Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂତନ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠା କରିବେ ‘ସେଙ୍ଗୋଲ’, ଜାଣନ୍ତୁ ଏହା କଣ
ଜାତୀୟ ଖବର

ନୂତନ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠା କରିବେ ‘ସେଙ୍ଗୋଲ’, ଜାଣନ୍ତୁ ଏହା କଣ

May 25, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
singole
ନୂତନ ସଂସଦ ଗୃହରେ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠା କରିବେ 'ସେଙ୍ଗୋଲ', ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ରବିବାର ଦିନ ଇତିହାସର ପୁନରାବୃତ୍ତି ହେବ , ଯେତେବେଳେ ନୂତନ ସଂସଦ ଭବନ ଦେଶ ପାଇଁ ଉତ୍ସର୍ଗୀକୃତ ହେବ। ଏହି ଦିନ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିଷ୍ପକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ ସ୍ଥାପନ କରିବେ। ଏହା ହେଉଛି ସେହି ସମାନ ସେଙ୍ଗୋଲ ଯାହାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହରୁ ୧୪ ଅଗଷ୍ଟ ୧୯୪୭ ରାତିରେ ତାଙ୍କ ବାସଭବନ ଠାରେ ଅନେକ ନେତାଙ୍କ ଉପସ୍ଥିତିରେ ଗ୍ରହଣ କରିଥିଲେ।

ଭାରତର ସ୍ୱାଧୀନତା ଅବସରରେ ଘଟିଥିବା ସମଗ୍ର ଘଟଣାକୁ ସ୍ମରଣ କରି ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି, “ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଭାରତର ଅଧିକାଂଶ ଲୋକ ଏହି ଘଟଣା ବିଷୟରେ ଅବଗତ ନୁହଁନ୍ତି , ଯେଉଁଥିରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ସେଙ୍ଗୋଲକୁ ପ୍ରଦାନ କରି ଭାରତର କ୍ଷମତା ହସ୍ତାନ୍ତର ହୋଇଥିଲା। ଅଗଷ୍ଟ ୧୪, ୧୯୪୭ ର ରାତିରେ ଏହା ଏକ ସ୍ୱତନ୍ତ୍ର ଉତ୍ସବ ଥିଲା, ଯେଉଁଠାରେ ଭାରତର ସ୍ୱାଧୀନତାକୁ ପାଳନ କରା ଯାଉଥିଲା।

ଏହି ରାତିରେ ଜବାହରଲାଲ ନେହରୁ ତାମିଲନାଡୁର ଥିରୁବଦୁୁଥୁରାଇ ଆଧୀନାମ (ମଠ) ରୁ ବିଶେଷ ରୂପରେ ଉପସ୍ଥିତ ଆଧୀନାମ (ପୁରୋହିତ) ଙ୍କ ଠାରୁ ‘ସେଙ୍ଗୋଲ’ ଗ୍ରହଣ କରିଥିଲେ, ଯେଉଁମାନେ ଏହି ଉତ୍ସବ ପାଇଁ ସ୍ୱତନ୍ତ୍ର ଭାବେ ପହଞ୍ଚିଥିଲେ। ବ୍ରିଟିଶମାନେ ଭାରତୀୟଙ୍କ ହାତରେ ଯେଉଁ ସମୟରେ କ୍ଷମତା ହସ୍ତାନ୍ତର କରିଥିଲେ ଠିକ୍ ସେହି ମୁହୂର୍ତ୍ତରେ ପଣ୍ଡିତ ନେହରୁଙ୍କୁ ସେଙ୍ଗୋଲ ପ୍ରଦାନ କରା ଯାଇଥିଲା। ଆମେ ସ୍ୱାଧୀନତା ଭାବରେ ଯାହା ପାଳନ କରୁଛୁ, ତାହା ପ୍ରକୃତରେ ‘ସେଙ୍ଗୋଲ୍’ ହସ୍ତାନ୍ତର କରିବାର କ୍ଷଣ ଦ୍ୱାରା ଚିହ୍ନିତ।”

ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ଅମୃତ କାଳର ଜାତୀୟ ପ୍ରତୀକ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦର ନୂତନ ଭବନ ମଧ୍ୟ ସମାନ ଘଟଣାର ସାକ୍ଷୀ ରହିବ, ଯେଉଁଠାରେ ଆଧୀନାମ ମାନେ (ପୁରୋହିତ) ସେହି ସମାରୋହର ପୁନରାବୃତ୍ତି କରିବେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ୍ ପ୍ରଦାନ କରିବେ।

କେନ୍ଦ୍ର ଗୃହ ମନ୍ତ୍ରୀ ସେଙ୍ଗୋଲ ଉପରେ ଅଧିକ ବର୍ଣ୍ଣନା କରି କହିଛନ୍ତି, “ସେଙ୍ଗୋଲର ଅର୍ଥ ବହୁତ ଗଭୀର ଅଟେ, ଯାହା ତାମିଲ ଶବ୍ଦ “ସେମାଇ ”ରୁ ସୃଷ୍ଟି ହୋଇଛି, ଯାହାର ଅର୍ଥ “ନୀତିପରାୟଣତା”। ତାମିଲନାଡୁର ଏକ ଅଗ୍ରଣୀ ଧର୍ମ ମଠର ଆଧୀନାମ (ପୁରୋହିତ) ମାନଙ୍କ ଦ୍ୱାରା ଏହା ଆଶୀର୍ବାଦ ପ୍ରାପ୍ତ ହୋଇଛି। ଏହାର ଶୀର୍ଷ ଦେଶରେ ହାତରେ ଖୋଦେଇ ହୋଇଥିବା ନନ୍ଦୀ ‘ନ୍ୟାୟ’ର ଦର୍ଶକ ଭାବରେ ଅପଲକ ନୟନରେ ଚାହିଁ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଙ୍ଗୋଲର ପ୍ରାପ୍ତକର୍ତ୍ତାଙ୍କୁ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଶାସନ କରିବାକୁ “ଆଦେଶ” (ତାମିଲରେ “ଅନାଇ”) ରହିଛି। ଏହା ସବୁଠାରୁ ଆକର୍ଷକ ଅଟେ, ଯେଉଁମାନେ ଲୋକଙ୍କର ସେବା କରିବାକୁ ମନୋନୀତ ହୋଇଛନ୍ତି ସେମାନେ ଏହାକୁ କେବେ ବି ଭୁଲିବା ଉଚିତ୍ ନୁହେଁ।”

୧୯୪୭ ର ସେହି ସେଙ୍ଗୋଲ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକସଭାରେ ସ୍ଥାପନ କରାଯିବ, , ଯାହା ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ଅବସ୍ଥିତ। ଏହାକୁ ସମଗ୍ର ରାଷ୍ଟ ଦେଖିବା ପାଇଁ ପ୍ରଦର୍ଶିତ କରାଯିବ ଏବଂ ବିଶେଷ ଉତ୍ସବରେ ଏହାକୁ ବାହାରକୁ ନିଆଯିବ। ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ ଐତିହାସିକ “ସେଙ୍ଗୋଲ” ସ୍ଥାପନ ପାଇଁ ସଂସଦ ଭବନ ହେଉଛି ସବୁଠାରୁ ଉପଯୁକ୍ତ ଏବଂ ପବିତ୍ର ସ୍ଥାନ।

“ସେଙ୍ଗୋଲ” ର ପ୍ରତିଷ୍ଠା, ୧୫ ଅଗଷ୍ଟ ୧୯୪୭ ର ଭାବନାକୁ ଅବିସ୍ମରଣୀୟ କରିଥାଏ। ଏହା ସୀମାହୀନ ଆଶା, ସୀମାହୀନ ସମ୍ଭାବନା ଏବଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପର ପ୍ରତୀକ ଅଟେ। ଏହା ଅମୃତ କାଳର ପ୍ରତିବିମ୍ବ ହେବ, ଯାହା ନୂତନ ଭାରତକୁ ବିଶ୍ୱରେ ନିଜର ଯଥୋଚିତ ସ୍ଥାନ ଗ୍ରହଣ କରିବାର ଗୌରବମୟ କ୍ଷଣର ସାକ୍ଷୀ ହେବ।

ତାମିଲନାଡୁ ସରକାର ୨୦୨୧ – ୨୨ ର ହିନ୍ଦୁ ଧାର୍ମିକ ଏବଂ ଧର୍ମାର୍ଥ ବନ୍ଦୋବସ୍ତ ବିଭାଗ (ଏଚ୍ଆର୍ ଆଣ୍ଡ ସିଇ) ପଲିସି ନୋଟରେ ରାଜ୍ୟର ମଠ ମାନଙ୍କ ଦ୍ୱାରା ନିର୍ବାହ କରାଯାଇଥିବା ଭୂମିକାକୁ ଗର୍ବର ସହିତ ପ୍ରକାଶ କରିଛନ୍ତି। ଏହି ଦସ୍ତାବିଜର ପାରା ୨୪ ସ୍ପଷ୍ଟ ଭାବରେ ରୟାଲ୍ କାଉନ୍ସିଲ୍ ଭାବରେ ମଠ ଦ୍ୱାରା ନିର୍ବାହ କରାଯାଉଥିବା ଭୂମିକାକୁ ସ୍ପଷ୍ଟ ଭାବରେ ଦର୍ଶାଏ।

ଏହି ଐତିହାସିକ ଯୋଜନା ଆଧୀନାମର ଅଧ୍ୟକ୍ଷ ମାନଙ୍କ ସହିତ ବିଚାର ବିମର୍ଶ କରି ପ୍ରସ୍ତୁତ ହୋଇଛି। ଏହି ପବିତ୍ର ରୀତିନୀତିର ସ୍ମରଣରେ ସେମାନଙ୍କର ଆଶୀର୍ବାଦ ପ୍ରଦାନ କରିବା ପାଇଁ ସମସ୍ତ ୨୦ ଟି ଆଧୀନାମର ଅଧ୍ୟକ୍ଷ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ମୁଁ ଖୁସି ଯେ ଏହାର ନିର୍ମାଣ ସହିତ ଜଡିତ ୯୬ ବର୍ଷୀୟ ଶ୍ରୀ ୱିମ୍ମିଦିି ବଙ୍ଗାରୁ ଚେଟ୍ଟି ଜୀ ମଧ୍ୟ ଏହି ପବିତ୍ର ସମାରୋହରେ ଅଂଶଗ୍ରହଣ କରିବେ। ମୁଁ ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି।

ସେଙ୍ଗୋଲ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ଏବଂ ଡାଉନଲୋଡ୍ କରିବା ଯୋଗ୍ୟ ଭିଡିଓ ସହିତ ଏକ ସ୍ୱତନ୍ତ୍ର ୱେବସାଇଟ୍ (ଗ୍ଦରଦ୍ଭଶକ୍ଟକ୍ଷ୧୯୪୭.ସଶଦ୍ଭମବ.ଶକ୍ଟଙ୍ଖ.ସଦ୍ଭ) ଆଜି ଏହି କାର‌୍ୟ୍ୟକ୍ରମରେ ଗୃହ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ସେ କହିଛନ୍ତି, “ଆମେ ଚାହୁଁ ଭାରତର ଲୋକମାନେ ଏହାକୁ ଦେଖନ୍ତୁ ଏବଂ ଏହି ଐତିହାସିକ ଘଟଣା ବିଷୟରେ ଜାଣନ୍ତୁ। ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। ”

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ, ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏବଂ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଶ୍ରୀ ଗୋବିନ୍ଦ ମୋହନ ମଧ୍ୟ ଉପସ୍ଥିତ ଥିଲେ।

ନୂଆ ସଂସଦ ଭବନ ସେଙ୍ଗୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026

ଚାଷୀଙ୍କ ପାଇଁ କ୍ରଣ୍ଟାକ୍ଟ ଫାର୍ମିଂ କେତେ ଲାଭଦାୟକ?: ଦାମଠାରୁ ଚୁକ୍ତିର ସର୍ତ୍ତ ଯାଏଁ ଜାଣନ୍ତୁ ସବୁକିଛି

September 13, 2026
Latest News

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.