Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକ ଫିଲ୍ମସରେ ଖୁବ ଶୀଘ୍ର ଆସୁଅଛି ରାକ୍ଷୀ ସ୍ପେଶାଲ ମୁଭି ‘ଏଇ ରାକ୍ଷୀ ତୋ ରକ୍ଷା କବଚ’
ଆଜିର ଖବର

ଜୀ ସାର୍ଥକ ଫିଲ୍ମସରେ ଖୁବ ଶୀଘ୍ର ଆସୁଅଛି ରାକ୍ଷୀ ସ୍ପେଶାଲ ମୁଭି ‘ଏଇ ରାକ୍ଷୀ ତୋ ରକ୍ଷା କବଚ’

August 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଜୀ ସାର୍ଥକ ଫିଲ୍ମସରେ ରାକ୍ଷୀ ପୂର୍ଣ୍ଣିମା ଅବସରେ ନୂଆ ସିନେମା ‘ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଭାଇ-ଭଉଣୀ ସମ୍ପର୍କକୁ ଏକ ସୁନ୍ଦର ରୂପରେ ଅବତାରଣା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହୋଇଛି। କ୍ଷୀରୋଦ ପଟ୍ଟନାୟକ ଏଥିରେ ପ୍ରଯୋଜନା କରିଥିବା ବେଳେ ସହ ପ୍ରଯୋଜନା କରିଛନ୍ତି ଲିପ୍ସା ମିଶ୍ର।

ଗିମିକ ମାଷ୍ଟର ସଂଜୟ ନାୟକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ରାକ୍ଷୀକୁ ନେଇ ସଂଜୟ ନିର୍ମାଣ କରିଛନ୍ତି ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’। ଯେଉଁଥିରେ ସ୍ୱର୍ଗତ ମିହିର ଦାସଙ୍କ ସହ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଥିଲା। ତେଣୁ ଏହି ଚଳଚ୍ଚିତ୍ରରେ ଗିମିକ ମାଷ୍ଟର ସଂଜୟ କଣ ନୂଆ କରିବାକୁ ଯାଉଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ହ୍ୟୁମାନ ସାଗର, ନେହା, ନିହାରିକା, କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ କବି, ଶୁଭାଶିଷ ସାହୁ ପ୍ରମୁଖ କଣ୍ଠଦାନ କରିଛନ୍ତି। ଗୀତ ଗୁଡିକ ନିହାର ପ୍ରିୟାଶୀଷ ଓ ଡା. ଶୁଭ ଦାସ ଲେଖିଥିବା ବେଳେ ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚିତ୍ରର ଗୀତ ଗୁଡି଼କ ବହୁତ ସୁମଧୁର ହୋଇଛି ଯାହାକି ଦର୍ଶକମାନେ ବହୁତ ପସନ୍ଦ କରିବେ ଓ ଏହି ରାକ୍ଷୀ ପୂର୍ଣ୍ଣିମାରେ ଏହାର ଅଡିଓ ରିଲିଜି କରାଯାଇଛି।

ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନନ୍ୟା,ରିଷି ଓ ବିକ୍ରମ ଏବଂ ତାଙ୍କ ସହ ରାଜଦୀପଙ୍କୁ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ। ରାକ୍ଷୀକୁ ନେଇ ଅନେକ ଓଡିଆ ଚଳଚ୍ଚିତ୍ର ପରଦାକୁ ଆସିଛି। କିନ୍ତୁ ଗତ କିଛି ବର୍ଷ ହେବ ରାକ୍ଷୀକୁ ବଡପରଦାରେ ଦେଖିବାକୁ ମିଳିନଥିଲା। ଅନେକ ଦିନ ପରେ ରାକ୍ଷୀକୁ ନେଇ ଓଡିଆ ସିନେମା ନିର୍ମାଣ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଉଛି।

RakshaBandhan ଜୀ ସାର୍ଥକ ଫିଲ୍ମସ ରାକ୍ଷୀ ପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁତ୍ରଙ୍କୁ ଅପହରଣ ଅଭିଯୋଗ: ପୋଲିସର ତଦନ୍ତ ଜାରି

September 28, 2025

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

September 28, 2025

ଏମିତି ଏକ ପରିବାର ଅଛି, ଯାହାଙ୍କ ଘରୁ ହୋଇଛନ୍ତି ତିନି ଜଣ ଓଏଏସ ଅଫିସର

September 28, 2025

କିଏ ଜିତିବ ଏସିଆ କପ୍?: ୱାସିମ ଆକ୍ରମଙ୍କ ଭବିଷ୍ୟବାଣୀ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

September 28, 2025
Latest News

ଅକ୍ଟୋବର ୧ରୁ ପରିବର୍ତ୍ତନ ହେବ ଅନେକ ପ୍ରମୁଖ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ?

September 28, 2025

“ଆତଙ୍କବାଦର କେନ୍ଦ୍ର ଆମର ଜଣେ ପଡ଼ୋଶୀ”: ଜାତିସଂଘରେ ପାକିସ୍ଥାନ ଉପରେ ବର୍ଷିଲେ ଏସ. ଜୟଶଙ୍କର 

September 28, 2025

ଆଶ୍ରମ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଚୈତନ୍ୟାନନ୍ଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

September 28, 2025

ବାଲୁଗାଁର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁତ୍ରଙ୍କୁ ଅପହରଣ ଅଭିଯୋଗ: ପୋଲିସର ତଦନ୍ତ ଜାରି

September 28, 2025

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.