‘ସମୁଦ୍ରମ୍‌’ରେ ନଜର ଆସିବେ ଅଦିତି ରାଓ ହାଇଦରୀ

Published: Oct 12, 2020, 6:21 pm IST

ହାଇଦ୍ରାବାଦ : ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଏକ ଦ୍ୱିଭାଷୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଅଦିତି ଅଭିନୟ କରୁଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହି ଫିଲ୍ମରେ ଅଦିତିଙ୍କ ବିପକ୍ଷରେ ସର୍ବାନନ୍ଦ ଏବଂ ସିଦ୍ଧାର୍ଥ ନାରାୟଣନ ଅଭିନୟ କରିବେ ବୋଲି ଜଣାପଡିଛି । ଆର ଏକ୍ସ 100 ଫିଲ୍ମର ନିର୍ଦ୍ଦେଶକ ଅଜୟ ଭୂପତି ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ତେବେ ଉଭୟ ଅଭିନେତା ଏକତ୍ର ନଜର ଆସିବେ କି ତେଲୁଗୁ ଭାଷାରେ ସର୍ବାନନ୍ଦ ଏବଂ ତାମିଲ ଭାଷାରେ ସିଦ୍ଧାର୍ଥ ନଜର ଆସିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଅଦିତି ଏକାଧିକ ତାମିଲ ଫିଲ୍ମରେ ନଜର ଆସିଥିବା ବେଳେ ନିକଟରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ ଭିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଦିତି ।

Related posts