ଓଡିଶା ଟେଲିଭିଜନ ଜଗତର ପରିଚିତ ବ୍ୟକ୍ତିତ୍ବ ରୁଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ

Published: Sep 9, 2020, 4:38 pm IST

ଭୁବନେଶ୍ବର, ଆଜି ଓଡିଆ ଟେଲିଭିଜନ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ବ ତଥା ପ୍ରଡକ୍ସନ ସଂଯୋଜକ ତଥା ଦକ୍ଷ ଭିଡିଓ ଏଡିଟର ରୁଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ସେ କିମସ୍ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ହଠତ୍ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣେ ନିକଟ ସଂପର୍କିୟଙ୍କ ସୂଚନାରୁ ପ୍ରକାଶ। ରୁଦ୍ର ଓଡିଶା ଟେଲିଭିଜନ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ଓଡିଶାର ପ୍ରଥମ ସାଟାଲାଇଟ ଚ୍ୟାନେଲ ଇଟିଭି ଓଡିଆରେ ଜଣେ ଭିଡିଓ ଏଡିଟର ଭାବେ ନିଜର ବୃତ୍ତି ଆରମ୍ଭ କରିଥିଲେ।

ଏହାପରେ ସେ ନୂଆଦିଲ୍ଲୀସ୍ଥିତ ସିଏନଏନ ଆବିଏନ ନ୍ୟୁଜ ଚ୍ୟାନେଲରେ କାମ କରିଥିଲେ। ଏହାପରେ ସେ ଦୀର୍ଘ ବର୍ଷ ଧରି ଓଟିଭି କୁ ନିଜର କର୍ମଭୂମି ଭାବେ ବାଛିଥିଲେ। ସେଠାରୁ ଛାଡି ସେ ନିଜେ ଏକ ପ୍ରଡକ୍ସନ ହାଉସ ଆରମ୍ଭ କରି ବିଭିନ୍ନ ଚ୍ୟାନେଲ ପାଇଁ କାମ କରୁଥିଲେ। ତାଙ୍କର ବିୟୋଗରେ ବର୍ତ୍ତମାନ ସାରା ଓଡିଆ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

Related posts