Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏହି ଖେଳାଳି ବିଶ୍ୱକପରେ ହେବେ ଭାରତୀୟ ଦଳର “ଟ୍ରମ୍ପ କାର୍ଡ”: ଅଜିତ ଅଗରକରଙ୍କ ବିଶ୍ଵାସ
ଜାତୀୟ ଖବର

ଏହି ଖେଳାଳି ବିଶ୍ୱକପରେ ହେବେ ଭାରତୀୟ ଦଳର “ଟ୍ରମ୍ପ କାର୍ଡ”: ଅଜିତ ଅଗରକରଙ୍କ ବିଶ୍ଵାସ

September 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଜିତ ଅଗରକର
ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

ନୂଆଦିଲ୍ଲୀ: ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛନ୍ତି। ପ୍ରଥମ ଦୁଇଟି ଦିନିକିଆ ପାଇଁ କେ.ଏଲ୍ ରାହୁଲ ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିବାବେଳେ ଅନ୍ତିମ ODI ରେ ରୋହିତ ଏବଂ କୋହଲିଙ୍କୁ ଦଳର ଅଂଶ କରାଯାଇଛି। ଏହା ବ୍ୟତୀତ କୁଲଦୀପ ଯାଦବଙ୍କୁ ମଧ୍ୟ ପ୍ରଥମ ଦୁଇଟି ଦିନିକିଆ ପାଇଁ ଦଳରେ ସ୍ଥାନ ଦିଆଯାଇ ନାହିଁ। ପ୍ରଥମ ଦୁଇଟି ଦିନିକିଆରେ କୁଲଦୀପ, ରୋହିତ, କୋହଲି, ହାର୍ଦ୍ଦିକଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଜଣେ ଖେଳାଳିଙ୍କ ନାମ ନେଇଛନ୍ତି, ଯିଏକି ବିଶ୍ୱକପରେ ଭାରତ ପାଇଁ ଟ୍ରମ୍ପ କାର୍ଡ ହୋଇପାରିବେ।

ଅଗରକର କୁଲଦୀପ ଯାଦବଙ୍କୁ ଏକ ଟ୍ରମ୍ପ କାର୍ଡ ବୋଲି କହିଛନ୍ତି। ମୁଖ୍ୟ ଚୟନକର୍ତ୍ତା ବିଶ୍ୱାସ କରନ୍ତି ଯେ, ଏହି ସମୟର ବିଶ୍ୱକପରେ କୁଲଦୀପ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ସେ କହିଛନ୍ତି ଯେ, “ମୁଁ ତାଙ୍କ ସହ ଆଇପିଏଲରେ ବହୁତ ସମୟ ଅତିବାହିତ କରିଛି। ତାଙ୍କର ବିଶେଷ ଦକ୍ଷତା ଅଛି। ପ୍ରତ୍ୟେକ ଖେଳାଳିଙ୍କ ଉପରେ ବିଶ୍ୱାସ କରିବାର ଆବଶ୍ୟକତା ରହିଛି। ଭାରତୀୟ ଦଳ ପରିଚାଳନା ଏହା କରିଛି ଏବଂ ଫଳାଫଳ ମଧ୍ୟ ଅଛି। ସେ ଆମ ପାଇଁ ଏକ “ଟ୍ରମ୍ପ” କାର୍ଡ। ଅଧିକାଂଶ ଦଳ ତାଙ୍କୁ ଏକ ଆହ୍ଵାନ ଭାବରେ ବିବେଚନା କରୁଛନ୍ତି। ଆଗାମୀ ସମୟ ପାଇଁ ଆମେ ସମସ୍ତେ ଉତ୍ସାହିତ ଅଛୁ।”

ODI ସିରିଜ୍ worldcup-2023 ଅଜିତ ଅଗରକର ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026
Latest News

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.