Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୃତକଙ୍କର ହେବ ଡିଏନଏ ଟେଷ୍ଟ, ଶବ ସଂରକ୍ଷଣ ପାଇଁ ଆସିଲେ ୧୭ ଜଣିଆ ଟିମ; ପ୍ରଦୀପ ଜେନା
ଜାତୀୟ ଖବର

ମୃତକଙ୍କର ହେବ ଡିଏନଏ ଟେଷ୍ଟ, ଶବ ସଂରକ୍ଷଣ ପାଇଁ ଆସିଲେ ୧୭ ଜଣିଆ ଟିମ; ପ୍ରଦୀପ ଜେନା

June 5, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
CSByte
ଦୁର୍ଘଟଣାରେ ମୃତକଙ୍କର ହେବ ଡିଏନଏ ଟେଷ୍ଟ, ଶବ ସଂରକ୍ଷିତ ପାଇଁ ଆସିଲେ ୧୭ ଜଣିଆ ଟିମ

ଭୁବନେଶ୍ବର: ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତକମାନଙ୍କ ସଂଖ୍ୟା, ଆହତମାନଙ୍କ ଚିକିତ୍ସା ଓ ଚିହ୍ନଟ ହୋଇନଥିବା ମୃତକଙ୍କ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା କହିଛନ୍ତି ଯେ, ରେଳ ବିଭାଗଙ୍କଠାରୁ ପ୍ରାପ୍ତ ସୂଚନା ଆଧାରରେ ୨୮୮ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ଦିଆଯାଇଥିଲା।

କିନ୍ତୁ ପୁଙ୍ଖାନୁପୁଂଙ୍ଖ ଯାଂଚ ଓ ଗଣନା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରା ମୃତକଙ୍କ ସଂପର୍କରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ୨୭୫ ବୋଲି ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ସମସ୍ତ ବଗିଗୁଡିକରୁ ଆହତ ଓ ମୃତକମାନଙ୍କୁ  ଇତି ମଧ୍ୟରେ ବାହାର କରାଯାଇ ସାରିଛି।

ରବିବାର ସଂଧ୍ୟା ସୁଦ୍ଧା ୧୮୦ଟି ମୃତଦେହ ଭୁବନେଶ୍ୱରକୁ ଅଣାଯାଇ ଏମ୍ସ, ଆମ୍ରି, କ୍ୟାପିଟାଲ ହସ୍ପିଟାଲ, ସମ ଓ କିମସ୍ ହସ୍ପିଟାଲରେ ରଖାଯାଇଛି। ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବା ଟ୍ରକ୍ ଯୋଗେ ମୃତଦେହ ଭୁବନେଶ୍ୱର ଆଣିବା ପାଇଁ ଚିନ୍ତା କରାଯାଇଥିଲା। କିନ୍ତୁ ସମସ୍ତ ମୃତଦେହକୁ ସମ୍ମାନର ସହିତ ଆଣିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଗତକାଲି ୮୫ ଟି ଆମ୍ବୁଲାନ୍ସ ବ୍ୟବହାର କରାଯାଇ କ୍ରମାନ୍ୱୟରେ  ରାତି ସୁଦ୍ଧା ୧୭୦ଟି  ମୃତଦେହ  ଭୁବନେଶ୍ୱର ପହଁଚିଥିଲା ବେଳେ ଆଜି ଅବଶିଷ୍ଟ ୧୦ ଟି ମୃତଦେହ ବାଲେଶ୍ୱରରୁ  ଭୁବନେଶ୍ୱର ଆସି ପହଁଚିଛି ।

ମୋଟ ମୃତକ ୨୭୫ ମଧ୍ୟରୁ ବାଲେଶ୍ୱରରେ ୮୫ ଜଣ ଓ ଭୁବନେଶ୍ୱର ଅଣାଯିବା ପରେ ଆଉ ୩୯  ଜଣ ଏହିଭଳି ମୋଟ ୧୨୪ମୃତଦେହର  ଚିହ୍ଚଟକରଣ ସରିଛି ଓ ସେମାନଙ୍କର ସମ୍ପର୍କୀୟମାନଙ୍କୁ ମୃତଦେହ  ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ମୃତଦେହର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନୋଟି ଓ୍ୱେବ୍ ସାଇଟ୍ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବ୍ୟବହାର ପାଇଁ ସୂଚନା ଦିଆଯାଇଛି । ସେଗୁଡିକ ହେଲା- www.osdma.org, www.srcodisha.nic.in ଏବଂ www.bmc.gov.in।

ଯେଉଁ ଅବସ୍ଥାରେ ମୃତ ଦେହଗୁଡିକୁ ସଂଗ୍ରହ କରାଯାଇଥିଲା, ସେ ସମସ୍ତ ମୃତକମାନଙ୍କର ଫଟୋ ଏହି ସବୁ ଓ୍ୱେବ୍ ସାଇଟ୍ ରେ ଉପଲବ୍ଧ ହୋଇଛି। କିନ୍ତୁ ଏହି ଫଟୋ ସବୁ କେବଳ ଚିହ୍ନଟକରଣ ପାଇଁ ଉପଲବ୍ଧ ରହିଛି। ଯେହେତୁ ଦୁର୍ଘଟଣା ପରେ ଏହି ସବୁ ଫଟୋ ନିଆଯାଇଛି, ସେଥିରେ ଅଧିକାଂଶ ଫଟୋବିକୃତ ରହିଛି, ଯାହାକି ଦେଖିଲେ କାହାକୁ ମାନସିକ ଅସ୍ଥିରତା ଦେଇପାରେ।

ଏଣୁ କେବଳ ଚିହ୍ନଟକରଣ ଏବଂ ସେମାନଙ୍କର ସଂପର୍କୀୟମାନଙ୍କ  ଆବଶ୍ୟକତା ଅନୁସାରେ ଏହାକୁ ବ୍ୟବହାର କରିବା ସହ ଗଣମାଧ୍ୟମ ପ୍ରତିନିଧି, କୌଣସି ବ୍ୟକ୍ତିଙ୍କ ଦ୍ୱାରାରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବିନା ଅନୁମତିରେ ଏହାର  ପ୍ରକାଶନ, ପ୍ରସାରଣ ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ବା ଅନ୍ୟ ଉଦ୍ଦେଶ୍ୟରେ ଏହା ବ୍ୟବହାର କରାଯାଇପାରିବ ନାହିଁ ବୋଲି ଉପରୋକ୍ତ  ଓ୍ୱେବ୍ ସାଇଟ୍ ଗୁଡିକରେ ଦର୍ଶାଯାଇଛି।

ପିଲାମାନେ ମଧ୍ୟ  ଏହି ଫଟୋ ଦେଖିବାକୁ ବାରଣ କରାଯାଇଛି । ଯେହେତୁ ଫଟୋଗୁଡିକ ଓ୍ୱେବ୍ ସାଇଟ୍ ରେ ଅପ୍ ଲୋଡ୍ ନକଲେ ସଂପର୍କୀୟମାନଙ୍କୁ ମୃତ ଦେହ ଚିହ୍ନଟ କରିବାରେ ଅସୁବିଧା ସୃଷ୍ଟି ହୋଇପାରେ,  ସେ ଦୃଷ୍ଟିରୁ ଏହି ଫଟୋ ଅପ ଲୋଡ୍ କରାଯାଇଛି।

ଭୁବନେଶ୍ୱରର ଉପରୋକ୍ତ ବିଭିନ୍ନ ହସ୍ପିଟାଲରେ ରଖାଯାଇଥିବା ମୃତଦେହଗୁଡିକର ଚିହ୍ନଟକରଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି। ମୃତଦେହ ରହିଥିବା ଡାକ୍ତରଖାନା ପାଇଁ  ବିଏମସି ତରଫରୁ ଜଣେ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ଅଛନ୍ତି।

ଦେଶର ଯେ କୌଣସି ସ୍ଥାନରୁ ଲୋକମାନେ ଯେପରି ମୃତଦେହ ସଂପର୍କରେ ଶୀଘ୍ର ଖବର ପାଇବେ, ସେଥିପାଇଁ  ନିଃଶୁଳ୍ପ ଟେଲିଫୋନ୍ ନଂ- ୧୮୦୦୩୪୫୦୦୬୧ଓ ନଂ-୧୯୨୯ ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଛି। ମୃତକମାନଙ୍କୁ ଚିହ୍ନଟ ପାଇଁ ଆସିବାକୁ ଥିବା ସେମାନଙ୍କର ସଂପର୍କୀୟମାନଙ୍କୁ ସହଯୋଗ ପାଇଁ ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ସହାୟତା କେନ୍ଦ୍ର ଖୋଲା ଯାଇ ଟିମ୍ ମୁତୟନ ଅଛନ୍ତି।

ସେଠାରେ ସେମାନଙ୍କର ସଂପର୍କୀୟମାନେ ପହଁଚିବା ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଆନୁଷଙ୍ଗିକ  ସହାୟତା ଦେଇ ମୃତଦେହମାନଙ୍କୁ ଦେଖାଇ ଦିଆଯିବ। ଅଭିଜ୍ଞ୪  ଜଣ  ପ୍ରଶାସନିକ ଅଧିକାରୀ, ଏନ୍. ଥିରୁମାଲା ନାୟକ, ସୁଶାନ୍ତ କୁମାର ମହାନ୍ତି, ରଶ୍ମିରଂଜନ ନାୟକ ଓ ଗଙ୍ଗାଧର ସାହୁ ଏହି ମୃତଦେହ ଚିହ୍ନଟକରଣପାଇଁ ସହାୟତା କରିବେ।

ସଂପର୍କୀୟମାନେ ମୃତଦେହ ଚିହ୍ନଟକରଣରେ ଯେପରି  ହଇରାଣ ନ ହେବେ, ସେଥିପ୍ରତି ଟିମ୍ ର ସମସ୍ତେ  ସେ ଦିଗରେ ସହାୟତା କରିବେ। ଚିହ୍ନଟକରଣ ପରେ ମୃତଦେହଗୁଡିକୁ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ପଠାଇବାର ବ୍ୟବସ୍ଥା କରାଯିବ। ମୃତଦେହ ପାଇଁ ଆବଶ୍ୟକ ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ, ଯାହାକି ପରବର୍ତ୍ତୀ ସମୟରେ ମୃତକମାନଙ୍କ ସଂପର୍କୀୟଙ୍କୁ ସାହାଯ୍ୟ କରିବ।

ରବିବାର ସଂଧ୍ୟା ସୁଦ୍ଧା ୧୨୨ଟି କଲ ଏହି ଟୋଲ ଫ୍ରି ନମ୍ବରକୁ ଆସିଛି ଓ ମୃତକଙ୍କ ସଂପର୍କୀୟମାନେ ଯୋଗାଯୋଗ କରିଛନ୍ତି। ସେହିପରି ଆହତମାନଙ୍କ ତାଲିକା ମଧ୍ୟ ଓ୍ୱେବ୍ ସାଇଟ୍ ରେ ଅପଲୋଡ୍ କରାଯାଇଛି, ଯଦ୍ଦ୍ୱାରା କି ସେମାନେ  କେଉଁ କେଉଁ ହସ୍ପିଟାଲରେ ଅଛନ୍ତି, ସେମାନଙ୍କର ସଂପର୍କୀୟ  ଯୋଗାଯୋଗ କରିପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ସର୍ବୋତ୍ତମ ଚିକିତ୍ସା ଏବଂ ମୃତକମାନଙ୍କ ପରିଜନଙ୍କୁ ଆବଶ୍ୟକୀୟ ସମସ୍ତ ସହାୟତା ଯୋଗାଇ ଦେବା ସହିତ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ, ଭୁବନେଶ୍ୱର, କଟକଠାରୁ କୋଲକାତା ପର୍ଯ୍ୟନ୍ତ ବିନା ଦେୟରେ ବସ୍ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଚିକିତ୍ସିତ ହେଉଥିବା ୧୧୭୫ ଜଣ ଆହତଙ୍କ ମଧ୍ୟରୁ ୭୯୩ ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଅବଶିଷ୍ଟ ୩୮୨ ଜଣଙ୍କର ଚିକିତ୍ସା ଜାରି ରହିଛି ଓ ଏ ବାବଦରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଆଜି କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ୍, କର୍ଣ୍ଣାଟକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କମିଶନର ଡଃ. ମନୋଜ ରଞ୍ଜନ, ବୈଜ୍ଞାନିକ ଏସ୍ .ଏସ୍. ଏମ୍ ଗାଭାସ୍କର ପ୍ରମୁଖ ଗତକାଲି ଦୁର୍ଘଟଣାସ୍ଥଳ ଓ ଆଜି ଓଡିଶା ରାଜ୍ୟ ଏସ୍ଆର୍ ସି ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ମୁଖ୍ୟ ଶାସନ ସଚିବଙ୍କ ସହିତ ମୃତାହତଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଓ ଏସ୍.ଏସ୍.ଶିବଶଙ୍କରଙ୍କ ସମେତ ରାଜ୍ୟର ବରିଷ୍ଠ  ଅଧିକାରୀ ଓ ପୋଲିସ୍ ଅଧିକାରୀ ଆସିଥିଲେ। ସମସ୍ତଙ୍କୁ ମୃତକ ଓ ଚିକିତ୍ସିତଙ୍କ  ସମ୍ପର୍କରେ ଆବଶ୍ୟକ ତଥ୍ୟ ଦିଆଯାଇଛି। ସମସ୍ତ ଆଗନ୍ତୁକ ଏବଂ ଅତିଥିମାନେ ଏହି ଟ୍ରେନ୍ ଦୁର୍ଘଟଣାରେ ଓଡିଶା ସରକାରଙ୍କ ଉଦ୍ଧାର ଓ ପରବର୍ତ୍ତୀ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଦୁର୍ଘଟଣା ପରିପ୍ରେକ୍ଷୀରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିବାରୁ ଯେହେତୁ ସମ୍ପର୍କୀୟମାନେ ମୃତଦେହ ଚିହ୍ନଟକରଣ ପାଇଁ ଆସିବାରେ ବିଳମ୍ବ ହେଉଛି, ସେଥିପାଇଁ ବେଙ୍ଗାଲୁରୁରୁ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ୧୭ ଜଣିଆ ବିଶେଷଜ୍ଞଦଳ ଓଡିଶାରେ ପହଁଚି ମୃତଦେହଗୁଡିକୁ  କିପରି ଅଧିକ ଦିନ ସଂରକ୍ଷଣ କରି ରଖାଯାଇପାରିବ, ସେଥିପାଇଁ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ୍ ଯୋଗେ  ଅନୁରୋଧ କରିଥିଲେ।ମେଡିକୋ-ଲିଗାଲ ପଦ୍ଧତି ଅନୁସାରେ ୪୮ ଘଣ୍ଟା ପରେ ଚିହ୍ନଟ ହୋଇପାରୁନଥିବା ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ରହିଥିବା ବେଳେ ଯଦି ଅଧିକ ଦିନ ମୃତ ଦେହ ରଖିବା ସମ୍ଭବ ହେଉଛି, ତେବେ ତାହା କରିବା ପାଇଁ ପ୍ରୟାସ ଜାରି ରଖି ସେମାନଙ୍କର ସଂପର୍କୀୟମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି। ଷ୍ଟେଟ୍ ଫୋରେନସିକ୍ ଲାବୋରେଟୋରୀରେ  ଡିଏନ୍ଏ ରଖିବା ବ୍ୟବସ୍ଥା କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚିକିତ୍ସିତ ହେଉଥିବାଙ୍କ ମଧ୍ୟରୁ ଯେଉଁ ୨ଜଣ ଗୁରୁତର ରହିଛନ୍ତି, ସେମାନଙ୍କର ସ୍ସାସ୍ଥ୍ୟାବସ୍ଥା ଭଲ ରହିଛି ଓ ସେମାନେ ଖୁବ୍ ଶୀଘ୍ର ଭଲ ହୋଇଯିବେ ବୋଲି ଆଶା ରହିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ କିଛି ପଶ୍ଚିମ ବଙ୍ଗ ,ବିହାର ଏବଂ ଓଡିଶାର ରହିଛନ୍ତି  ବୋଲି ଆପାତତଃ ଜଣାପଡିଛି।

Train Accident ଟ୍ରେନ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Latest News

VinFast India: ତାମିଲନାଡୁରେ ଇଲେଟ୍ରିକ ଭେଇକଲ ଆସେମ୍ବଲି ପ୍ରକଳ୍ପର ଉଦଘାଟନ କଲା ଭିନଫାଷ୍ଟ

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.