ୍ତାରେ ଚାଲୁଥିବା ବିଭିନ୍ନ ପ୍ରକାରର ଗାଡ଼ି ମଧ୍ୟରେ କିଛି ବିଶେଷ ଗାଡ଼ିର ରଙ୍ଗ ଆମ ଆଖିରେ ତୁରନ୍ତ ଧରାପଡ଼ିଥାଏ। ଲାଲ୍ ରଙ୍ଗର ଦମକଳ, ହଳଦିଆ ରଙ୍ଗର ସ୍କୁଲ ବସ୍ କିମ୍ବା ଧଳା ରଙ୍ଗର ଆମ୍ବୁଲାନ୍ସ- ଏହି ଗାଡ଼ିଗୁଡ଼ିକର ରଙ୍ଗ କେବଳ ସଜାଇବା ପାଇଁ ଦିଆଯାଇନାହିଁ, ବରଂ ଏହା ପଛରେ ରହିଛି ଗଭୀର ବୈଜ୍ଞାନିକ, ବ୍ୟାବହାରିକ ଏବଂ ଜରୁରୀ ସୁରକ୍ଷା ସମ୍ବନ୍ଧୀୟ କାରଣ। ଆଲୋକର ତରଙ୍ଗଦୈର୍ଘ୍ୟ ଠାରୁ ଆରମ୍ଭ କରି କୁହୁଡ଼ିରେ ସ୍ପଷ୍ଟ ଦେଖାଯିବା ଏବଂ ସ୍ୱଚ୍ଛତା ରକ୍ଷା କରିବା ପର୍ଯ୍ୟନ୍ତ- ରଙ୍ଗ ଚୟନ ପଛରେ ଥିବା ଏହି ଆଶ୍ଚର୍ଯ୍ୟଜନକ କାରଣଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା।

ଦମକଳ ରଙ୍ଗ ଲାଲ୍‌:

ଲାଲ୍ ରଙ୍ଗର ୱେଲଲେନ୍ଥ ସବୁଠୁ ଅଧିକ। ଯେଉଁଥିପାଇଁ ସବୁଠୁ କମ୍ ଏନର୍ଜିରେ ଏହା ସହଜରେ ଦେଖାଯାଏ। ଏମିତିକି ବର୍ଷା, କୁହୁଡ଼ିରେ ବି ଏହି ରଙ୍ଗ ଦେଖାଯାଏ। ଯେହେତୁ ଦମକଳ ଏବଂ ଫାୟାର ସିଲିଣ୍ଡର ନିଆଁ ଲିଭାଇବା ଭଳି ଏମର୍ଜେନ୍ସି କାର୍ଯ୍ୟରେ ବ୍ୟବହାର କରାଯାଏ, ତେଣୁ ଭିଡ଼ରେ ସହଜରେ ଦେଖାଯିବା ପାଇଁ ଏହାକୁ ଲାଲ୍ ରଙ୍ଗ ଦିଆଯାଇଥାଏ। ତା’ଛଡ଼ା କେତେଜଣ ଐତିହାସିକଙ୍କ ମତରେ ୧୯୦୦ ମସିହା ଆରମ୍ଭ ବେଳକୁ ଯେବେ କାର୍ ଉତ୍ପାଦନ ଧୀରେ ଧୀରେ ବଢ଼ିଲା, ସେତେବେଳେ କେବଳ କଳା କାର୍ ହିଁ ବିକ୍ରି ହେଉଥିଲା। ତେଣୁ ରାସ୍ତାରେ କଳାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଭଲ ଭାବେ ଅଲଗା ଦେଖାଯିବା ଲାଗି ଦମକଳକୁ ଲାଲ୍ ରଙ୍ଗ ଦିଆଯାଏ।

ହଳଦିଆ ସ୍କୁଲ୍ ବସ୍‌:

ବିଭିନ୍ନ ରଙ୍ଗ ମଧ୍ୟରୁ ସ୍କୁଲ୍ ବସ୍‌ଗୁଡ଼ିକ ପାଇଁ ହଳଦିଆ ରଙ୍ଗ କାହିଁକି ବଛାଯାଇଛି, ଏକଥା ଅନେକଙ୍କ ମନରେ ଆସିଥାଏ । ତେବେ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହାର ୱେଲଲେନ୍ଥ ଯଦିଓ ଲାଲ୍‌ରୁ କମ୍‌, ହେଲେ ଲାଟେରାଲ୍ ପେରିଫେରାଲ୍ ଭିଜନ୍ ବା ଏଲ୍‌ପିଭି ଲାଲ୍ ରଙ୍ଗ ତୁଳନାରେ ୧.୨୪ ଗୁଣ ଅଧିକ ହୋଇଥିବାରୁ ଏହା ଅନ୍ୟ ରଙ୍ଗ ମଧ୍ୟରେ ଦୂରରୁ ମଧ୍ୟ ସ୍ପଷ୍ଟ ଦେଖାଯାଇଥାଏ। ଏମିତିକି ବର୍ଷା ଏବଂ କୁହୁଡ଼ିରେ ବି ଏହି ରଙ୍ଗ ଦୂରରୁ ଦେଖାଯାଏ। ତେଣୁ ଦୁର୍ଘଟଣାରୁ ବଞ୍ଚିବା ପାଇଁ ସ୍କୁଲ୍ ବସ୍‌ଗୁଡ଼ିକୁ ହଳଦିଆ ରଙ୍ଗ ଦିଆଯାଇଥାଏ ।

ଆମ୍ବୁଲାନ୍ସ ରଙ୍ଗ ଧଳା:

ସାଧାରଣତଃ ଆମ୍ବୁଲାନ୍ସର ରଙ୍ଗ ଧଳା ରଖାଯାଇଥାଏ। ଏହା ପଛରେ ମଧ୍ୟ କେତେକ କାରଣ ରହିଛି। ଧଳା ରଙ୍ଗ ଦିବାଲୋକରେ ସ୍ପଷ୍ଟ ଦେଖାଯାଉଥିବା ବେଳେ ରାତିରେ ଲାଇଟ୍ ପଡ଼ିଲେ ଅନ୍ୟ ରଙ୍ଗ ଅପେକ୍ଷା ଭଲ ଭାବେ ଦେଖାଯାଏ। ଏହା ଉପରେ ବ୍ଲୁ ରଙ୍ଗରେ ଲେଖାଥିବା ଆମ୍ବୁଲାନ୍ସ ପଢ଼ିବା ସହଜ ହୋଇଥାଏ। ଧଳା ଶାନ୍ତି ଏବଂ ସ୍ୱଚ୍ଛତାର ପ୍ରତୀକ ହୋଇଥିବାରୁ ରୋଗୀଙ୍କୁ ନେବା ପାଇଁ ଏହି ରଙ୍ଗ ଗାଡ଼ି ବ୍ୟବହାର କରାଯାଏ। ରୋଗୀ ନେଉଥିବାରୁ ଆମ୍ବୁଲାନ୍ସର ହାଇଜିନ୍ ରକ୍ଷା କରିବା ଲାଗି ଏହାକୁ ମଇଳା ହେବା ମାତ୍ରେ ବାରମ୍ବାର ସଫା କରିବାକୁ ପଡ଼ିଥାଏ। ଯେହେତୁ ଧଳା ରଙ୍ଗ ଉପରେ ସାମାନ୍ୟ ମଳି ଲାଗିଲେ ସହଜରେ ଜଣାପଡ଼ିଥାଏ, ତେଣୁ ଏହାକୁ ସଫା କରିବା ସହଜ ହେଉଥିବାରୁ ଆମ୍ବୁଲାନ୍ସକୁ ଏହି ରଙ୍ଗ ରଖାଯାଇଥିବା ମଧ୍ୟ କୁହାଯାଏ।

ଆମ୍ବୂଲାନ୍ସ ଦମକଳ ଗାଡି ସ୍କୁଲ ବସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026
Latest News

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.