କମଲ୍‌ ହାସନ୍‌ଙ୍କ ଫିଲ୍ମ ସେଟ୍‌ରେ ଭୟାନକ ଦୁର୍ଘଟଣା : ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ସମେତ ତିନି ମୃତ

Published: Feb 20, 2020, 9:19 am IST

ଚେନ୍ନାଇ : ସୁପରଷ୍ଟାର୍‌ କମଲ ହାସନଙ୍କ ଫିଲ୍ମ ସେଟ୍‌ରେ ଏକ ବଡଧରଣର ଦୁର୍ଘଟଣା ଘଟିଯାଇଛି । ଚେନ୍ନାଇର ଇବିପି ଷ୍ଟୁଡିଓରେ କ୍ରେନ୍‌ କ୍ରାସ୍‌ ହେବା ପରେ ତିନିଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ 10ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଫିଲ୍ମର ଆସିଷ୍ଟାଣ୍ଟ ଡାଇରେକ୍ଟର କୃଷ୍ଣା ମଧ୍ୟ ରହିଛନ୍ତି । ତିନି ମୃତକଙ୍କ ବୟସ ଯଥାକ୍ରମେ 29, 60 ଓ 34 ବର୍ଷ ବୋଲି ଜଣାପଡିଛି । ଫିଲ୍ମ ‘ଇଣ୍ଡିଆନ୍‌2’ର ଶୁଟିଂ ଅବସରରେ ଏହି ଭୟାନକ ଦୁର୍ଘଟଣା ଘଟିଯାଇଛି । ଗତକାଲି ରାତି 9.30ରେ ଏହି ଦୁର୍ଘଟଣା ହୋଇଥିବାବେଳେ ଆହତଙ୍କୁ ହସ୍ପିଟାଲ୍‌ ଯାଇ ଭେଟିଛନ୍ତି କମଲ ହାସନ୍‌ ।

ଏସ୍‌ ଜୟଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନିକଟରେ ପୋଷ୍ଟର ରିଲିଜ୍‌ ହୋଇଥିଲା । 1996 ମସିହାରେ ଆସିଥିବା କମଲ ହାସନ୍‌ଙ୍କ ଫିଲ୍ମର ସ୍ବିକେଲ୍‌ ଅଟେ । ଏ କମଲ ହାସଲ୍‌ ବୃଦ୍ଧ ଭୂମିକାରେ ଏହି ଫିଲ୍ମରେ ନଜର ଆସୁଥିବାବେଳେ ତାଙ୍କ ସହିତ ସିଦ୍ଧାର୍ଥ ଓ କାଜଲ ଅଗ୍ରଓ୍ବାଲ ପ୍ରମୁଖ ନଜର ଆସିବେ । ଏହି ଫିଲ୍ମଟି କମଲ୍‌ଙ୍କ ଶେଷ ଫିଲ୍ମ ହେବ ବୋଲି ମଧ୍ୟ ସୂଚନା ରହିଛି । ଏକ ସାକ୍ଷାତକାରରେ କମଲ ହାସନ୍‌ ଫିଲ୍ମ ଦୁନିଆକୁ ଅଲ୍‌ବିଦା କହିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ ।

Related posts