ମା’ ହେବେ ନେହା, ଚର୍ଚ୍ଚାରେ ନେହା-ରୋହନପ୍ରୀତଙ୍କ ଫଟୋ

Published: Dec 18, 2020, 11:30 am IST

ମୁମ୍ବାଇ : ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହେବା ସହିତ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଏହି ଫଟୋକୁ ଦେଖି ଚକିତ ହୋଇଛନ୍ତି । ନେହା-ରୋହନପ୍ରୀତ୍‌ଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସାନେ ଆଶ୍ଚର୍ଯ୍ୟ ହେବା ସହିତ ନେହା ପ୍ରେଗେନେଣ୍ଟ ହୋଇଥିବା ନେଇ ପ୍ରଶ୍ନ କରିଛନ୍ତି । ଏହି ଫଟାରେ ନେହା ବେବି ବମ୍ପ୍‌ ଦେଖାଇ ପୋଜ୍‌ ଦେଖାଇଛନ୍ତି । ନେହା ସୋସିଆଲ ମିଡିଆରେ ଏହି ଫଟୋକୁ ସେୟାର କରିବା ସହିତ ହ୍ୟାଜ୍‌ଟ୍ୟାଗ୍‌ଖୟାଲ୍‌ରକ୍ଷାକରର ହ୍ୟାଜଟାଗ୍‌ ଦେଇଛନ୍ତି । ଏହି ଫଟୋ ଉପରେ ତାଙ୍କ ସ୍ବାମୀ ତଥା ଗାୟକ ରୋହନପ୍ରୀତ୍‌ କମେଣ୍ଟ କରି ଲେଖିଛନ୍ତି ଯେ,  – ଏବେ ତ ବହୁତ ଧ୍ୟାନ‌ ରଖିବାକୁ ପଡିବ ।

ତେବେ 45 ଦିନ ପୂର୍ବରୁ ନେହା ରୋହନ୍‌ପ୍ରୀତ୍‌ଙ୍କୁ ବିବାହ କରିଥିବାବେଳେ ନେହା-ରୋହନଙ୍କର ଏହି ଫଟୋକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । କେହି କେହି ଏତେ ଜଲ୍‌ଦି ଗୁଡ୍‌ନ୍ୟୁଜ୍‌ ବୋଲି କମେଣ୍ଟ କରିଥିବାବେଳେ ପ୍ରଶଂସକମାନେ ଖୁସି ଜାହିର କରିଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଅକ୍ଟୋବର 24 ତାରିଖରେ ନେହା ରୋହନପ୍ରୀତ୍‌ଙ୍କୁ ଦିଲ୍ଲୀଠାରେ ବିବାହ କରିଥିଲେ । ଏକ ଗୀତ ସୁଟିଂ ସମୟରେ ଦୁହିଁଙ୍କର ସାକ୍ଷାତ ହୋଇଥିବାବେଳେ ପ୍ରଥମ ଦେଖା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲା । ଏହାପରେ ଦୁହେଁ ବିବାହ କରିଥିଲେ ।

Related posts