Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ରେ ବିଜେପିକୁ ଟାର୍ଗେଟ କଲା ବିଜେଡି
ଜାତୀୟ ଖବର

ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ରେ ବିଜେପିକୁ ଟାର୍ଗେଟ କଲା ବିଜେଡି

July 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
BJD
ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ରେ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ ନିକଟରେ ଓଡ଼ିଶା ପୁଲିସ ଏକ ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟର ପର୍ଦ୍ଦାଫାସ୍ କରିବାରେ ସମର୍ଥ ହୋଇଛି। ପୁଲିସ ହାତରେ ଧରା ପଡ଼ିଥିବା ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ।

ଏହି ରାକେଟ୍ କେବଳ ଓଡ଼ିଶା ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ସେଣ୍ଟ୍ରାଲ ଷ୍ଟାଫ୍ ସିଲେକସନ୍ କମିଶନର ପ୍ରଶ୍ନପତ୍ର ଲିକ୍ ମାମଲାରେ ମଧ୍ୟ ସଂପୃକ୍ତ ଅଛି। ଏହାଛଡ଼ା ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍ ରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।

ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଖୁବଶୀଘ୍ର ତଦନ୍ତରୁ ସବୁ କଥା ସ୍ପଷ୍ଟ ହେବ। ମାତ୍ର ଓଡ଼ିଶା ବିଜେପି ନେତାମାନେ ଏତେ ବିଚଳିତ ଓ ଅଧୈର‌୍ୟ୍ୟ ହୋଇ ପଡ଼ୁଛନ୍ତି କାହିଁକି?

ଶ୍ରୀ ଦାସ ଆହୁରି କହିଲେ ଯେ ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗତ ୧୦ ଦିନ ମଧ୍ୟରେ ମାଷ୍ଟରମାଇଣ୍ଡ ସମେତ ୧୭ ଜଣଙ୍କୁ ଗରିଫ କରି ସାରିଲାଣି। ଆମେ ଭାବିଥିଲୁ, ଓଡ଼ିଶା ପୁଲିସର ଏଭଳି ଏକ ବଡ଼ ସଫଳତାକୁ ନେଇ ବିଜେପି ଅନ୍ତତଃ ରାଜନୀତି କରିବ ନାହିଁ।

ମାତ୍ର ସବୁ କଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ ରହିଛି। ତେଣୁ ସେମାନେ ସୁଧୁରିବେ କେମିତି? ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଏପରି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାରୁ ବିଜେପି ନେତାମାନେ ବିରତ ରହନ୍ତୁ।

BJD
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ନିଷ୍ପତ୍ତି: ଏହି ଟ୍ରେନଗୁଡ଼ିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 29, 2026

ଅଲଗା ଆଲଗା ରାସ୍ତାରେ ଜଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଲୋକେ କହିଲେ…

June 29, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୩୦ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

June 30, 2026

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.