ଭାରତ ରତ୍ନ ଏମଜିଆରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Published: Jan 17, 2021, 8:10 pm IST

ନୂଆଦିଲ୍ଲୀ, ଭାରତ ରତ୍ନ ଏମଜିଆରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ରତ୍ନ ଏମଜିଆର ବହୁ ଲୋକଙ୍କ ହୃଦୟରେ ରହିଛନ୍ତି। ଚଳଚିତ୍ର ଜଗତ ହେଉ କିମ୍ବା ରାଜନୀତି, ପ୍ରତି କ୍ଷେତ୍ରରେ ତାଙ୍କୁ ବିଶେଷ ସମ୍ମାନ ଦିଆଯାଉଥିଲା। ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ସେ ଦାରିଦ୍ର‌୍ୟ ଦୂରୀକରଣ ଦିଗରେ ଅନେକ ପଦକ୍ଷେପ ନେବା ସହିତ ମହିଳା ସଶକ୍ତିକରଣକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଥିଲେ। ଏମଜିଆରଙ୍କୁ ତାଙ୍କ ଜୟନ୍ତୀରେ ଆନ୍ତରିକ ଶ୍ରଦ୍ଧାଞ୍ଜଳି”

Related posts