Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ଆଜି ପ୍ରବଳ ବଜ୍ରପାତ, ଲୋକେ ଆତଙ୍କିତ, ରାସ୍ତାଘାଟରେ ପାଣିର ଲହଡି
ଜାତୀୟ ଖବର

ଭୁବନେଶ୍ବରରେ ଆଜି ପ୍ରବଳ ବଜ୍ରପାତ, ଲୋକେ ଆତଙ୍କିତ, ରାସ୍ତାଘାଟରେ ପାଣିର ଲହଡି

September 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rain
ଭୁବନେଶ୍ବରରେ ଆଜି ପ୍ରବଳ ବଜ୍ରପାତ, ଲୋକେ ଆତଙ୍କିତ, ରାସ୍ତାଘାଟରେ ପାଣିର ଲହଡି

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ପ୍ରବଳ ବଜ୍ରପାତ ସହିତ ବର୍ଷା ହୋଇଯାଇଛି। ତେବେ ଏହି ବଜ୍ରପାତର ଶଦ୍ଦ ଏତେ ଜୋରଥିଲା ଯେ, ଘର ଦୋହଲି ଯାଉଥିଲା। ପ୍ରାୟ ଅପରାହ୍ନ 2 ଟାରୁ ଏହା ଆରମ୍ଭ ହୋଇ 4ଟା ପର୍ଯ୍ୟନ୍ତ ଚାଲିଥିଲା। ଚଡଚଡି ସହିତ ଏପରି ଘଡଘଡି ଶୁଣି ଲୋକେ ଆତଙ୍କିତ ହୋଇପଡିଥିଲା।

ଆଜି ଅପରାହ୍ନ ପ୍ରାୟ 2 ଟା ପରେ ଭୁବନେଶ୍ବର ପୁରା ଅନ୍ଧକାରମୟ ହୋଇଯାଇଥିଲା। କଳାହାଣ୍ଡିଆ ମେଘ ପୁରା ରାଜଧାନୀକୁ ଢାଙ୍କି ଦେଇଥିଲା। ଏହାପରେ ପରେ ଘଡଘଡି ଓ ଚଡଚଡିରେ ଆକାଶ ପ୍ରକମ୍ପିତ ହୋଇଯାଇଥିଲା। ଲଗାତର ପଛକୁପଛ ଘଡଘଡ ଚଡଚଡି ଲାଗି ରହିଥିଲା। ଫଳରେ ଲୋକେ ଘର ଭିତରେ ବସି ରହି ଭଗବାନକୁ ଡାକିବାରେ ଲାଗିଥିଲା।

ଏପରି ପରିସ୍ଥିତିରେ ବସ୍ତି ବାସିନ୍ଦାଙ୍କ ଅବସ୍ଥା କହିଲେ ନ ସରେ। ସେମାନଙ୍କ ଘର ଭିତରେ ପାଣି ପଶିବା ସହିତ ଚଡଚଡିରେ ସେମାନେ ପୁରା ଛାନିଆ ଅବସ୍ଥା ଭିତରେ ଗତି କରୁଥିଲେ। ଆଜି ରାଜଧାନୀରେ ଯେପରି ବର୍ଷା ଓ ବଜ୍ରପାତ ହେଲା ପୂର୍ବରୁ କେବେ ହୋଇ ନ ଥିଲା ବୋଲି ଅନେକ କହନ୍ତି। କାରଣ ଗୋଟିଏ ପରେ ଗୋଟିଏ ଘଡଘଡି ମାରିବା ଅନେକକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଏହି ସମୟରେ ଯେଉଁମାନେ ରାସ୍ତାରେ ଗାଡି ଧରି ଯାଉଥିଲେ ସେମାନଙ୍କର ଅବସ୍ଥା ଆହୁରି ଖରାପ ହୋଇପଡିଥିଲା। ସେମାନେ ଭୟରେ କଲର୍ଭଟ ଭିତରେ ଆଶ୍ରମ ନେଉଥିଲେ। ଏପରିକି ଅନେକ ରାସ୍ତାରେ ଗାଡି ଥୋଇ ନିକଟସ୍ଥ ଦୋକାନ କିମ୍ବା ଘରେ ଆଶ୍ରୟ ନେଇଥିଲେ। ଫଳରେ ରାସ୍ତାରେ ଗାଡି ଜାମ ହୋଇପଡିଥିଲା। ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଯାଉଥିବାରୁ ଅନେକଙ୍କୁ ଗାଡି ଚଳାଇ ଯିବା ସମ୍ଭବ ମଧ୍ୟ ହୋଇ ନ ଥିଲା।

ଭୁବନେଶ୍ବରର ମୁଖ୍ୟ ରାସ୍ତା ରାଜମହଲରୁ ମାଷ୍ଟରକାଣ୍ଟିନ ମଧ୍ୟରେ ପାଣି ଲହଡି ଭାଙ୍ଗୁ ଥିଲା। ସେହିପରି କଳିଙ୍ଗ ଷ୍ଟାଡିୟମରୁ ପାୱାରହାଉସ ଛକ ପର୍ଯ୍ୟନ୍ତ ପାଣି ଲହଡି ଡିଭାଇଡରରେ ପିଟି ହେଉଥିବାର ଦେଖିବାକୁ ମିଳିଥିଲା। ଚିରାଚରିତ ପାଣିଜମିବା ସ୍ଥାନ ଇସ୍କନ ସାମନାରେ ପୂର୍ବ ପରି କୃତିମ ହ୍ରଦ ସୃଷ୍ଟି ହୋଇଥିଲା। ସେଠାରେ କାର ବୁଡିଯିବାର ଅବସ୍ଥା ପରିଲକ୍ଷିତ ହୋଇଥିଲା।

ବମିଖାଲ, ଲକ୍ଷ୍ମୀସାଗର ଛକ ଓ ଏସପ୍ଲାନେଡ୍ ମଲ୍ ସାମ୍ନାରେ ପାଣି ଜମି ରହିଛି। ସେହିପରି ଶିଶୁଭବନ ଛକଠାରୁ ନବୀନ ନିବାସକୁ ଯାଇଥିବା ରାସ୍ତାରେ ବର୍ଷାପାଣିରେ ଉବୁଟୁବୁ। ସେହିପରି ବର୍ଷାରେ ବେହାଲ ହୋଇଯାଇଛି ପୁରୁଣା ଭୁବନେଶ୍ବର। ବିବେକାନନ୍ଦ ମାର୍ଗ ଓ ରଥ ରୋଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ରାସ୍ତାଘାଟରେ ପାଣି ବୁଡ଼ି ରହିଥିବାରୁ ବହୁସ୍ଥାନରେ ଟ୍ରାଫିକ ଜାମ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି।

bhubaneswar ବଜ୍ରପାତ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.