Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ବାସ୍ତୁ ନିୟମ: ଟ୍ରେଜେରି ସଫା ରଖିଲେ ବୃଦ୍ଧି ପାଏ ଧନ, ଜାଣନ୍ତୁ କେଉଁଠି ରଖିବେ ଟଙ୍କା-ପଇସା
ଜୀବନ ଶୈଳୀ

ବାସ୍ତୁ ନିୟମ: ଟ୍ରେଜେରି ସଫା ରଖିଲେ ବୃଦ୍ଧି ପାଏ ଧନ, ଜାଣନ୍ତୁ କେଉଁଠି ରଖିବେ ଟଙ୍କା-ପଇସା

September 29, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାସ୍ତୁ ନିୟମ: ଟ୍ରେଜେରି ସଫା ରଖିଲେ ବୃଦ୍ଧି ପାଏ ଧନ, ଜାଣନ୍ତୁ କେଉଁଠି ରଖିବେ ଟଙ୍କା-ପଇସା

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଟଙ୍କା-ପଇସା ଓ ଗହଣା ଆଦି ସଠିକ୍ ସ୍ଥାନରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଜାଣତରେ ଭୁଲ୍ ସ୍ଥାନରେ ଅର୍ଥ ରଖିବା ଦ୍ୱାରା ମାନସିକ ଚିନ୍ତା ବୃଦ୍ଧି ପାଇବା ସହ ଅନାବଶ୍ୟକ ଖର୍ଚ୍ଚ, କରଜ ଓ ଧନହାନି ଭଳି ଗମ୍ଭୀର ସମସ୍ୟା ଉପୁଜିଥାଏ। ଏଣୁ ଘରେ ଆଲମିରା ବା ଟ୍ରେଜେରି ସଦାସର୍ବଦା ସଫାସୁତୁରା ରଖିବା ସହ ବାସ୍ତୁ ନିୟମାନୁସାରେ ଅର୍ଥ ଗଚ୍ଛିତ ରଖିଲେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ ଏବଂ ଘରକୁ ସମୃଦ୍ଧି ଓ ଧନ ଆଗମନର ପଥ ପ୍ରଶସ୍ତ ହୋଇଥାଏ। ତେଣୁ କେଉଁ ସ୍ଥାନରେ ଅର୍ଥ ରଖିବେ ଆସନ୍ତୁ ସେ ବିଷୟରେ ଜାଣିବା।

ଟ୍ରେଜେରି ସଫାସୁତୁରା ରଖନ୍ତୁ:
ଟ୍ରେଜେରି ଆଖପାଖ ଅଞ୍ଚଳକୁ ସର୍ବଦା ସଫାସୁତୁରା ରଖିବାକୁ ଧ୍ୟାନ ଦିଅନ୍ତୁ। ଧୂଳି ଓ ଅଳିଆ ଆବର୍ଜନାଠାରୁ ଦୂରେଇ ରଖନ୍ତୁ। ଏହା ବ୍ୟତୀତ ଆଲମିରା ଭିତରେ ରହିଥିବା ବେକାର ଜିନିଷ, ପୁରୁଣା କାଗଜ ଓ ଖରାପ ବସ୍ତ୍ର ଆଦିକୁ ଅଲଗା ରଖନ୍ତୁ ।

ସଠିକ୍ ଦିଗ :

ଆଲମିରା ଏପରି ରଖନ୍ତୁ ଯେମିତି ଏହା ଉତ୍ତର ମୁହାଁ ହୋଇ ଖୋଲୁଥିବ । ଏହି ଦିଗ କୁବେରଙ୍କ ଦିଗ ବୋଲି କୁହାଯାଏ। ଏହାଦ୍ୱାରା ଧନ ଆଗମନ ହୋଇଥାଏ। ଏକଥା ମଧ୍ୟ ଧ୍ୟାନଦେବେ ଏହାର କବାଟ ଯେପରି ଭଙ୍ଗା ନହୁଏ।

ଦର୍ପଣ ଲଗାନ୍ତୁ :

ଟ୍ରେଜେରିରେ ଦର୍ପଣ ଲଗାଇବା ଶୁଭ। ଏହାଦ୍ୱାରା ପ୍ରତୀକାତ୍ମକ ଭାବରେ ଧନ ଦୁଇଗୁଣ ବଢ଼ିଯାଇଥାଏ। ଏହା ସକାରାତ୍ମକ ଶକ୍ତି ବଢ଼ିବାରେ ସହାୟତା ପ୍ରଦାନ କରିଥାଏ ଓ ସମୃଦ୍ଧିର ପ୍ରତୀକ ମଧ୍ୟ।
ଲାଲ କପଡାରେ ଟଙ୍କା ରଖନ୍ତୁ : ବାସ୍ତୁ ଅନୁସାରେ ଆଲମିରାରେ ଟଙ୍କା ବା ଗହଣା ରଖିବା ସମୟରେ ଲାଲ କିମ୍ବା ହଳଦୀ କପଡାରେ ବାନ୍ଧି ରଖନ୍ତୁ। ଲାଲ ଓ ହଳଦୀ ରଙ୍ଗ ସମୃଦ୍ଧି ଓ ଶୁଭ୍ରତାର ପ୍ରତୀକ ବୋଲି ମାନିଥାନ୍ତି। ଏହାଦ୍ୱାରା ଧନ ବୃଦ୍ଧି ଓ ସ୍ଥିରତାରେ ସହାୟତା ମିଳିଥାଏ ।

ଠାକୁରଙ୍କ ପାଖରେ ଟଙ୍କା ରଖନ୍ତୁନି:

ଘରର ପୂଜା ସ୍ଥାନରେ ଧନରତ୍ନ ରଖିବା ଅଶୁଭ। ପୂଜା ସ୍ଥାନରେ କେବଳ ଈଶ୍ୱରଙ୍କୁ ଆରାଧନା କରନ୍ତୁ । ଏଠାରେ ଧନ ରଖିବା ଦ୍ୱାରା ସକାରାତ୍ମକ ଶକ୍ତିରେ ବାଧା ଉତ୍ପନ୍ନ ହୋଇଥାଏ।

ବିଦ୍ୟୁତ ଉପକରଣ ପାଖରେ ଟଙ୍କା ରଖନ୍ତୁନି:

ଟିଭି, ଫ୍ରିଜ, ମାଇକ୍ରୋୱେଭ ବା ଅନ୍ୟ ବିଦ୍ୟୁତ ଉପକରଣ ନିକଟରେ ଟଙ୍କା ଓ ପଇସା ରଖନ୍ତୁ ନାହିଁ। ଏହାଦ୍ୱାରା ଅନାବଶ୍ୟକ ଖର୍ଚ୍ଚ ବଢ଼ିବ।
ପାଣି ଟାଙ୍କି ତଳେ ବା ପାଣି ପାଖରେ ଧନ ରଖନ୍ତୁ ନାହିଁ ଯେଉଁଠି ପାଣି ସ୍ରୋତ ରହିଛି ଯେପରି କି ୱାଟର ଟ୍ୟାଙ୍କ, କିଚେନ ସିଙ୍କ୍ ବା ପାଣି ପାଇପଲାଇନ୍ ଆଦି ପାଖରେ ଟଙ୍କା ବା ଆଲମିରା ରଖନ୍ତୁ ନାହିଁ। ଏହାଦ୍ୱାରା ଧନ ହାନି ହୋଇଥାଏ।

ଉତ୍ତର-ପୂର୍ବରେ ଗଙ୍ଗା ଜଳ ରଖନ୍ତୁ:

ଯଦି ଆପଣ ଆଲମିରାରେ ଅର୍ଥ ରଖୁଛନ୍ତି ତେବେ ଏହି ସବୁ ସ୍ଥାନରେ ଗଙ୍ଗାଜଳ ରଖନ୍ତୁ । ଏହା ଧନ ଆଗମନ ଓ ସମୃଦ୍ଧିରେ ସହାୟତା ପ୍ରଦାନ କରିଥାଏ। ଗଙ୍ଗା ଜଳ ସକାରାତ୍ମକ ଶକ୍ତି ପ୍ରଦାନ କରିବାରେ ସହଯୋଗ କରିଥାଏ।

ଭଙ୍ଗା ଆଲମିରା ରଖନ୍ତୁନି :

ଯଦି ଆପଣଙ୍କ ଆଲମିରା ପୁରୁଣା, ଖରାପ ବା ଭାଙ୍ଗି ଯାଇଛି ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ଭଙ୍ଗା ଟ୍ରେଜେରିରେ ଧନରନ୍ ରଖିବା କ୍ଷତିକାରକ।
ଶୁଭ ପ୍ରତୀକ ଲଗାନ୍ତୁ : ଟ୍ରେଜେରି ପାଖରେ ଭଗବାନ କୁବେର, ସ୍ୱସ୍ତିକ ବା ଓଁର ପ୍ରତୀକ ଲଗାଇବା ଶୁଭ। ଏହି ପ୍ରତୀକ ଧନ ଓ ସମୃଦ୍ଧିକୁ ଆକର୍ଷିତ କରିବାରେ ସହାୟକ ହୋଇଥାଏ।

ସନ୍ଧ୍ୟାରେ ଦୀପ ଜଳାନ୍ତୁ :

ଟ୍ରେଜେରି ନିକଟରେ ସନ୍ଧ୍ୟାରେ ଦୀପ ବା ଅଗରବତୀ ଜଳାଇବା ବାସ୍ତୁ ଅନୁସାରେ ଶୁଭ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୁଏ ।

ବେଡରୁମରେ ଟ୍ରେଜେରି ରଖନ୍ତୁନି:

ବେଡରୁମରେ ଟଙ୍କା ରଖିବା ଅଶୁଭ। ଏହା ବିଶ୍ରାମ କକ୍ଷ ଅଟେ। ଏଠାରେ ଧନ ରଖିବା ଦ୍ୱାରା ଆର୍ôଥକ କ୍ଷେତ୍ରରେ ଅସ୍ଥିରତା ଦେଖାଦେଇଥାଏ। ଟ୍ରେଜେରି ଭିତରେ କର୍ପୂର ବା ଚନ୍ଦନ ବାସ୍ନା ଦିଅନ୍ତୁ । ଏହା ଘରେ ଶାନ୍ତି ବଜାୟ ରଖିବା ସହିତ ଧନ ବୃଦ୍ଧି କରିବାରେ ସହାୟକ ହୁଏ।

treasury clean Vastu Tips
Share. Facebook Twitter LinkedIn Email WhatsApp Copy Link

Related Posts

ସୋଲୋ ଟ୍ରାଭେଲ୍ ପୂର୍ବରୁ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

September 28, 2026

ଗାଡ଼ିର ରଙ୍ଗ ପଛରେ ଲୁଚିଛି ବୈଜ୍ଞାନିକ କାରଣ: ଜାଣନ୍ତୁ ଦମକଳ, ସ୍କୁଲ ବସ୍ ଓ ଆମ୍ବୁଲାନ୍ସର ବିଶେଷତ୍ୱ

September 28, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ମୁଣ୍ଡବିନ୍ଧା ହେଲେ ଖାଉଛନ୍ତି କି ପେନକିଲର୍‌? ଆଣ୍ଟିବାୟୋଟିକ୍‌ ନେବା ପୂର୍ବରୁ ଜାଣନ୍ତୁ ଏହି କଥା

September 23, 2026
Latest News

ବାସ୍ତୁ ନିୟମ: ଟ୍ରେଜେରି ସଫା ରଖିଲେ ବୃଦ୍ଧି ପାଏ ଧନ, ଜାଣନ୍ତୁ କେଉଁଠି ରଖିବେ ଟଙ୍କା-ପଇସା

September 29, 2026

ୟୁପି ରାଜ୍ୟସଭା ନିର୍ବାଚନ: ୧୦ମ ଆସନ ପାଇଁ ଜୋରଦାର ଲଢ଼େଇ; ଜାଣନ୍ତୁ କ୍ରସ୍-ଭୋଟିଂ ଓ ସଂଖ୍ୟାର ପୂର୍ଣ୍ଣ ହିସାବ

September 29, 2026

ଶିଶୁଙ୍କୁ ନିମୋନିଆ: କାରଣ, ଲକ୍ଷଣ ଓ ସାବଧାନତା

September 29, 2026

ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତ୍ରି-ଭାଷା ନୀତିରୁ ଛାଡ଼ କରିବାକୁ ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

September 29, 2026

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.