ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବଢିଲା ବିବାଦ, ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍ଆଇଆର୍

Published: Jul 5, 2022, 12:15 pm IST

ନୂଆଦିଲ୍ଲୀ: ଫିଲ୍ମ ‘କାଳୀ’କୁ ନେଇ ବିବାଦ କ୍ରମାଗତ ଭାବେ ବଢିବାରେ ଲାଗିଛି। ଏଥି ସହିତ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ମଧ୍ୟ ଲୋକଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହେଉଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଫିଲ୍ମର ପୋଷ୍ଟରକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ବର୍ତ୍ତମାନ ଉତ୍ତରପ୍ରଦେଶରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

ହିନ୍ଦୁ ଦେବତାମାନଙ୍କର ଅପମାନଜନକ ପୋଷ୍ଟର ସମ୍ବନ୍ଧରେ ୟୁପି ପୋଲିସ ଏହି ଏଫ୍ଆଇଆର୍ ପଞ୍ଜିକରଣ କରିଛି। ଏହି ଏଫ୍ଆଇଆର୍ ସୋମବାର ପଞ୍ଜିକୃତ ହୋଇଛି। ଅପରାଧିକ ଷଡଯନ୍ତ୍ର, ପୂଜାପାଠ ସ୍ଥଳରେ ଅପରାଧ ତଥା ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଲୀନା ମଣିମେକଲଇଙ୍କ ବିରୋଧରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି।

ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଲୀନା ମଣିମେକଲଇଙ୍କ ବିରୋଧରେ ୟୁପି ପୋଲିସ ଏହି ଏଫ୍ଆଇଆର୍ ପଞ୍ଜିକରଣ କରିଛି। ତାଙ୍କ ବିରୋଧରେ 120B, 153B, 295, 295A, 298, 504, 505 (1) (b), 505 (2) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଆଇଟି ଆକ୍ଟର ଧାରା 66 ଏବଂ 67 ମଧ୍ୟ ନିର୍ଦ୍ଦେଶକଙ୍କ ଉପରେ ଲାଗୁ କରାଯାଇଛି।

Related posts