କଙ୍ଗନାଙ୍କୁ ୱାଇ ସୁରକ୍ଷା ସେବା

Published: Sep 7, 2020, 1:29 pm IST
New Delhi: Actress Kangana Ranaut at a press conference to promote her upcoming film "Panga" in New Delhi on Jan 20, 2020. (Photo: IANS)

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ୱାଇ ସୁରକ୍ଷା ସେବା ମିଳିଥିବା ସୂଚନା ରହିଛି । କଙ୍ଗନା ରଣାୱତଙ୍କ ଟ୍ୱିଟ୍ଟର ହ୍ୟାଣ୍ଡେଲରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।  ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ କୃତଜ୍ଞ ବୋଲି କଙ୍ଗନା ଟ୍ୱିଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ମୁମ୍ବାଇ ପୋଲିସକୁ ସମାଲୋଚନା କରିଥିବା ବେଳେ ଏହାକୁ ନେଇ ଶିବସେନା ଏବଂ କଙ୍ଗନାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ମୁମ୍ବାଇରେ କଙ୍ଗନାଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ରାଉତ ଟ୍ୱିଟ କରିଥିଲେ । ତେବେ ସେ 9 ତାରିଖରେ ମୁମ୍ବାଇ ଫେରୁଥିବା ନେଇ ଟ୍ୱିଟ କରିବା ସହିତ ଗୃହ ମନ୍ତ୍ରାଳୟ ନିକଟରେ ସୁରକ୍ଷା ଆବେଦନ କରିଥିଲେ । (ଏଜେନ୍ସି)

Related posts