Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆନ୍ତର୍ଜାତିକ ଶ୍ରମ ଦିବସ ଉପଲକ୍ଷେ ଶ୍ରମିକଙ୍କ ପାଇଁ ଲୋକାର୍ପଣ ହେଲା ୧୫ ଗୋଟି ସେବା
ଜାତୀୟ ଖବର

ଆନ୍ତର୍ଜାତିକ ଶ୍ରମ ଦିବସ ଉପଲକ୍ଷେ ଶ୍ରମିକଙ୍କ ପାଇଁ ଲୋକାର୍ପଣ ହେଲା ୧୫ ଗୋଟି ସେବା

May 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆନ୍ତର୍ଜାତିକ ଶ୍ରମ ଦିବସ ଉପଲକ୍ଷେ ଶ୍ରମିକଙ୍କ ପାଇଁ ଲୋକାର୍ପଣ ହେଲା ୧୫ ଗୋଟି ସେବା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଆଜି ଆନ୍ତର୍ଜାତିକ ଶ୍ରମ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ପାଳନ କରାଯାଇଛି।
ଉକ୍ତ ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଆମ ରାଜ୍ୟ ତଥା ଦେଶର କ୍ରମାଗତ ପ୍ରଗତିରେ ଶ୍ରମିକମାନେ ନିରବଚ୍ଛିନ୍ନ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି।

ରାଜ୍ୟ ସରକାର ଶ୍ରମିକମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି। ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ମହିଳା ଶ୍ରମିକ, ଶିଳ୍ପସଂସ୍ଥା ତଥା ବାଣିଜ୍ୟ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।

ଆଜିର ଶ୍ରମ ଦିବସ ଅବସରରେ ଓଡ଼ିଶାର ଅଣ-ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ମାଧ୍ୟମରେ ଯୋଗ୍ୟ ଅଣ-ସଂଗଠିତ ଶ୍ରମିକମାନଙ୍କର ପଞ୍ଜିକରଣ ତଥା ସହାୟତା ପାଇଁ ଏକ ଅନ୍‌ଲାଇନ ପୋର୍ଟାଲ, ବିଭାଗର ପରିଶ୍ରମ ପୋର୍ଟାଲ ଅଧୀନରେ ୫୨ ଗୋଟି ଅନ୍‌ଲାଇନ ସେବା ସହିତ ନୂତନ ଭାବେ ଅତିରିକ୍ତ ୧୫ ଗୋଟି ସେବା ଏବଂ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ମାଣ ଶ୍ରମିକ ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ ସେସ୍‌ ଆଦାୟ ମଡୁ୍ୟଲର ଲୋକାର୍ପଣ କରାଯାଇଛି। ଫଳରେ ଶ୍ରମିକମାନଙ୍କ ନିମନ୍ତେ ବିଭିନ୍ନ ସହାୟତା ଓ ସେବା ସହଜରେ ଉପଲବ୍ଧ ହେବ।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶେ୍ୱତାସ୍ନିUା ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ପଞ୍ଜିକୃତ ନିର୍ମାଣ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି ଓ ଅଦ୍ୟାବଧି ୩୮ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ଉକ୍ତ ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ କଲ୍ୟାଣ ପାଇଁ ୨୯୩୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହା ସେମାନଙ୍କ ଆର୍ଥିକ ଓ ସାମାଜିକ ମାନଦଣ୍ଡ ବୃଦ୍ଧିରେ ବହୁଳ ମାତ୍ରାରେ ସହାୟକ ହୋଇପାରିଛି।

ଏହି ଅବସରରେ ରାଜ୍ୟର ଶ୍ରମିକମାନଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ କରିଥିବା ବିଭିନ୍ନ ଶ୍ରମିକ ସଂଗଠନର ୫ ଜଣ ନେତା ଯଥା- ଲକ୍ଷ୍ମୀଧର ସାହୁ (ଏଜ୍‌.ଏମ୍‌.ଏସ୍‌.), ସୌଭାଗ୍ୟ ପ୍ରଧାନ (ଆଇ.ଏନ୍‌.ଟି.ୟୁ.ସି.), ଗୌରାଙ୍ଗ ଚରଣ ପାଣିଗ୍ରାହୀ (ଏ.ଆଇ.ଟି.ୟୁ.ସି.), କୃଷ୍ଣ ଚନ୍ଦ୍ର ମିଶ୍ର (ବି.ଏମ୍‌.ଏସ୍‌.) ଓ ବୀରେନ୍ଦ୍ର ପ୍ରସାଦ ଦାସ (ଏଲ୍‌.ପି.ଏଫ୍‌.)ଙ୍କୁ ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଉତ୍ସବରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଶାସନ ସଚିବ ଶ୍ରୀ ଆର୍‌.ଏସ୍‌.ଗୋପାଳନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରମ କମିଶନର ଡ. ଏନ୍‌. ଥିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ବରିଷ୍ଠ ପଦାଧିକାରୀ, ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦ ତଥା ବହୁ ସଂଖ୍ୟାରେ ଶ୍ରମିକମାନେ ଯୋଗ ଦେଇଥିଲେ ।

ଆନ୍ତଜାତୀୟ ଶ୍ରମିକ ଦିବସ ଶ୍ରମିକ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026

ସମନ୍ବିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ MSP ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ

April 16, 2026
Latest News

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026

ସମନ୍ବିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ MSP ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ

April 16, 2026

ଇସ୍ରାଏଲ୍‌-ଲେବାନନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.