
ଭୁବନେଶ୍ବର: ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତାଙ୍କର ସାମାଜିକ ଗଣମାଧ୍ୟମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ତାଙ୍କର ଫ୍ୟାନମାନେ ପାଗଳ ହୋଇଯାଇଛନ୍ତି। କାରଣ ବର୍ଷା ଏହି ଫଟୋରେ ଏକ ନୂଆ ଲୁକରେ ଆସିଛନ୍ତି।
ବର୍ତ୍ତମାନ ରଥଯାତ୍ରା ପାଇଁ ଚାରିଆଡେ ଜଗନ୍ନାଥମୟ ହୋଇଯାଇଛି। ଏହି ସମୟରେ ବର୍ଷା ସେହି ଠାକୁରଙ୍କ ଆଗରେ ଛିଡା ହୋଇ ଏହି ଫଟୋ ନେଇଛନ୍ତି। ଏହି ଫଟୋରେ ବର୍ଷା ଏକ ନାଲି ରଂଗର କୁର୍ତ୍ତା ପିନ୍ଧିବା ସହିତ ସେହି ରଂଗର ଓଢଣୀ ମଧ୍ୟ ପକାଇଛନ୍ତି। ସେହିପରି ତାଙ୍କର କାନଫୁଲ ମଧ୍ୟ ବେଶ ଭିନ୍ନ ଢଙ୍ଗରେ ହୋଇଛି। ଏହି ଫଟୋଟି ପୋଷ୍ଟ କରିବା ପରେ ତାଙ୍କ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି।
Tags: ବର୍ଷା ପ୍ରିୟଦର୍ଶନୀ