କରୋନା ଯୋଗୁଁ ସଂକଟରେ ଫିଲ୍ମ ଇଣ୍ଡଷ୍ଟ୍ରି : ଦୁଇ ଦଶକ ପଛକୁ ଫେରିବ ବଲିଉଡ୍‌ !

Published: Jun 5, 2020, 1:21 pm IST

ସମୀକ୍ଷା ବ୍ୟୁରୋ

କରୋନାର ପ୍ରକୋପ ସାରା ବିଶ୍ବରେ ଜାରି ରହିଛି । ଭାରତରେ ମଧ୍ୟ ଏହାର ସ୍ଥିତି ବେଶ୍‌ ସଂକଟଜନକ ଅବସ୍ଥାରେ ରହିଛି । କରୋନା ମୁକାବିଲା ପାଇଁ ଭାରତରେ 4ଟି ପର୍ଯ୍ୟାୟରେ ଲକ୍‌ ଡାଉନ୍‌ କରାଯାଇଥିବାବେଳେ ଏବେ ଅନଲକ୍ କରାଯାଉଛି । ଲକ୍‌ଡାଉନ୍‌ ଯୋଗୁଁ ଭାରତର ସିନେମା ଜଗତ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ଫିଲ୍ମଗୁଡିକୁ ରିଲିଜ୍‌ ନ ହୋଇ ପଡି ରହିଥିବାବେଳେ ଅନେକ ବଡ ବଡ ଷ୍ଟାର୍‌ଙ୍କ ଫିଲ୍ମ ଅଧା ଶୁଟିଂ ହୋଇ ପଡି ରହିଛି । ପୁଣି କିଛି ଫିଲ୍ମ ଶୁଟିଂ ହେବାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି ।

ଯଦିଓ ଅନଲକ୍‌ 1.0ରେ ଫିଲ୍ମ ଓ ଧାରାବାହିକ ଶୁଟିଂକୁ ଅନୁମତି ଦିଆଯାଇଛି କିନ୍ତୁ ଏବେ ଫିଲ୍ମ ଶୁଟିଂରେ ବହୁତ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି । ସମୟ ସହ ତାଳ ଦେଇ ବଲିଉଡ୍‌ ବେଶ୍‌ ଆଗରେ ରହିଥିବାବେଳେ କରୋନା ପାଇଁ ବଲିଉଡ୍‌କୁ ଏବେ ଦୁଇରୁ ତିନି ଦଶକ ପଛକୁ ଯିବାକୁ ପଡିବ । ପୂର୍ବରୁ ଫିଲ୍ମରେ କିସିଂ ତଥା ଅନ୍ତରଙ୍ଗ ସିନ୍‌କୁ ପ୍ରତୀକାତ୍ମକ ଭାବେ ଦେଖାଯାଉଥିବାବେଳେ ଏବେ ବଲିଉଡ୍‌ରେ ପୁନର୍ବାର ସେହି ସମୟ ଚାଲିଆସିଛି । କରୋନା ଯୋଗୁଁ ଜାରି ହୋଇଥିବା ଗାଇଡଲାଇନ୍ସ ମଧ୍ୟରେ ଫିଲ୍ମ ଶୁଟିଂକୁ ଅନୁମତି ଦିଆଯାଇଛି । କିନ୍ତୁ କରୋନା ମହାମାରୀ ସମୟରେ ବଲିଉଡ୍‌ରେ କିସିଂ ତଥା ଅନ୍ତରଙ୍ଗ ସିନ୍‌ ଶୁଟିଂଗୁଡିକୁ ନେଇ ଏବେ ସମସ୍ୟା ସୃଷ୍ଟି ହୋଇଛି। ସାମାଜିକ ଦୂରତ୍ବକୁ ପାଳନ ପୂର୍ବକ ଶୁଟିଂ କରିବାକୁ ଅନୁମତି ଦିଆଯାଇଥିବାବେଳେ ଫିଲ୍ମଜଗତରେ ଏହାର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହେଉଛି ।

ଫିଲ୍ମ ତଥା ଧାରାବହିକ ଶୁଟିଂ ପାଇଁ ଗାଇଡଲାଇନ୍ସ ମଧ୍ୟ ଜାରି କରାଯାଇଛି । ସୀମିତ ସଂଖ୍ୟକ ଲୋକଙ୍କ ମଧ୍ୟରେ ଶୁଟିଂ କରାଯିବା ନେଇ ଅନୁମତି ରହିଥିବାବେଳେ 10 ବର୍ଷରୁ କମ୍‌ ଶିଶୁ ଓ 65ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଶୁଟିଂ କରିବାକୁ ବାରଣ କରାଯାଇଛ । ଶୁଟିଂ ସେଟ୍‌ରେ ସାମାଜିକ ଦୂରତ୍ବ ତଥା ସାନିଟାଇଜେସନ୍‌କୁ ବାଧ୍ୟତାମୂଳକ କରାଯାଇଛି । ଏପରି ସମୟରେ କେହି କାହା ସହିତ ହାତ ମିଳାଇ ପାରିବେ ନାହିଁ କି କୋଳାଗ୍ରତ କରିପାରିବେ ନାହିଁ । ଏପରି ସମୟରେ କିସ୍‌ ସିନ୍‌ କିପରି ହେବ ନେଇ ସେନେଇ ଏବେ ପ୍ରଶ୍ନ ଉଠିଛି ।

ତେବେ ବଲିଉଡ୍‌ରେ ରୋମାନ୍ସକୁ ଯେ କିସ୍‌ କିମ୍ବା ଅନ୍ତରଙ୍ଗ ଦୃଶ୍ୟରେ ଦୃଶ୍ୟାୟିତ କରାଯିବ ତାହା ନୁହେଁ,କିଛି ବର୍ଷ ପୂର୍ବେ ବଲିଉଡ୍‌ରେ ଫୁଲ ଜରିଆରେ ରୋମାନ୍ସକୁ ଦେଖାଯାଉଥିଲା ।  ଦୁଇ ତିନି ଦଶକ ପୂର୍ବରୁ ବଲିଉଡ୍‌ରେ କିସିଂ ତଥା ଅନ୍ତରଙ୍ଗ ସିନ୍‌କୁ ପ୍ରତୀକାତ୍ମକ ଭାବରେ ଦେଖାଯାଉଥିଲା । ସାମ୍ପ୍ରତିକ ସମୟରେ ଏବେ ଏପରି ଭାବରେ ପ୍ରତୀକାତ୍ମକ ସିନ୍‌କୁ ଦୃଶ୍ୟାୟିତ କରାଯାଇପାରେ ।

ତେବେ କରୋନା ଯୋଗୁଁ ବଲିଉଡ୍‌ ପୁଣି ଥରେ ଦୁଇରୁ ତିନି ଦଶକ ପଛକୁ ଚାଲିଯିବ । କେବଳ ଫୁଲ, ନିଆଁ ଜରିଆରେ ରୋମାନ୍ସକୁ ଦର୍ଶାଯିବ । ବଙ୍ଗାଳୀ ଫିଲ୍ମଗୁଡିକରେ ଏବେ ଏହିପରି ଟେକ୍‌ନିକ୍‌ ବ୍ୟବହାର କରାଯାଉଛି। ତେବେ ସମ୍ପ୍ରତି ଫିଲ୍ମ ତଥା ଧାରାବାହିକର ଟ୍ରେଣ୍ଡ୍‌ ବଦଳିଯାଇଥିବା ସମୟରେ ପୁନର୍ବାର ଫିଲ୍ମ ଓ ଧାରାବାହିକରେ ପୁରୁଣା ରୀତିକୁ ବ୍ୟବହାର କରିବା କେତେଦୂର ସଫଳ ହେବ ତାହା ସମୟ କହିବ ।

Related posts