Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେଡିର ନିଷ୍ପତିକୁ ସମାଲୋଚନା କଲା କଂଗ୍ରେସ
ଜାତୀୟ ଖବର

ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେଡିର ନିଷ୍ପତିକୁ ସମାଲୋଚନା କଲା କଂଗ୍ରେସ

August 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନାସ୍ଥା ପ୍ରସ୍ତାବକୁ
ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେଡିର ନିଷ୍ପତିକୁ ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ୱର: ବିଜୁଜନତା ଦଳ କେବଳ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦେ। ମହିଳା ମାନଙ୍କର ଆତ୍ମ ସମ୍ମାନ, ସ୍ୱାଭିମାନ କୁ ରକ୍ଷା କରିବାପାଇଁ ବିଜୁ ଜନତା ଦଳ ଏବଂ ଏହାର ନେତା ନବୀନ ପଟ୍ଟନାୟକଙ୍କର ସାମାନ୍ୟତମ ନିଷ୍ଠା ନାହିଁ ବୋଲି ଆଜି ପ୍ରମାଣିତ ହୋଇଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି।

କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ତରଫରୁ ଯେଉଁ ଅନସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା ତାହାକୁ ବାଚସ୍ପତି ଗ୍ରହଣ କଲାପରେ ବିଜୁ ଜନତା ଦଳର ଲୋକସଭାର ସାଂସଦ ଶ୍ରୀ ପିନାକୀ ମିଶ୍ର ଏବଂ ରାଜ୍ୟ ସଭାର ସାଂସଦ ଶ୍ରୀ ସସ୍ମିତ ପାତ୍ର ଯେଉଁ ବିବୃତି ରଖିଛନ୍ତି ଏଥିରୁ ସ୍ପଷ୍ଟ ପ୍ରମାଣିତ ବିଜୁ ଜନତା ଦଳର ରକ୍ତ ମାଂସ ହାଡ଼ରେ ମହିଳା ବିରୋଧି ମାନସିକତା ଭରି ରହିଛି।

ଇଣ୍ଡିଆ ମେଣ୍ଟ ଯେଉଁ ଅନସ୍ଥା ପ୍ରସ୍ତାବ ସଂସଦରେ ଆଗତ କରିଛନ୍ତି ତାହା କେବଳ ମଣିପୁର ଲୋମହର୍ଷଣକାରୀ ଘଟଣା ଏବଂ ଯେଉଁଭଳି ଭାବରେ ମହିଳା ମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଗଲା, ବହୁ ସଂଖ୍ୟକ ମହିଳାଙ୍କୁ ଗଣଧର୍ଷଣ ଏବଂ ବହୁ ଜୀବନ ଅକାଳରେ ଝରିପଡ଼ିଲା ଏହାକୁ ସଂସଦରେ ଆଲୋଚନା କରିବାପାଇଁ।

ପ୍ରକାଶ ଥାଉକି ସଂସଦର ୮ ଦିନ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଏଭଳି ଲୋମହର୍ଷଣକାରୀ ଘଟଣା ବାବଦରେ ସଂସଦରେ ପଦୁଟିଏ କଥା ନରଖିବା ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ସଂପୂର୍ଣ୍ଣ କୋଠାରଘାତ କରିଛି। କିନ୍ତୁ ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ରକ୍ଷା କରିବା ପରିବର୍ତେ ବିଜୁ ଜନତା ଦଳ ଏଭଳି ଲୋମହର୍ଷଣକାରୀ ଘଟଣାରେ ଅନ୍ଧ ଭାବରେ ବିଜେପିକୁ ସମର୍ଥନ କରିବା ହିଁ ନାରୀ ଜାତି ପ୍ରତି ଥିବା ବିଜୁ ଜନତା ଦଳର ଅସଲ ଚରିତ୍ରକୁ ପଦାରେ ପକାଇଛି। ବିଜେଡ଼ି ବିଜେପି ଏକ ଏବଂ ବିଜେଡ଼ିର ବିଜେପି ମୋହ ଅତୁଟ ବୋଲି ଏହା ପ୍ରମାଣିତ କରୁଛି।

କଂଗ୍ରେସ ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏକାକି ଲଢ଼େଇ କରୁଛି ଓ ରାଜ୍ୟର ଏକମାତ୍ର ବିକଳ୍ପ। ଏହାକୁ ପ୍ରତିବାଦ କରି ଅନସ୍ଥା ପ୍ରସ୍ତାବ ବିରୋଧି ମେଂଟ ଆଣିଛନ୍ତି। ମହିଳାଙ୍କ ସୁରକ୍ଷା, ସ୍ୱାଭିମାନକୁ ରକ୍ଷା କରିବା ଏବଂ ଏଭଳି ପାଶବିକ କାଣ୍ଡରେ ଜଡ଼ିତଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ମଣିପୁରରେ ଶାନ୍ତି ଫେରାଇବା ଆଣିବା ହେଉଛି ମୂଳ ଉଦ୍ଦେଶ୍ୟ।

ମଣିପୁରରେ ଘଟିଥିବା ମହିଳାଙ୍କ ପାଶବିକ ଅତ୍ୟାଚାର ସମଗ୍ର ମାନବ ଜାତିକୁ ଦୋହଲାଇ ଥିବା ବେଳେ ନବୀନ ବାବୁଙ୍କ ମାନବିକତା ଗଲା କୁଆଡ଼େ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ବୋଲି ଆଜି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି।

ଅନାସ୍ଥା ପ୍ରସ୍ତାବ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ: ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନାକୁ ସୁନିଶ୍ଚିତ କର

October 7, 2026

ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି: ବିଏମସି ଅଞ୍ଚଳରେ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼

October 7, 2026

ଏସ୍‌ଇବିସିଙ୍କ ପାଇଁ କମିଶନ ଗଠନ

October 7, 2026
Latest News

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: କେଉଁ ସେବା ବନ୍ଦ, କାହାକୁ ମିଳିବ ଛାଡ଼?

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.