
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଟାଙ୍ଗୀ ଅବକାରୀ ବିଭାଗକୁ ଆଜି ସକାଳେ ଏକ ବଡ଼ ସଫଳତା ମିଳିଛି। ବ୍ରାଉନସୁଗାର ସହ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି।
ସୂଚନା ମୁତାବକ ଜଙ୍କିଆ ଥାନା ଛଣଗିରି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଅବକାରୀ ବିଭାଗ ପୂର୍ବରୁ ଖବର ପାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଏକ ସୁପରିକଳ୍ପିତ ଯୋଜନା କରି ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଛଣଗିରି ଗ୍ରାମ ତାରିଣୀ ମନ୍ଦିରରେ ଚଢ଼ାଉ କରାଯାଇଥିଲା। ମନ୍ଦିରରୁ ଅରୁଣ ବେହେରା (୪୬) ଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ ୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା।
ଉକ୍ତ ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକ ସାମିଲ ଥିଲେ। ଏ ସଂକ୍ରାନ୍ତରେ ଟାଙ୍ଗୀ ଅବକାରୀ ପକ୍ଷରୁ ପିଆର ନମ୍ବର ୪୦/୨୧-୨୨ ରେ ମାମଲା ରୁଜୁ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।