ଫିଲ୍ମ ଫ୍ରାଇଡେ’ରେ ପରଦାକୁ ଆସିଲା ‘ଲଭ ଆଜ୍‌ କଲ୍‌2’

Published: Feb 14, 2020, 2:56 pm IST

ମୁମ୍ବାଇ: ଭାଲେଣ୍ଟାଇନ୍‌ ଡେ’ ଅବସରରେ ପରଦା ଉପରେ ପ୍ରଦର୍ଶିତ ହୋଇଛି ରୋମାଣ୍ଟିକ୍‌ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌ 2’ । କାର୍ତ୍ତିକ ଆର୍ଯ୍ୟାନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌2’ ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଇମ୍‌ତିଆଜ୍‌ ଅଲ୍ଲୀ । ଏହି ଫିଲ୍ମରେ ସାରା-କାର୍ତ୍ତିକଙ୍କ ବ୍ୟତୀତ ଆରୁଶି ଶର୍ମା, ସିମୋନ ସିଂ ଓ ରଣଦୀପ୍‌ ହୁଡ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ପ୍ରେମ, ସମ୍ପର୍କ, ବାସ୍ତବତାକୁ ନେଇ କାହାଣୀଟି ଗତିଶୀଳ ହୋଇଛି । ଏହି ଫିଲ୍ମରେ ଦୁଇ ପ୍ରକାରର ପ୍ରେମ ସମ୍ପର୍କକୁ ଦର୍ଶାଯାଇଛି । ପ୍ରେମ ସମ୍ପର୍କ ଓ କ୍ୟାରିଅର୍‌ର ବାଲାନ୍ସକୁ ଏହି ଫିଲ୍ମରେ ଅଲଗା ଅନ୍ଦାଜ୍‌ରେ ଦେଖାଯାଇଛି । ଫିଲ୍ମଟିରେ କାର୍ତ୍ତିକ ଆର୍ଯ୍ୟାନ୍‌ଙ୍କ ଦୁଇଟି ରୂପ ଦେଖିବାକୁ ମିଳିଛି । ଗୋଟିଏ ପଟରେ ସେ ଜଣେ 90 ଦଶକର ରଘୁବେନ୍ଦ୍ର ଚରିତ୍ରରେ ଥିବାବେଳେ ଆଉ ଗୋଟେ ପଟେ 2020ର ବୀର୍‌ ଚରିତ୍ରରେ ରହିଛନ୍ତି । ତେବେ ଫିଲ୍ମଟିର ଚିତ୍ରନାଟ୍ୟ ଓ ସଙ୍ଗୀତ ବହୁତ ଭଲ ରହିଛି । ଏହା ସହିତ ଗୀତଗୁଡ଼ିକ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି ।

Related posts