Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଜ୍ଞତା ବାଣ୍ଟିଲେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ
ଜାତୀୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଜ୍ଞତା ବାଣ୍ଟିଲେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ

October 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
naveen
ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଜ୍ଞତା ବାଣ୍ଟିଲେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି)ରେ ଭାଗ ନେଇଥିବା ଓଡ଼ିଶାର ପ୍ରତିଭାବାନ ସ୍କୁଲ ଛାତ୍ରଛାତ୍ରୀମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଏହି ବୈଠକରେ ଛାତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ସଭାପତି ଥୋମାସ ବାକଙ୍କ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହି ଚିଠିରେ ଓଡ଼ିଶାରେ ଚାଲିଥିବା ଓଭିଇପି କାର୍ଯ୍ୟକ୍ରମ ଏବଂ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଏହାର ସଫଳତା ଓ ଅବଦାନକୁ ପ୍ରଶଂସା କରାଯାଇଥିଲା।

ଚିଠିରେ ଆଇଓସି ସଭାପତି ଥୋମାସ ବାକ୍ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଓଡ଼ିଶା ରିଡ୍ଲେ ପ୍ରକଳ୍ପ ପାଇଁ ଆଇଓସି ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଉତ୍ତମ ସହଯୋଗ ପାଇଁ ହୃଦୟରୁ ପ୍ରଶଂସା କରିଛନ୍ତି।

ଆଇଓସି ଅଧିବେଶନରେ ଓଡ଼ିଶାର ଅନେକ ପିଲାଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ସେ କହିଛନ୍ତି। ଅଲିମ୍ପିକ୍ ମୂଲ୍ୟବୋଧ ପ୍ରତି ଅତୁଟ ସମର୍ଥନ ପାଇଁ ସଭାପତି ବାକ୍ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁମ୍ବାଇରେ ଆୟୋଜିତ ସମ୍ମାନଜନକ ଅନ୍ତର୍ଜାତୀୟ ଆଇଓସି ଅଧିବେଶନରେ ଯୋଗ ଦେବାର ଅନନ୍ୟ ଓ ପ୍ରେରଣାଦାୟକ ଅନୁଭୂତିକୁ ଛାତ୍ରୀ ଭାରତୀ ଶବର, ମହମ୍ମଦ ହମ୍ମାଦ ନୁରେନ୍, ପ୍ରତ୍ୟାଶା ସାହୁ, ସୋମ୍ୟ ରଞ୍ଜନ ବାରିକ ଓ ସୁଚିସ୍ମିତା ସାହୁ ଉତ୍ସାହର ବର୍ଣ୍ଣନା କରିଥିଲେ।

ସେଠାରେ ପିଲାଙ୍କ ଲାଗି ଅନ୍ୟତମ ସ୍ମରଣୀୟ ଆକର୍ଷଣ ଥିଲା କିମ୍ବଦନ୍ତୀ ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରାଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବା। କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଯୁବ ପ୍ରତିଭାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ସୁଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଦୃଶ୍ୟ।

ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଏହି ବୈଠକ ସେମାନଙ୍କ ପାଇଁ ଅତୁଳନୀୟ ସଫଳତା ଥିଲା ଏବଂ ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀଙ୍କ ମାନସିକତା ପାଇଁ ଏକ ପ୍ରେରଣା ଥିଲା।

ଆଇଓସି ଅଧିବେଶନ ଭଳି ବିଶ୍ୱସ୍ତରୀୟ ମଞ୍ଚରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ। ସେମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଏବଂ ରାଜ୍ୟ ପାଇଁ ଆଣିଥିବା ଗୌରବକୁ ସେ ସ୍ୱୀକାର କରିଥିଲେ।

ଏହି ବୈଠକରେ ସଚିବ (୫ଟି) ଭିକେ ପାଣ୍ଡିଆନ୍ ଉପସ୍ଥିତ ରହି ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସର ଓଡ଼ିଶାର ଅସାଧାରଣ ସାମର୍ଥ୍ୟ ଓ ପ୍ରତିଭାକୁ ପ୍ରମାଣିତ କରୁଛି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଓଡ଼ିଶା ଗର୍ବିତ ଏବଂ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଭବିଷ୍ୟତର ପ୍ରୟାସକୁ ସାକାର କରିବା ପାଇଁ ରାଜ୍ୟ ସମସ୍ତ ପ୍ରକାରର ସାହଯ୍ୟ ଏବଂ ସମର୍ଥନ କରିବାକୁ ଆଗ୍ରହୀ।

୨୦୨୨ ମେ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଓ ଭୁବନେଶ୍ୱରର ୯୦ଟି ବିଦ୍ୟାଳୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି)ର ଶୁଭାରମ୍ଭ କରିଥିଲେ।

ବର୍ତ୍ତମାନ ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ ଓ କଟକ ସମେତ ୫ଟି ଜିଲ୍ଲାର ୨୫୦ଟି ବିଦ୍ୟାଳୟରେ ଓଭିଇପି କାର୍ଯ୍ୟକ୍ରମ ଚାଲିଥିବାରୁ ୨ରୁ ୧୦ମ ଶ୍ରେଣୀରେ ୧ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ସାମିଲ ହେଉଛନ୍ତି। ୫୦୦ ଶିକ୍ଷକଙ୍କୁ ମାଷ୍ଟର ଟ୍ରେନର ଭାବେ ତାଲିମ ଦିଆଯାଇଛି।

olympic ଅଲମ୍ପିକ୍ସ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026

“ସୋନମ୍! ଯଥେଷ୍ଟ ହେଲା, ଆଗକୁ ଆଉ ବଢାଅ ନାହିଁ”: ପ୍ରତିବାଦ ବନ୍ଦ କରିବାକୁ ନିବେଦନ କଲେ ସଲମାନ୍ ଖାନ

July 23, 2026
Latest News

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026

“ସୋନମ୍! ଯଥେଷ୍ଟ ହେଲା, ଆଗକୁ ଆଉ ବଢାଅ ନାହିଁ”: ପ୍ରତିବାଦ ବନ୍ଦ କରିବାକୁ ନିବେଦନ କଲେ ସଲମାନ୍ ଖାନ

July 23, 2026

ଗୌତମ ଗମ୍ଭୀରଙ୍କ କୋଚିଂ ପଦ ଛାଡିବା ପରେ ପ୍ରଥମ ମ୍ୟାଚ୍ ଜିତିଲେ  ଅଧିନାୟକ ଶ୍ରେୟସ ଆୟର

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.