Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡାଉନ୍‌ ଭିତରେ ବି ହେଲା ବିବାହ : ଅନଲାଇନ୍‌ ଜରିଆରେ ସମ୍ପନ୍ନ ହେଲା ବିବାହ ବିଧି
ଆଜିର ଖବର

ଲକ୍‌ଡାଉନ୍‌ ଭିତରେ ବି ହେଲା ବିବାହ : ଅନଲାଇନ୍‌ ଜରିଆରେ ସମ୍ପନ୍ନ ହେଲା ବିବାହ ବିଧି

March 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିହାର : ଲକ୍‌ ଡାଉନ୍‌ ଆମ ଚିନ୍ତାଧାରାକୁ ମଧ୍ୟ ବଦଳାଇଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଲକ୍‌ ଡାଉନ୍‌ ଯୋଗୁଁ ବାହାରକୁ ଯିବା ବନ୍ଦ। ସେହିପରି ଗୋଟିଏ ସ୍ଥାନରେ ଏକତ୍ର ହେବାକୁ ମଧ୍ୟ ବାରଣ କରାଯାଇଛି। ଯେଉଁଠି ଲୋକେ ବାହାରକୁ ଯାଇ ପାରୁନାହାନ୍ତି, ସେଇଠି ବିବାହ ମଧ୍ୟ ହୋଇପାରୁଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ ନ ଭାଙ୍ଗି ମଧ୍ୟ ବିବାହ କରାଯାଇପାରୁଛି । ଏହିପରି ଏକ ଅନନ୍ୟ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହଟି ବିହାରରେ ସଂଘଟିତ ହୋଇଛି । ନା ଏହି ବିବାହରେ ଥିଲେ ବରଯାତ୍ରୀ, ନା ବ୍ୟାଣ୍ଡ ବାଜା ନା ଥିଲା ବର। କିନ୍ତୁ ବିବାହଟି ରୀତି ରିଓ୍ବାଜରେ ସମ୍ପନ୍ନ ହୋଇଛି ।

କରୋନା ଭାଇରସ୍‌ ଯୋଗୁଁ ଦୁନିଆର ଅର୍ଦ୍ଧେକ ଦେଶ ଏବେ ଲକ୍‌ ଡାଉନ୍‌ । ଭାରତ ମଧ୍ୟ ମହାମାରୀ କରୋନା ସହ ମୁକାବିଲା କରିବା ପାଇଁ 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛି। ଏପରି ସମୟରେ ବାହାରକୁ ବାହାରିବା କଷ୍ଟକର । ସାମାଜିକ ରୀତି-ରିଓ୍ବାଜ ହେଉ ଅଥବା ଧାର୍ମିକ କାର୍ଯ୍ୟକ୍ରମ ଏ ସମସ୍ତ କାର୍ଯ୍ୟ ଏବେ ବନ୍ଦ ରହିଛି । ଦେଶରେ ଲକ୍‌ ଡାଉନ୍‌ ସମୟରେ ବିହାରର ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଥିଲା । ଏହି ବିବାହରେ ନା କେହି ଥିଲେ ବରଯାତ୍ରୀ ନା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଲକ୍‌ଡାଉନ୍‌ ପାଇଁ ଅନ୍‌ଲାଇନ୍‌ରେ ହେଲା ବିବାହ ସମ୍ପନ୍ନ ।

କରୋନା ଭାଇରସ୍‌ ଲୋକଙ୍କ ଚିନ୍ତାକୁ ମଧ୍ୟ ବଦଳାଇ ଦେଇଛି । କରୋନା ଯୋଗୁଁ ଏବେ ବିବାହ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି । ପାଟନାର ଫୁଲଓ୍ବାରୀ ସରିଫ୍‌ ରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି । ପାଟନାର ବଧୂ ସଦବ୍‌ ନସରିନ୍‌ଙ୍କ ବିବାହ ଉତ୍ତର ପ୍ରଦେଶର ସାହିବାବାଦ୍‌ ନିବାସୀ ଦାନିସ୍‌ ରଜାଙ୍କ ସହିତ ମାର୍ଚ୍ଚ 24ତାରିଖ ବିବାହ ହେବା ବୋଲି ସ୍ଥିର ହୋଇଥିଲା । କିନ୍ତୁ କରୋନା ଭାଇରସ୍‌ ଯୋଗୁଁ  21 ଦିନ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଗଲା । ଏପରି ପରିସ୍ଥିତିରେ ଜଣେ ଅନ୍ୟ ଜାଗାକୁ ଯିବା ଅସମ୍ଭବ ଥିଲା । ସେହିପରି କେହି ବନ୍ଧୁ ବାନ୍ଧବ ଆସିବି ପାରିବେନି କି କେହି ଯାଇବି ପାରିବେନି । କିନ୍ତୁ ସ୍ଥିର ହୋଇଥିବା ତାରିଖରେ ବିଧି ମୁତାବକ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଏହି ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ ଜରିଆରେ ସମ୍ପନ୍ନ ହୋଇଛି । ବଧୂର ପିତା ମୌଲାନଙ୍କୁ ଘରକୁ ଡାକି  ଥିଲେ । ଏହାପରେ ଦୁଲହନ୍‌ଙ୍କ ସାମ୍ନାରେ ଏକ ସ୍କ୍ରିନ୍‌ ରଖାଯାଇଥିଲା । ସ୍କ୍ରିନ୍‌ର ଗୋଟିଏ ପଟେ କନ୍ୟା, ଅନ୍ୟ ପଟେ ବର ରହିଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଲକ୍‌ଡାଉନ୍‌ ସମାପ୍ତ ହେବା ପରେ ଦୁଲହନ୍‌ ତାଙ୍କ ସ୍ବାମୀଙ୍କ ଘରକୁ ଯିବେ ବୋଲି ଜଣାପଡିଛି । (ଏଜେନ୍ସି)

Lockdown marriage
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026
Latest News

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.