Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»BIG NEWS: ପୁଣି ଗରମରେ କଲବଲ ହେବ ଓଡିଶା, ସରକାର କଲେ ଜରୁରୀ ବୈଠକ
ଜାତୀୟ ଖବର

BIG NEWS: ପୁଣି ଗରମରେ କଲବଲ ହେବ ଓଡିଶା, ସରକାର କଲେ ଜରୁରୀ ବୈଠକ

May 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
HeatWave
BIG NEWS: ପୁଣି ଗରମରେ କଲବଲ ହେବ ଓଡିଶା, ସରକାର କଲେ ଜରୁରୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧିଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ପୂର୍ବାନୁମାନ ଅନୁଯାୟୀ ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍‌ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବା କେନ୍ଦ୍ରର ବ୍ୟବସ୍ଥା କରାଯିବ। ଏତଦ୍‌ବ୍ୟତୀତ ଜଳକ୍ଲିଷ୍ଟ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ନଳକୂପ ଏବଂ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥାଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକରେ ପାନୀୟଜଳ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ଜୀବନରକ୍ଷକ ଔଷଧ, ସାଲାଇନ୍‌ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ସଙ୍ଗେ ସଙ୍ଗେ ଅଂଶୁଘାତର ଶିକାର ହୋଇଥିବା ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବେଡ୍‌ର ବ୍ୟବସ୍ଥା କରାଯିବ। ଗ୍ରୀଷ୍ମପ୍ରବାହ ଯୋଗୁଁ ସର୍ବାଧିକ ଉତ୍ତାପ ଥିବା ସମୟରେ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନକରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏତଦ୍‌ବ୍ୟତୀତ କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ପାନୀୟ ଜଳ ଏବଂ ଓଆର୍‌ଏସ୍‌ ପ୍ୟାକେଟ୍‌ ମହଜୁଦ ରଖାଯିବ। ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ ପାତ୍ର/କୁଣ୍ଡର ବ୍ୟବସ୍ଥା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ନିରବଚ୍ଛିନ୍ନ ବିଦୁ୍ୟତ ସରବରାହ ସଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଗ୍ରୀଷ୍ମପ୍ରବାହଜନିତ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଯେପରିକି ଦିନ ୧୧ ଘଟିକାଠାରୁ ୩ ଘଟିକା ମଧ୍ୟରେ ଟାଣ ଖରାରେ ପଦାକୁ ନବାହାରିବା, ଖରାରେ କଠିନ ପରିଶ୍ରମ ନକରିବା, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପାଣିବୋତଲ, କଳା ଚଷମା, ଚପଲ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରିବା ପାଇଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍‌ଏସ୍‌ ଦ୍ରବଣ, ପଣା, ତୋରାଣି, ଘୋଳଦହି ଓ ଆଖୁରସ ପିଇବା ପାଇଁ ଲୋକମାନଙ୍କୁ ଅବଗତ କରିବା ନିମନ୍ତେ ସମ୍ବାଦପତ୍ର ଓ ବିଭିନ୍ନ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ଦ୍ୱାରା କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ।

temperture ଗରମ ତାପମାତ୍ରା ତାପମାତ୍ରା ବୃଦ୍ଧି ପାଣିପାଗ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.