Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ ଆମର” ଅଡିଓ ଲୋକାର୍ପିତ
ଆଜିର ଖବର

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ ଆମର” ଅଡିଓ ଲୋକାର୍ପିତ

October 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ ସାର୍ଥକ ରେ ଆସୁଛି ନୂଆ ଓଡ଼ିଆ ସିନେମା। ସିନେମାର ନାଁ ରହିଛି “ଅଳ୍ପ ଦିନର ଗଳ୍ପ। ଏଥିରେ ନବାଗତ ଜ୍ୟୋତି ଓ ସାୟଲ୍ ନଜର ଆସିଛନ୍ତି। ଟିନ ଏଜ୍ ପ୍ରେମ କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି। ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ସିନେମାର ଅଡିଓ ରିଲିଜ୍ ହୋଇଥିବା ବେଳେ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬.୩୦ମିନିଟ୍ ରେ ସିନେମାଟି ଜୀ ସାର୍ଥକରେ ମୁକ୍ତିଲାଭ କରିବ ବୋଲି ଜୀସାର୍ଥକ ତରଫରୁ ସୂଚନା ଦିଆ ଯାଇଛି।

ଅଜୟ ରାଉତ ପ୍ରଯୋଜିତ ଓ ଅଶୋକ ପତି ନିର୍ଦ୍ଦେଶିତ “ଅଳ୍ପ ଦିନର ଗଳ୍ପ” ସିନେମାର ଗୀତ ଗୁଡ଼ିକ ବେଶ ମନ ଛୁଆଁ ହୋଇଛି। ପୁଷ୍ପକ ପରିଡା ଗୀତ ଗୁଡ଼ିକ ରଚନା କରିଛନ୍ତି। ଆସାଦ ନିଜାମ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସତ୍ୟଜିତ, ଅସୀମା, କୁଲଦୀପ, ଆଶୁତୋଷ ପ୍ରମୁଖ କଣ୍ଠଦାନ କରିଛନ୍ତି। ସାୟାଲ ଓ ଜ୍ୟୋତି ପ୍ରଥମ ଥର ପାଇଁ ଜୀ ସାର୍ଥକ ବ୍ୟାନରରେ ଏକାଠି ନଜର ଆସିବେ। ମ୍ୟୁଜିକ ଭିଡିଓର ଲୋକପ୍ରିୟତା ପରେ ଜ୍ୟୋତିଙ୍କ ପାଇଁ ଏହା ପ୍ରଥମ ସିନେମା। ସାୟାଲ୍ ପାଇଁ ମଧ୍ୟ ଏହା ଜୀ ସାର୍ଥକରେ ସହ ପ୍ରଥମ ସିନେମା।

ଟିନ୍ ଏଜ ବୟସରେ ସମସ୍ତେ ପ୍ରେମରେ ପଡ଼ନ୍ତି। ଜଣେ ଆଉ ଜଣକୁ ଭଲ ଲାଗନ୍ତି। ଠିକ୍ ସେମିତି ଏମାନେ ବି ଜଣେ ଆଉ ଜଣଙ୍କ ସଂସ୍ପର୍ଶରେ ଆସନ୍ତି ଆଉ ଏହି ଭିତରେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲେ। ଦୁଇ ପ୍ରେମ ପକ୍ଷୀ ପ୍ରେମ ଆକାଶରେ ଉଡ଼ି ବୁଲୁଥିବା ବେଳେ ପ୍ରେମ ରାସ୍ତାରେ ଆଗକୁ ବଢିବା ପାଇଁ କଣ ସବୁ କରିବାକୁ ପଡେ ତାହା ସିନେମାରେ ଦେଖିବାକୁ ମିଳିଛି। ଭରଦ୍ୱାଜ ପଣ୍ଡା ଏମିତି ଏକ ଲଭ୍ ଷ୍ଟୋରୀକୁ ରଚନା କରିବା ସହ ବେଶ ଚମତ୍କାର ଭାବେ ଶବ୍ଦରେ ମଧ୍ୟ‌ ସଜାଇଛନ୍ତି।

ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟ୍ ରେ ଜୀ ସାର୍ଥକରେ ଏହି ଫିଲ୍ମଟି ପ୍ରସାରଣ ହେବ । ପୂର୍ବରୁ ଅନେକ ସୁପର ହିଟ ଓଲିଉଡକୁ ଭେଟି ଦେଇଛି ଜୀ ସାର୍ଥକ। ବିଗତ କିଛି ବର୍ଷ ଧରି ଓଲିଉଡରେ ରାଜ କରୁଥିବା ଜୀ ସାର୍ଥକ ବ୍ୟାନରରେ ଏବେ ନବାଗତ ଜ୍ୟୋତି ଓ ସାୟଲଙ୍କୁ ନେଇ ଆସୁଥିବା ଏହି ସିନେମା ମଧ୍ୟ ସୁପରହିଟ ହେବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି। ପୂର୍ବରୁ ଅର୍ଚ୍ଚିତା,ଶୀତଲ୍,ପୁନମ୍ ମଧ୍ୟ ଜୀସାର୍ଥକ ବ୍ୟାନରରେ ଚଳଚ୍ଚିତ୍ର କରିସାରିଛନ୍ତି।

ଅଡିଓ ଲୋକାର୍ପିତ ଜୀସାର୍ଥକ ନୂଆ ଓଡିଆ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.